ETV Bharat / state

Free UPSC coaching: ପ୍ରକାଶ ପାଇଲା ପରୀକ୍ଷା ଫଳ - ମାଗଣା ସିଭିଲ୍ ସର୍ଭିସ୍ କୋଚିଂ

ପ୍ରକାଶ ପାଇଲା ମାଗଣା ସିଭିଲ୍ ସର୍ଭିସ୍ କୋଚିଂର ରେଜଲ୍ଟ । ୨୦୦ ଛାତ୍ରଛାତ୍ରୀ ମାଗଣାରେ ପାଇବେ କୋଚିଂ । ଅଧିକ ପଢନ୍ତୁ

Free UPSC coaching
Free UPSC coaching
author img

By

Published : Apr 3, 2023, 7:38 AM IST

ଭୁବନେଶ୍ବର: ପ୍ରକାଶ ପାଇଲା ମାଗଣା ସିଭିଲ୍ ସର୍ଭିସ୍ କୋଚିଂର ରେଜଲ୍ଟ । ରାଜ୍ୟର ୨୦୦ ଜଣ ମେଧାବୀ ଛାତ୍ର ଛାତ୍ରୀ ମାଗଣାରେ ପାଇପାରିବେ ସିଭିଲ୍ ସର୍ଭିସ୍ କୋଚିଂ । ଗତ ମାସ ୨୬ ତାରିଖରେ ରାଜ୍ୟର ୫ଟି ସହରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

Free UPSC coaching
Free UPSC coaching

ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରତିବର୍ଷ ଓଡ଼ିଶାର ଛାତ୍ରଛାତ୍ରୀଙ୍କର ସଫଳତାର ହାର କମିବାରେ ଲାଗିଛି । ଏନେଇ ରାଜ୍ୟ ସରକାର ରାଜ୍ୟରେ ମାଗଣା ସିଭିଲ୍ ସର୍ଭିସ କୋଚିଂ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଗତ ମାସରେ ଅନୁଷ୍ଠିତ ହୋଇଥିବା ପ୍ରବେଶିକା ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ଓଡ଼ିଶା ସରକାରଙ୍କ ସାମ୍ସ ପୋର୍ଟାଲ https://www.samsodisha.gov.inକୁ ଯାଇ ପ୍ରାର୍ଥୀମାନେ ନିଜ ନିଜର ପରୀକ୍ଷା ଫଳାଫଳ ଚେକ୍ କରିପାରିବେ ।

ରାଜ୍ୟରେ ମୋଟ ୮ ହଜାରରୁ ଅଧିକ ଆଶାୟୀ ଏହି ପ୍ରବେଶିକା ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୦ ଜଣ ମେଧାବୀଙ୍କୁ ଚୟନ କରାଯାଇଛି । ସେମାନଙ୍କୁ ନେଇ ରାଜ୍ୟ ସରକାର ମାଗଣାରେ ପ୍ରଶାସନିକ ସେବା ପରୀକ୍ଷା ପାଇଁ ଟ୍ରେନିଂ ପ୍ରଦାନ କରିବେ । ରେଜଲ୍ଟ ଅନୁଯାୟୀ, ଜେନେରାଲ ବର୍ଗରେ ୧୦୦ଜଣଙ୍କୁ ଚୟନ କରାଯାଇଥିବା ବେଳେ ଏସଇବିସି ବର୍ଗରେ ୨୩ ଜଣ, ଏସସି ବର୍ଗରେ ୩୨ ଜଣ ଏବଂ ଏସଟି ବର୍ଗରେ 45 ଜଣ ଚୟନ ହୋଇଛନ୍ତି ।

ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରଶାସନିକ ସେବା ପରୀକ୍ଷାରେ ଅଧିକରୁ ଅଧିକ ଓଡ଼ିଆ ପିଲାମାନେ ସଫଳତା ପାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି । ତେବେ ଏନେଇ ରାଜ୍ୟ ସରକାର ପ୍ରାୟ ୨୦୦ଜଣଙ୍କୁ ମାଗଣାରେ କୋଚିଂ ଦେବା ଲାଗି ସ୍ଥିର କରିଛନ୍ତି । ଏଥିପାଇଁ ଗତ ୨୬ ତାରିଖରେ ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଜୟପୁର ଓ ସମ୍ବଲପୁର ସହରରେ ପରୀକ୍ଷା ସେଣ୍ଟର ହୋଇଥିଲା ।

ଏହି ପରୀକ୍ଷାକୁ ଷ୍ଟେଟ ସିଲେକ୍ସନ ବୋର୍ଡ (SSB) ପରିଚାଳନା କରିଥିଲା । ଭୁବନେଶ୍ଵର ଠାରେ ଏହି କୋଚିଂ ସମ୍ପୁର୍ଣ୍ଣ ମାଗଣାରେ ଦିଆଯିବ । ପ୍ରତିବର୍ଷ ରାଜ୍ୟରୁ ପ୍ରାୟ 5 ରୁ 6 ଲକ୍ଷ ଛାତ୍ର ଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରୁଛନ୍ତି । ହେଲେ ବହୁତ କମ୍‌ ଓଡ଼ିଆ ପିଲା ୟୁପିଏସ୍‌ସିରେ ସଫଳ ହେଉଥିବା ଦେଖାଯାଉଛି । ଏନେଇ ଛାତ୍ରୀଛାତ୍ରମାନଙ୍କୁ ଦକ୍ଷ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଆଇଏଏସ୍‌ କୋଚିଂ ବ୍ୟବସ୍ଥା କରାଯାଇଥିଲା । ୨୦୧୬-୧୭ରେ ବିଶ୍ବବିଦ୍ୟାଳୟ ସ୍ତରରେ ଏଭଳି ମାଗଣା କୋଚିଂ ଆରମ୍ଭ ହୋଇଥିଲା । ହେଲେ ଦୁର୍ଭାଗ୍ୟର କଥା, ସରକାରୀ କୋଚିଂ ନେଇଥିବା ଜଣେ ବି ପିଲା ଆଇଏଏସ୍‌ ପାଇଲେ ନାହିଁ । ପରବର୍ତ୍ତୀ ସମୟରେ ୨୦୧୯-୨୦ରେ ସରକାର ପୁଣି ମାଗଣା କୋଚିଂ ବ୍ୟବସ୍ଥା କରିଥିଲେ । ହେଲେ ତାହାବି ବିଫଳ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.