ETV Bharat / state

ଇନସୁରାନ୍ସ ପ୍ରିମିୟମ ବାନ୍ଧୁଥିଲେ ହୁସିଆର, ପଲିସି ଉପରେ ଏବେ ଠକଙ୍କ ନଜର

ଲାଇଫ ଇନସୁରାନ୍ସ କରୁଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ଉପଭୋକ୍ତାଙ୍କୁ ମ୍ୟାଚୁରିଟି ବେନିଫିଟ ବା ଅଧିକ ବୋନସ ମିଳିବାର ଲୋଭ ଦେଖାଇ ଠକି ନେଉଛନ୍ତି ଲକ୍ଷଲକ୍ଷ ଟଙ୍କା । ଏଭଳି ୨ଠକଙ୍କୁ ବାନ୍ଧିଛି ସାଇବର ପୋଲିସ । ଅଧିକ ପଢନ୍ତୁ

author img

By

Published : Apr 13, 2023, 9:37 PM IST

Etv Bharat
Etv Bharat
ପଲିସି ଉପରେ ଏବେ ଠକଙ୍କ ନଜର

ଭୁବନେଶ୍ବର: ଲାଇଫ ଇନସୁରାନ୍ସ କରୁଥିଲେ ସାବଧାନ । ଉପଭୋକ୍ତାଙ୍କ ପ୍ରିମିୟମ ଆଳରେ ଆସୁଛି କି ଫୋନ୍‌ କଲ । ଲୋକଙ୍କୁ ମ୍ୟାଚୁରିଟି ବେନିଫିଟ୍‌ ବା ଅଧିକ ବୋନସ ମିଳିବାର ଲୋଭ ଦେଖାଇ ଠକିବା ପାଇଁ କଲ୍‌ କରୁଛନ୍ତି ସାଇବର ଠକ । ଯାହାର ଲୋଭରେ ପଡ଼ି ଉପଭୋକ୍ତା ଟଙ୍କା କାରବାର କରି ହେଉଛନ୍ତି ଠକାମିର ଶିକାର । ଏପରି ଜଣେ ମହିଳା ଠକେଇର ଶିକାର‌ ହୋଇ ଅଭିଯୋଗ କରିବା ପରେ ଏବେ ଭୁବନେଶ୍ବର ସାଇବର ଥାନା ‌ପୋଲିସ ଟିମ୍‌ ଦିଲ୍ଲୀରୁ ୨ଜଣ ଠକଙ୍କୁ ଗିରଫ କରିଛି ।

ପଲିସି ଉପରେ ଏବେ ଠକଙ୍କ ନଜର
ପଲିସି ଉପରେ ଏବେ ଠକଙ୍କ ନଜର

ଏହି ଠକଙ୍କ ମଧ୍ୟରୁ ଜଣେ ଠକ ନିଜକୁ ଓକିଲର‌ ପରିଚୟ‌ ଦେଇ ପରେ କେସ୍‌ କରିବାର ଆଳ ଦେଖାଇ ଚୁପ୍ ରହିବାକୁ ଧମକାଉଥିଲା । ସୂଚନା ମୁତାବକ ଯସଶ୍ବିନୀ ଦାସ ନାମକ ଜଣେ ମହିଳା ଥାନାରେ ଏଭଳି ଅଭିଯୋଗ କରିଛନ୍ତି । ସେ ଭୁବନେଶ୍ବର ସାଇବର ଥାନାରେ ଏକ ଅଭିଯୋଗ ଆଣିଥିଲେ ଯେ ଗତ ଜାନୁଆରୀ ମାସରେ ଏକ ଫୋନ୍‌ କଲ ଆସିଥିଲା । ତାଙ୍କର ଏର ଲାଇଫ ଇନସୁରାନ୍ସ ପଲିସିର ଡିଟେଲ କହି ଠକ ନିଜକୁ କମ୍ପାନୀର କର୍ମଚାରୀର ପରିଚୟ ଦେଇଥିଲେ।

