ETV Bharat / state

ଆଜିଠୁ ଏକାମ୍ର ପ୍ରକଳ୍ପର ଭୂମିପୂଜନ କାର୍ଯ୍ୟକ୍ରମ, ଜଗିବେ ୧୪ ପ୍ଲାଟୁନ ପୋଲିସ ଫୋର୍ସ

author img

By

Published : Jun 26, 2023, 8:39 AM IST

ଏକାମ୍ର କ୍ଷେତ୍ର ପ୍ରକଳ୍ପରେ ଆଜିଠାରୁ ତିନି ଦିନିଆ ଭୂମିପୂଜନ କାର୍ଯ୍ୟକ୍ରମ । ସୁରକ୍ଷା ପାଇଁ ନିୟୋଜିତ ହେବେ 14 ପ୍ଲାଟୁନ ପୋଲିସ ଫୋର୍ସ । ଅଧିକ ପଢନ୍ତୁ

Foundation stone laying ceremony of ekamra project

ଭୁବନେଶ୍ବର: ଏକାମ୍ର କ୍ଷେତ୍ର ପ୍ରକଳ୍ପରେ ଝଲସିବ ଲିଙ୍ଗରାଜ ମନ୍ଦିର ପରିସର । ବାହୁଡାରେ ଏକାମ୍ର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଆଜି ଠାରୁ ବୁଧବାର ପର୍ଯ୍ୟନ୍ତ ଲିଙ୍ଗରାଜ ମନ୍ଦିର ପରିସରରେ ତିନି ଦିନ ଧରି କାର୍ଯ୍ୟକ୍ରମ ଚାଲିବ । ମନ୍ତ୍ର ଧ୍ବନିରେ କମ୍ପିବ ଏକାମ୍ର କ୍ଷେତ୍ର, ଝଲସିବ ଲିଙ୍ଗରାଜ ପରିସର । ପୂଜା ପାଠ ହୋମ ଯଜ୍ଞ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ରାଜ୍ୟର ପ୍ରମୁଖ ଦେବାଳୟରୁ ପଣ୍ଡିତ,ମୁନି,ସାଧୁଙ୍କ ସମାଗମ ହେବ । ଏହି କାର୍ଯ୍ୟକ୍ରମରେ ବହୁ ଲୋକଙ୍କ ସମାଗମ ହେବ । ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । 3ଟି ସିଫ୍ଟରେ 14 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସମସ୍ତ ଅଫିସର ଓ କର୍ମଚାରୀଙ୍କୁ ନେଇ ସୁରୁଖୁରୁରେ ଏହି ମହାଆୟୋଜନକୁ ସଫଳ ପାଇଁ ଡିସିପି କହିଛନ୍ତି ।

ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରି ଡିସିପି ପ୍ରତୀକ ସିଂ କହିଛନ୍ତି ଯେ, ତିନି ଦିନ ବ୍ୟାପି ଲିଙ୍ଗରାଜ ମନ୍ଦିର ପରିସରରେ କାର୍ଯ୍ୟକ୍ରମ ଚାଲିବ । ସାଂସ୍କୃତିକ କାର୍ଯ୍ୟକ୍ରମ, ହୋମଯଜ୍ଞ ପୁର୍ଣ୍ଣାହୂତି, ଲେଜର ସୋ ଭଳି ବ୍ୟବସ୍ଥା ରହିଛି । ଭକ୍ତ, ଶ୍ରଦ୍ଧାଳୁଙ୍କ ସହ ଅନେକ ଲୋକଙ୍କ ଆଗମନ ହେବ । ଏସବୁକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଲିଙ୍ଗରାଜ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା ନେଇ ନେଇ ଅଫିସରଙ୍କୁ ଅବଗତ କରାଯାଇଛି । ତିନି ଦିନ ବ୍ୟାପି ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ମୋଟ 14 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ତିନୋଟି ସିଫ୍ଟରେ 24 ଘଣ୍ଟା ପୋଲିସ କର୍ମଚାରୀ ସଜାଗ ରହିବେ ।

ସେ ଆହୁରି ମଧ୍ୟ କହିଛି ଯେ, ତିନିଦିନିଆ ଭୂମିପୂଜନ କାର୍ଯ୍ୟକ୍ରମରେ ମନ୍ଦିର ରାସ୍ତାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ନିର୍ଦ୍ଧାରିତ ହୋଇଥିବା ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି । ବହୁ ଲୋକେ ଲିଙ୍ଗରାଜ ମନ୍ଦିରକୁ ଆସିବାକୁ ଥିବା ବେଳେ ସେଠାରେ ସେମାନେ ଗାଡି ପାର୍କିଂ କରିବେ । ଏଥିସହ ଡିସିପିଙ୍କ ନେତୃତ୍ୱରେ ଜଣେ ଅତିରିକ୍ତ ଡିସିପି, 5 ଜଣ ଏସିପି, 9 ଜଣ ଇନିସପେକ୍ଟର ମୁତୟନ ରହିବେ। ଏଥିସହ କଣ୍ଟ୍ରୋଲ ରୁମ ରହିବ, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ ଉପରେ ବିଶେଷ ଧ୍ୟାନ ଦିଆଯିବ । ଅଗ୍ନିଶମ ବିଭାଗ ସହ କୋଡିନେସନରେ ପୁରା ସ୍ଥାନ ପାଇଁ ଫାୟାରପ୍ରୁଫ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ମଧ୍ୟ ଦମକଳ ଗାଡିର ସହ କର୍ମଚାରୀ ଉପସ୍ଥିତ ରହିବେ । ସୁରକ୍ଷା ଉପରେ କଡା ନଜର ପାଇଁ ଷ୍ଟ୍ରାଇକି ଫୋର୍ସ ମଧ୍ୟ ମୁତୟନ ହେବେ । ଭିଆଇପି ଓ ଭିଭିଆଇପି ମୁଭମେଣ୍ଟ ମଧ୍ୟ ରହିବ, ସେନେଇ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଡିସିପି ପ୍ରତୀକ ସିଂ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.