ETV Bharat / state

OUAT Foundation Day: ଆରମ୍ଭ ହେବ ନୂତନ ୱେବସାଇଟ୍ ଓ ଆପ୍ - ନୂତନ ୱେବସାଇଟ୍ ଉନ୍ମୋଚନ

ଆସନ୍ତାକାଲି ଓୟୁଏଟିର ୬୨ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ନୂତନ ୱେବସାଇଟ୍ ଉନ୍ମୋଚନ ସହ ବିଭିନ୍ନ କାର୍ଯ୍ୟକ୍ରମ ରହିଛି।

OUAT Foundation Day
OUAT Foundation Day
author img

By ETV Bharat Odisha Team

Published : Aug 23, 2023, 4:39 PM IST

OUAT Foundation Day

ଭୁବନେଶ୍ବର: ୬୨ତମ ପ୍ରତିଷ୍ଠା ଦିବସ ପାଳିବ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ। ଏହି ଦିବସରେ ବିଶ୍ବବିଦ୍ୟାଳୟର ନୂତନ ୱେବସାଇଟ୍, ବିଶ୍ଵବିଦ୍ୟାଳୟ ସଂଗୀତ, କୃଷକଙ୍କ ପାଇଁ ଆପ୍, ଭିଜିଅନ ପୁସ୍ତକ, ଶୈକ୍ଷିକ-ଶିଳ୍ପ ପୁସ୍ତକ ଆଦି ଉନ୍ମୋଚନ କରାଯିବ। ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (OUAT) ଆସନ୍ତାକାଲି ପାଳନ କରିବାକୁ ଯାଉଛି ଏହାର ୬୨ତମ ପ୍ରତିଷ୍ଠା ଦିବସ ।

ଏହି ଉତ୍ସବରେ ଓଡିଶାର କୃଷି ଓ କୃଷକ ସଶକ୍ତିକରଣ ଦିଗରେ ଆଲୋଚନା କରାଯିବ। ଏହି ଉତ୍ସବରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ତଥା ବିଶ୍ବବିଦ୍ୟାଳୟର ଉପକୁଳାଧପତି ରଣେନ୍ଦ୍ର ପ୍ରତାପ ସାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ କୃଷକ ଉତ୍ପାଦକ ସଙ୍ଗଠନର ଏକ କନକ୍ଲେଭ ଆୟୋଜିତ ହେବ । ଏଥି ସହିତ ସଫଳତା ହାସଲ କରିଥିବା କୃଷକ ଉତ୍ପାଦକ ସଙ୍ଗଠନର କର୍ମକର୍ତ୍ତା, ଶ୍ରେଷ୍ଠ ସର୍ବଭାରତୀୟ ସଂଯୋଜିତ ପ୍ରକଳ୍ପ, ଶ୍ରେଷ୍ଠ କୃଷି ବିଜ୍ଞାନ କେନ୍ଦ୍ର, ଶ୍ରେଷ୍ଠ ବିହନ ଉତ୍ପାଦନ କେନ୍ଦ୍ର, ଶ୍ରେଷ୍ଠ ଶିକ୍ଷକ, ଶ୍ରେଷ୍ଠ ବୈଜ୍ଞାନିକ, ଶ୍ରେଷ୍ଠ ସଂପ୍ରସାରଣ ବୈଜ୍ଞାନିକ, ଶ୍ରେଷ୍ଠ ମହିଳା ବୈଜ୍ଞାନିକ, ଶ୍ରେଷ୍ଠ କର୍ମଚାରୀ, ଶ୍ରେଷ୍ଠ ସ୍ନାତକ ଛାତ୍ର/ଛାତ୍ରୀ ପୁରସ୍କୃତ ହେବେ ।

ଏହି ଦିବସରେ ବିଶ୍ବବିଦ୍ୟାଳୟର ନୂତନ ୱେବସାଇଟ୍ ଲଞ୍ଚ ହେବାକୁ ଥିବାବେଳେ ବିଶ୍ଵବିଦ୍ୟାଳୟ ସଂଗୀତ ଉନ୍ମୋଚନ କରାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହାସହ କୃଷକଙ୍କ ପାଇଁ ଆପ୍, ଶୈକ୍ଷିକ-ଶିଳ୍ପ ପୁସ୍ତକ, 'ଚାଷିର ସଂସାର' ଆଦି ଉନ୍ମୋଚନ କରାଯିବା କାର୍ଯ୍ୟକ୍ରମ ରହିଛି। ପ୍ରତିଷ୍ଠା ଦିବସ ଅବସରରେ ଓମାଡସି (OMBADC) ଦ୍ଵାରା ପ୍ରଦାନ କରାଯାଉଥିବା ଗ୍ରାମୀଣ ଯୁବକ ଯୁବତୀମାନଙ୍କ ପାଇଁ ଏକ ବର୍ଷୀୟ ପାଠ୍ୟକ୍ରମ ଆରମ୍ଭ କରାଯିବ। ଏହି ଦିବସରେ କୃଷି ମହାବିଦ୍ୟାଳୟର ଦ୍ବିତୀୟ ମହଲା ଉଦ୍‌ଘାଟିତ ହେବ । ଏହାର କ୍ଷେତ୍ରଫଳ ପ୍ରାୟ ୫୦ହଜାର ବର୍ଗ ଫୁଟ୍ ବିଶିଷ୍ଟ ଥିବା ଜଣାପଡିଛି ।

ଏହା ବି ପଢନ୍ତୁ...ପ୍ରାକୃତିକ ବିପର୍ଯ୍ଯୟକୁ ନାହିଁ ଡର, ନୂଆ କିସମ ବିହନ ବିକଶିତ କରୁଛି ଓୟୁଏଟି

ଏହାଦ୍ଵାରା ଶିକ୍ଷାଦାନ ଓ ଗବେଷଣା କାର୍ଯ୍ୟରେ ସୁବିଧା ହୋଇପାରିବ। ବିଭିନ୍ନ ସମୟରେ ଧାନ ଓ ଅନେକ କିସମର ପନିପରିବା ଫୁଲ ଏବଂ ଫଳ ଉପରେ ଗବେଷଣା ଜାରି ରହିଛି। ରାଜ୍ୟରେ ଅନେକ ସମୟର ବନ୍ୟା ବାତ୍ୟା ଦୁର୍ବିପାକ ରହୁଥିବାରୁ ଏଭଳି ପ୍ରତିକୂଳ ସମୟରେ କିଭଳି ଭାବରେ ଧାନ ଭଲ ଭାବରେ କରାଯାଇପାରିବ ସେନେଇ ମଧ୍ୟ ଗବେଷଣା ଚାଲିଛି। ଅନ୍ୟପଟେ ସରୁ ଚାଉଳ ଧାନକୁ କିଭଳି ଭାବରେ ଅଧିକରୁ ଅଧିକ ଅମଳ କରାଯିବ ସେନେଇ ମଧ୍ୟ ଆରମ୍ଭ ହୋଇଛି ଗବେଷଣା। ଏପରିକି ବିଦେଶରେ ସରୁ ଚାଉଳର ଚାହିଦା ଅଧିକା ରହିଛି, ସେଥିପାଇଁ ରାଜ୍ୟର ଏହି କିସମର ଧାନକୁ କିଭଳି ଭାବରେ ଅମଳ କରାଯିବ ସେନେଇ ଗବେଷଣା ଚାଲିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.