ETV Bharat / state

ଭୁବନେଶ୍ବର ବିମାନ ବିମାନବନ୍ଦରରୁ 4 ଫୁଟର ନାଗ ସାପ ଉଦ୍ଧାର

author img

By

Published : Feb 26, 2023, 7:11 AM IST

ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ 4 ଫୁଟ ଲମ୍ବର ନାଗ ସାପ ଉଦ୍ଧାର । ଅଧିକ ପଢନ୍ତୁ

cobra rescued from Bhubaneswar
cobra rescued from Bhubaneswar
cobra rescued from Bhubaneswar

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନାଗ ସାପ । ଗତକାଲି(ଶନିବାର) ବିମାନ ବନ୍ଦରରୁ 4 ଫୁଟ ଲମ୍ବର ନାଗ ସାପ ଉଦ୍ଧାର କରାଯାଇଛି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ନାଗକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ । ସାପକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଥିବା କହିଛନ୍ତି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।

ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ସୂଚନା ଅନୁସାରେ, ନାଗ ସାପଟି ବିମାନ ବନ୍ଦର ପରିସରରେ ଥିବା ପୁରୁଣା ଆପ୍ରନରେ ରହିଥିଲା । ପରବର୍ତ୍ତୀ ସମୟରେ ସାପଟି ସେଠାରୁ ବାହରି ନବ ନିର୍ମିତ ଆପ୍ରନରେ ପହଞ୍ଚିଥିଲା । ସେଠାରେ ଗୋଟିଏ ସ୍ଥାନରେ ସ୍ଥିର ହୋଇ ଶୋଇ ରହିଥିଲା । 4 ଫୁଟର ଲମ୍ବ ନାଗ ସାପକୁ ସିଆଇଏସଏଫ୍ ଯବାନମାନେ ଦେଖିବାକୁ ପାଇଥିଲେ । ନାଗ ସାପ ଅନ୍ୟ ସ୍ଥାନକୁ ଖସି ଯିବା ପୂର୍ବରୁ ଯବାନମାନେ ଘେରି ରହିଥିଲେ । ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା । ନାଗଟିକୁ ପରିସର ମଧ୍ୟରୁ ଅନ୍ୟତ୍ର ନେବା ପାଇଁ ଅନୁରୋଧ କରାଯାଇଥିଲା । ସୂଚନା ପାଇ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି 4 ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରିଛନ୍ତି । ସାପଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ:ଚଳିତ ବର୍ଷ ହେବନି ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ନୀତି, ସେବାୟତ ସହଯୋଗ କରୁନଥିବା ଅଭିଯୋଗ

ଶୁଭେନ୍ଦୁ କହିଛନ୍ତି, "ଗତ ତିନି ମାସ ଧରି ଶୀତ ପ୍ରକୋପ ରହୁଥିବାରୁ ସାପମାନେ ଶୀତଳ ସୂପ୍ତି ବା ହାଇବରନେସନରେ ରହିଥିଲେ । ଏବେ ପରିବେଶରେ ଉଷ୍ମତା ବଢିଛି । ସାପମାନେ ପୁଣି ବାହାରିବା ଆରମ୍ଭ କରି ଦେଇଛନ୍ତି । ବିମାନ ବନ୍ଦର ପରିସରରେ ବହୁ ଅନାବନା ଅଞ୍ଚଳ ରହିଛି । ଛୋଟ ଓ ବଡ଼ ଗଛ ସହ ନିଛାଟିଆ ସ୍ଥାନ ଅଛି । ତେଣୁ ଏହା ଭିତରେ ସାପ ରହିବା ପରିବେଶ ସୃଷ୍ଟି ହୋଇଛି । ସାପମାନେ ବଂଶ ବୃଦ୍ଧି କରିବା ଲାଗି ପ୍ରକୃଷ୍ଠ ପରିବେଶ ରହିଛି । ଯଦି ବିମାନ ବନ୍ଦର କର୍ତ୍ତୃପକ୍ଷ ଚାହିଁବେ ସ୍ନେକ ହେଲ୍ପ ଲାଇନର ଏକ ଟିମ ବିମାନ ବନ୍ଦର ପରିସରରେ ସାପମାନଙ୍କର ସମ୍ଭାବ୍ୟ ଲୁଚିବା ସ୍ଥାନ ଖୋଜି ବାହାର କରିବେ । ଏହାସହିତ ବିମାନ ବନ୍ଦର ପରିସରରେ ସାପ ଉପଦ୍ରବ କମେଇବା ପାଇଁ ଉପାୟ ବତେଇ ପାରିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.