ଏପରିକି ସେ ଭରୁଥିବା ପ୍ରିମିୟମ ସୂଚନା ଓ ବେନିଫିଟ୍‌ ସୂଚନା ସମ୍ପର୍କିତ ତଥ୍ୟ ପ୍ରଦାନ କରି କହିଥିଲେ ଯେ ଆପଣଙ୍କ ପଲିସିର‌ ମ୍ୟାଚୁରିଟି ହୋଇଯିବ। ହେଲେ ଆପଣ ଚାହିଁଲେ ଆପଣଙ୍କ ମ୍ୟାଚୁରିଟି ମୂଲ୍ୟଠାରୁ ୭୫ପ୍ରତିଶତ ଅଧିକ ବୋନସ ମିଳିପାରିବ। ଯଦି ସେହି ବୋନସ ଚାହୁଁଛନ୍ତି ତେବେ ସେଥିପାଇ କମ୍ପାନୀର କିଛି ନିୟମ ଫଲୋ କରିବାକୁ ପଡ଼ିବ। ଏହି କ୍ରମରେ କିଛି ଜିଏସଟି ଓ ଅନ୍ୟାନ୍ୟ ଚାର୍ଜ ଭରିବା ଆଳରେ ଲୋଭ ଦେଖାଇ ତାଙ୍କଠୁ ପ୍ରର୍ଯ୍ୟାୟ କ୍ରମେ ୧୭ଲକ୍ଷ ଟଙ୍କା ନେଇଯାଇଥିଲେ । ହେଲେ ନା ତାଙ୍କୁ ବୋନସ ଟଙ୍କା ଭାବେ ୮୨ଲକ୍ଷ ମିଳିଲା ନା ସେମାନେ ଏନେଇ ପରେ ଆଉ ଧରାଛୁଆଁ ଦେଲେ।

ଏହା ବି ପଢନ୍ତୁ- ଆଖି ବୁଜିଲେ ସଂଘବଦ୍ଧ ଆକ୍ରମଣ ଶିକାର ମହିଳା, 8 ଗିରଫ

ମହିଳା ଜଣକ ପରେ ଯୋଗାଯୋଗ କରିଥିଲେ । ଠକ ନିଜକୁ ଓକିଲର ପରିଚୟ ଦେଇ ବିଭିନ୍ନ ଆଇନ କାନୁନ କହି ତାଙ୍କ ନାଁରେ ଓଲଟା କେସ ଦେବାର ଧମକ ଦେଇଥିଲେ । ଯାହାକୁ ନେଇ ଘଟଣାର‌ ତଦନ୍ତ କରି ସାଇବର ଥାନା ଟିମ୍ ମୁଖ୍ୟ ଅଭିଯୁକ୍ତ ବିକାଶ ସିଂ ଓ ସହଯୋଗୀ ଆକାଶ ମୁଖାର୍ଜୀଙ୍କ ସୁରାକ ପାଇଥିଲା । ପରେ ଏନେଇ ଦିଲ୍ଲୀ ଯାଇ ଉଭୟଙ୍କୁ ଗିରଫ ରହିବା ସହ ଟ୍ରାନଜିଟ ରିମାଣ୍ଡରେ ଓଡ଼ିଶା ଆଣି କୋର୍ଟ ଚାଲାଣ କରିଛି ।

ଏନେଇ ସାଇବର ଥାନା ଅଧିକାରୀ କହିଛନ୍ତି ଗିରଫ ଠକଙ୍କଠାରୁ ୨ଲକ୍ଷ ୩୮ ହଜାର‌ ଟଙ୍କା ଜବତ କରିବା ସହ ପେନଡ୍ରାଇଭ, ଲ୍ୟାପଟପ୍ ସହ ପାସବୁକ ଜବତ କରିଛି । ଏନେଇ ସେମାନେ କିଛି ଇନସୁରାନ୍ସ କମ୍ପାନୀ ଛାଡି ପଳାଉଥିବା କର୍ମଚାରୀଙ୍କଠୁ କିଛି ପ୍ରିମିୟମ କଷ୍ଟମରଙ୍କ ଡାଟା ସଂଗ୍ରହ କରୁଛନ୍ତି ବା ସେହିଠାରୁ ନମ୍ବ‌ର ଡିଟେଲ ନେଇ ଏପରି ଠକେଇର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ସନ୍ଦେହ ହେଉଛି । ଏନେଇ ତଦନ୍ତ ଚାଲିଥିବା କହିଛନ୍ତି ଥାନା ଅଧିକାରୀ ରଶ୍ମିତା ଜେନା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.