ETV Bharat / state

ଠିକାଦାରଙ୍କୁ ଗୁଳି କରି ହତ୍ୟା ଘଟଣାର ପର୍ଦ୍ଦାଫାସ, ୪ ଗିରଫ

author img

By

Published : Jun 25, 2023, 6:55 AM IST

ଠିକାଦାରଙ୍କୁ ଗୁଳି କରି ହତ୍ୟା ଘଟଣାରେ ଅଭିଯୁକ୍ତ ସମେତ ୩ ଜଣଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ । ଅଧିକ ପଢ଼ନ୍ତୁ

contractor murder case in khordha
ଠିକାଦାରଙ୍କୁ ଗୁଳି କରି ହତ୍ୟା ଘଟଣା
ଠିକାଦାରଙ୍କୁ ଗୁଳି କରି ହତ୍ୟା ଘଟଣା

ଖୋର୍ଦ୍ଧା: ଠିକାଦାରଙ୍କୁ ଗୁଳି କରି ହତ୍ୟା ଘଟଣାର ପର୍ଦ୍ଦାଫାସ କଲା ଟାଙ୍ଗୀ ପୋଲିସ । ଏହି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଗୁଳି, ଖାଲି କ୍ୟାଟ୍ରିଜ ସହ ତିନୋଟି ମଟର ସାଇକେଲ ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ । ଗତ ୧୯ ତାରିଖ ବିଳମ୍ବିତ ରାତିରେ ଦୁଇ ବନ୍ଧୁଙ୍କ ସହ ବାଇକରେ ଘରକୁ ଫେରୁଥିବା ବେଳେ ଠିକାଦାରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ ପରିଡା, ସନ୍ତୋଷ ପ୍ରଧାନ, ଦିଲୀପ କୁମାର ଏବଂ ଗଙ୍ଗାଧର ସୁବୁଦ୍ଧି । ମୁଖ୍ୟ ଅଭିଯୁକ୍ତ ମନୋଜ ନାମରେ ବିଭିନ୍ନ ସ୍ଥାନରେ 13ରୁ ଊର୍ଦ୍ଧ୍ବ ମାମଲା ଥିବା ଏସପି ସୂଚନା ଦେଇଛନ୍ତି । ଚଳିତ ମାସ 14 ତାରିଖରେ ମୟୂରଭଞ୍ଜରେ ମୁଖ୍ୟ ଅଭିଯୁକ୍ତ ମନୋଜ ଅନ୍ୟ ଏକ ଗୁଳିମାଡ଼ କରିଥିଲା । ଏହି ଘଟଣା ସମ୍ପର୍କରେ ମୃତକ ରମେଶ ରାଉତ ଜାଣିଥିଲେ । ତେଣୁ ପୋଲିସ ଠାରୁ ବର୍ତ୍ତିବା ପାଇଁ ରମେଶଙ୍କୁ ରାସ୍ତାରୁ ହଟାଇବାକୁ ଅଭିଯୁକ୍ତ ଯୋଜନା କରିଥିଲା । ଗତ 19 ତାରିଖରେ ରମେଶ ଦୁଇ ଜଣ ବନ୍ଧୁଙ୍କ ସହ ଘରକୁ ବାଇକରେ ଫେରୁଥିଲେ । ଏହି ସମୟରେ ଜାତୀୟ ରାଜପଥର ଚଣ୍ଡେଶ୍ଵର ନିକଟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଗୁଳିଟି ରମେଶଙ୍କ ପେଟରେ ବାଜିଥିଲା । ଏହାପରେ ସେ ତଳେ ପଡ଼ିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଟାଙ୍ଗୀ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ଏହି ଘଟଣା ପରେ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶରେ ବାଲୁଗାଁ ଏସଡିପିଓଙ୍କ ନେତୃତ୍ୱରେ ଟିମ ଗଠନ କରାଯାଇ ତଦନ୍ତ ଚାଲିଥିଲା । ଘଟଣାର ୫ ଦିନ ପରେ ମୁଖ୍ୟ ଅଭିଯୁକ୍ତ ସହିତ ଏଥିରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ଗିରଫ କରାଯାଇଥିବା ଏସପି ସୂଚନା ଦେଇଛନ୍ତି । ତେବେ ଏହି ଘଟଣାରେ ତଦନ୍ତ ଜାରି ରହିଛି । ସେହିଭଳି ଗତ 7 ତାରିଖରେ ଖୋର୍ଦ୍ଧା ସାମନ୍ତରାୟପୁର ଛକରେ ନିଶା ବେପାରୀ ସୋମନାଥ ଭୁଜବଳଙ୍କ ଉପରେ କିଛି ଦୁର୍ବୃତ୍ତ ଆଖିବୁଜା ଗୁଳି ଚଳାଇଥିଲେ । ଆହତ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଗୁଳିମାଡ଼ର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଧରିବାରେ ପୋଲିସ ସଫଳ ହୋଇନାହିଁ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.