ଭୁବନେଶ୍ବର: ଓଡ଼ିଶା ରାଜ୍ୟ ପରିବହନ ବିଭାଗ ଡିସେମ୍ବର ୧ ତାରିଖଠାରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ କରୁଛି 'ଶୂନ୍ୟ ମୃତ୍ୟୁ ସପ୍ତାହ' । ତେବେ ଏହି ସପ୍ତାହ ସମୟରେ ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁକୁ ଏଡାଇବା ଲାଗି ଜନସାଧାରଣଙ୍କୁ ସଚେତନ କରାଯାଉଛି । ତେବେ ଚଳିତ ବର୍ଷ ଏହି ସପ୍ତାହ ମଧ୍ୟରେ ଯଦି କୌଣସି ବ୍ୟକ୍ତି ଦୁର୍ଘଟଣାରେ ଆହତ ହୁଏ, ତେବେ ତାକୁ ମାଗଣାରେ ବେସରକାରୀ ହସ୍ପିଟାଲରେ ଚିକିତ୍ସା ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ବି ପଢନ୍ତୁ- ଟ୍ରକକୁ ପିଟିଲା କାର୍: ୨ ମୃତ, ରାଜଧାନୀରେ ୧୦ ଦିନରେ ଗଲାଣି ୬ ମୁଣ୍ଡ
ରାଜ୍ୟରେ ଦୁର୍ଘଟଣାଜନିତ ବଢୁଥିବା ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟ ବିଭାଗ ପ୍ରତିକ୍ରିୟା ରଖି କହିଛି ଯେ ବର୍ତ୍ତମାନ ସମୟରେ ଦୁର୍ଘଟଣା ସ୍ଥଳକୁ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ୨୭ ମିନିଟ ସମୟ ଲାଗୁଛି । ଏହା ବଦଳରେ ୧୫ ମିନିଟରେ ଆମ୍ବୁଲାନ୍ସ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଏବେ ୧୯୫ଟି ବ୍ଲାକ ସ୍ପଟ୍ ରହିଛି । ସେହି ଜାଗାରେ ହିଁ ଆମ୍ବୁଲାନ୍ସକୁ ରଖାଯାଉଛି । ରାଜ୍ୟର ୧୮ଟି ବେସରକାରୀ ହସ୍ପିଟାଲରେ ୪୮ ଘଣ୍ଟା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ବ୍ୟବସ୍ଥା କରାଯାଇଛି । ଆଜି ସମୟରେ ଯଦି ୧୦ ହଜାର ଦୁର୍ଘଟଣା ହୁଏ, ସେଥିମଧ୍ୟରୁ ୪୮ ପ୍ରତିଶତ ଅର୍ଥାତ ୪୮୦୦ ମୃତ୍ୟୁ ହେଉଛି। କିନ୍ତୁ ଏ ମୃତ୍ୟୁ ବିଶେଷ ଭାବରେ ଯୁବ ବର୍ଗ ରହୁଛନ୍ତି। ତେଣୁ କିପରି ଏମାନଙ୍କ ଜୀବନକୁ ବଞ୍ଚା ଯାଇପାରିବ ସ୍ବାସ୍ଥ୍ୟ ବିଭାଗ ତା ଉପରେ ଗୁରୁତ୍ବ ଦେଉଛି।
ଏହା ବି ପଢନ୍ତୁ- ଶୂନ୍ୟ ମୃତ୍ୟୁ ସପ୍ତାହ, ବୌଦ୍ଧରେ ବ୍ୟାପକ ସଚେତନତା
ଏଣୁ ଲୋକଙ୍କୁ ସଚେତନ କରିବା ପାଇଁ ଅନେକ କାର୍ଯ୍ୟକ୍ରମ କରାଯାଉଛି। ବର୍ତ୍ତମାନ ସମୟରେ ଦୁର୍ଘଟଣା ସ୍ଥଳକୁ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ୨୭ ମିନିଟ ଲାଗୁଛି। ଆମ ପାଖରେ ସରକାରୀ ଓ ବେସରକାରୀ ଭାବେ ୫୪୩୯ଟି ଆମ୍ବୁଲାନ୍ସ ଅଛି। ଏବେ ନୂଆ ୩୪୯ ଆମ୍ବୁଲାନ୍ସ ଦିଆଯାଇଛି । ରାଜ୍ୟର ୧୮ଟି ବେସରକାରୀ ହସ୍ପିଟାଲରେ ୪୮ ଘଣ୍ଟା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ବ୍ୟବସ୍ଥା କରାଯାଇଛି । ଏଥିମଧ୍ୟରୁ ରାଜ୍ୟ ଭିତରେ ୧୬ ଓ ବାହାରେ ୨ଟି ହସ୍ପିଟାଲ ରହିଛି । ତେଣୁ ଦୁର୍ଘଟଣା ହେବା ମାତ୍ରେ ସେ ହସ୍ପିଟାଲକୁ ନେଲେ ମାଗଣା ଚିକିତ୍ସା ମିଳିପାରିବ । ସ୍ବାସ୍ଥ୍ୟ ବିଭାଗ ସବୁବେଳେ ଦୁର୍ଘଟଣା ଜନିତ ଘଟଣାକୁ ଗୁରୁତର ନେଇ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛି ବୋଲି ଆଡିସନାଲ ଡିଏମଇଟି ଉମାକାନ୍ତ ଶତପଥୀ ।
ଇଟିଭି ଭାରତ, ଭୁବନେଶ୍ବର