ଭୁବନେଶ୍ବର: ଡିଜିଟାଲ ତାନ୍ତ୍ରିକ ସାଜି ମହାଠକେଇ । EOW ନିକଟରେ ହୋଇଛି କୋଟିଏ ଟଙ୍କାର ଠକେଇ ଅଭିଯୋଗ । ମୋଟିଭିସେନାଲ ସ୍ପିକରଙ୍କ ନାଁରେ ଏଭଳି ସାଙ୍ଘାତିକ ଅଭିଯୋଗ ଆସିଥିବା ଜଣାପଡିଛି । ଲୋକଙ୍କ ସମସ୍ୟା ସମାଧାନ ଆଳରେ ଭୁଆଁ ବୁଲାଇଛନ୍ତି ଠକ । ଡିଜିଟାଲ ତାନ୍ତ୍ରିକ ସାଜି ଠକିନେଇଛନ୍ତି କୋଟିଏରୁ ଊର୍ଦ୍ଧ୍ବ ଟଙ୍କା । ୟୁଟ୍ୟୁବର ଡକ୍ଟର ନୀତିନ ମୋହନ ଲାଲଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ହୋଇଛି । ମହିଳାଙ୍କ ଭାବନାକୁ ଅସ୍ତ୍ର କରି ବିଭିନ୍ନ ପ୍ରକାର ସମସ୍ୟାର ସମାଧାନର ବାଟ ଦେଖାଇବା ଆଳରେ ଠକେଇ କରିଛନ୍ତି ଏହି ଠକ।
ରୋଜଗାର କରୁଥିବା ମହିଳା ବା ଗୃହିଣୀ ଓ ମହିଳା ଉଦ୍ୟୋଗପତିମାନଙ୍କଠାରୁ ଟଙ୍କା, ଯଶ ଓ ପାରିବାରିକ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ବାଟ ଦେଖାଇ ଠକେଇ କରିଥିବା ନେଇ EOWରେ ଅଭିଯୋଗ ହୋଇଛି । ନିଜକୁ 'ଡିଜିଟାଲ ତାନ୍ତ୍ରି'କ ବା 'ଆଞ୍ଜେଲ ରିକଲ' ତଥା 'ଆତ୍ମା ଡକି' ବୋଲି କହି ସମସ୍ୟାର ସମାଧାନ ନେଇ ପ୍ରଲୋଭନ ଦେଖାଇଥିଲା । ଏନେଇ କ୍ରାଇମବ୍ରାଞ୍ଚ EOW ବା ଅର୍ଥନୈତିକ ଅପରାଧ ଶାଖାରେ ଭାରତର ଏକାଧିକ ରାଜ୍ୟର ଅଭିଯୋଗକାରୀ ଆସି ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ, ଠକ ନିଜର ଏକ କମ୍ପାନୀ ଖୋଲି ପ୍ରଥମେ ୟୁଟୁବରେ ପ୍ରମୋସନ କରୁଥିଲା । ଏକାଧିକ ମୋଟିଭିସେନାଲ ମେସେଜ ଓ ଭିଡିଓ ଜରିଆରେ କରାଯାଉଥିଲା ପ୍ରମୋସନ । ଏପରିକି ପାରିବାରିକ ,କର୍ମକ୍ଷେତ୍ର ଓ ବ୍ୟବସାୟିକ ଆଦି କ୍ଷେତ୍ରରେ ଅଭିବୃଦ୍ଧି ଓ ସମସ୍ୟାର ସମାଧାନ ଦେବା ପାଇଁ ବିଭିନ୍ନ ବାଟ ଦେଖାଇ ଠକ ଜଣଙ୍କ କୋର୍ସ ଅଫର୍ କରାଇ ଏପରି ଠକେଇ କରିଛି । ଏକାଧିକ ମହିଳା ଏହି ଠକେଇର ଶିକାର ହୋଇଛନ୍ତି । ସୂଚନା ଅନୁସାରେ, ନିଜର ଏକ ହିଲିଙ୍ଗ ପ୍ରଣାଳୀ ବା କୋର୍ସ ଅଫର୍ କରି ଜଣକ ପିଛା ୫୦ ହଜାରରୁ ୫ଲକ୍ଷ ପର୍ଯ୍ୟନ୍ତ ଠକେଇ କରି ଛୁ ମାରିଛି ଠକ।
ଏହା ବି ପଢନ୍ତୁ...Job Scam: ଚାକିରି ନାଁରେ ୬୦ ଲକ୍ଷ ଟଙ୍କା ଚଳୁ, କେନ୍ଦ୍ରମନ୍ତ୍ରୀଙ୍କ ମିଛ PA ସାଜିଥିବା ଠକ ଗିରଫ
ସୂଚନା ଅନୁସାରେ, ଅଭିଯୁକ୍ତ ପ୍ରଥମେ ବିଭିନ୍ନ ଉତ୍ସାହ ଜନକ ବାର୍ତ୍ତା ଦେଇ ଲୋକଙ୍କୁ ଆକୃଷ୍ଟ କରିବା ପରେ ବିଭିନ୍ନ ଥେରାପି ବା ଯୋଗ ତଥା ହିଲିଙ୍ଗର ପ୍ରଣାଳୀ କହି କୋର୍ସ ଅଫର୍ କରିଥାଏ । ପରେ ସେହି ସବୁ ଉପାୟ ଆପଣାଇବା ପାଇଁ ଯେଉଁମାନେ ଆଗ୍ରହ ପ୍ରକାଶ କରନ୍ତି ସେମାନଙ୍କୁ ଟଙ୍କା ଦେଇ ଏକ କୋର୍ସ ଅଫର୍ କରାଯାଏ । ଉଭୟ ମହିଳା ଓ ପୁରୁଷଙ୍କ ଠାରୁ ଏଭଳି ଉପାୟରେ ବାଟ ଦେଖାଇ ଠକିଚାଲିଛି ଏହି ଠକ । ଏନେଇ ବିହାର, ଛତିଶଗଡ଼, ଓଡ଼ିଶା ଓ ଆସାମ ଭଳି ଏକାଧିକ ରାଜ୍ୟର ଅଭିଯୋଗକାରୀ ଅଭିଯୋଗ କରିଥିବା ଜଣାପଡିଛି। ଏନେଇ ଠକେଇ ଟଙ୍କାର ଆର୍ଥିକ କାରବାର ଖୋଜି ଅଭିଯୁକ୍ତ ବିରୋଧରେ ତୁରନ୍ତ ଗିରଫ କରାଯିବାକୁ ଦାବି ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର