ETV Bharat / state

ସୁସ୍ଥ ହୋଇ ଫେରିଲେ ପ୍ରଦୀପ୍ତ ନାୟକ; କହିଲେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଦେଇଛନ୍ତି ନୂଆ ଜୀବନ - ପ୍ରଦୀପ୍ତ ନାୟକ ସୁସ୍ଥ ହୋଇ ଓଡିଶା ଫେରିଛନ୍ତି

ପୂର୍ବତନ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ପ୍ରଦୀପ୍ତ ନାୟକ ସୁସ୍ଥ ହୋଇ ଓଡିଶା ଫେରିଛନ୍ତି । ଦୀର୍ଘ ୨୬ ମାସ ପରେ ଦିଲ୍ଲୀରୁ ଓଡିଶା ଫେରିଲେ ପ୍ରଦୀପ୍ତ । ଓଡ଼ିଶା ସରକାରଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ସେ ନୂଆ ଜୀବନ ପାଇଥିବା କହିଛନ୍ତି । ଅଧିକ ପଢ଼ନ୍ତୁ

ସୁସ୍ଥ ହୋଇ ଫେରିଲେ ପ୍ରଦୀପ୍ତ ନାୟକ
ସୁସ୍ଥ ହୋଇ ଫେରିଲେ ପ୍ରଦୀପ୍ତ ନାୟକ
author img

By

Published : Jun 20, 2023, 10:20 PM IST

ସୁସ୍ଥ ହୋଇ ଫେରିଲେ ପ୍ରଦୀପ୍ତ ନାୟକ

ଭୁବନେଶ୍ବର: ଦୀର୍ଘ ୨୬ ମାସ ପରେ ଦିଲ୍ଲୀରୁ ଓଡିଶା ଫେରିଲେ ବିଜେପି ବିଧାୟକ ପ୍ରଦୀପ୍ତ ନାୟକ । ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସୁସ୍ଥ ହୋଇ ଓଡିଶା ଫେରିଛନ୍ତି । ଦୀର୍ଘଦିନ ଧରି କୋରୋନାରେ ପୀଡ଼ିତ ହୋଇ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ ପ୍ରଦୀପ୍ତ । ଓଡ଼ିଶା ସରକାରଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ସେ ନୂଆ ଜୀବନ ପାଇଥିବା କହିଛନ୍ତି ।

୨୦୨୪ ନିର୍ବାଚନକୁ ନେଇ ବିଜେପି ନିଜର ରୋଡ଼ ମ୍ୟାପ ପ୍ରସ୍ତୁତ କରୁଛି । ଏହାରି ଭିତରେ ନିର୍ବାଚନ ପୂର୍ବରୁ ସୁସ୍ଥ ହୋଇ ଫେରିଛନ୍ତି ବିଜେପିର ଟାଣୁଆ ନେତା ପ୍ରଦୀପ୍ତ ନାୟକ । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ସେ ଦିଲ୍ଲୀ ଏମ୍ସରେ ୨୬ ମାସ ଚିକିତ୍ସାରେ ରହିବା ପରେ ସୁସ୍ଥ ହୋଇ ଗତକାଲି ଓଡ଼ିଶା ଫେରିଛନ୍ତି । ସେହି ସମୟରେ ପୁରା ଦେଶ କୋରୋନାର ପ୍ରକୋପରେ ଘାଣ୍ଟି ହେଉଥିଲା । କିନ୍ତୁ ଭଗବାନଙ୍କ ଆଶୀର୍ବାଦ ପାଇଁ ସେ ସୁସ୍ଥ ହୋଇଥିବା କହିଛନ୍ତି । ଦୀର୍ଘଦିନ ଧରି ଅକ୍ସିଜେନ ଲାଗିଥିଲା । ଗତ ମାସ ୨୭ ତାରିଖରେ ଅକ୍ସିଜେନ କଢା ଯାଇଛି । ଶରୀର ଟିକେ ଦୁର୍ବଳ ହୋଇଛି ସତ, କିନ୍ତୁ ମନ ଏବେବି ଦୃଢ଼ ଥିବା ସେ କହିଛନ୍ତି । ନିଜ ଅଞ୍ଚଳ ଲୋକଙ୍କ ପାଇଁ ପୂର୍ବରୁ କାମ କରୁଥିଲି ଏବେ ମଧ୍ୟ ଚାଲିଛି ଓ ଆଗକୁ ମଧ୍ୟ ଚାଲିବ ବୋଲି କହିଛନ୍ତି ପ୍ରଦୀପ୍ତ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଦୀପ୍ତ କହିଛନ୍ତି, "ମୁଁ ମୃତ୍ୟୁକୁ ବହୁତ ପାଖରୁ ଦେଖିଛି । ମୋ ବେଡ୍‌ ସାଇଡ୍‌ରୁ ଜଣେ ପରେ ଜଣେ ଲୋକଙ୍କ ଜୀବନ ଯାଉଥାଏ । ହେଲେ ମୁଁ ଜୀବନ ମରଣ ସହ ସଂଘର୍ଷ କରୁଥାଏ । ସେ ସମୟ ମୋ ପାଇଁ ବହୁତ କଷ୍ଟକର ଥିଲା । ଭାରତର ପ୍ରଧାନମନ୍ତ୍ରୀ, ଓଡିଶାର ମୁଖମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋତେ ଏୟାରଲିଫ୍ଟ୍‌ କରି ବଞ୍ଚାଇଲେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କଳାହାଣ୍ଡି ଆସୁଛନ୍ତି । ମୁଁ ଯୋଗଦାନ କରିବି । ପୁଣି ଲୋକମାନଙ୍କ ସେବା କରିବି । ଲୋକମାନେ ମୋତେ ବିଧାୟକ କରିଥିଲେ, ସେମାନଙ୍କ ପାଇଁ ବହୁତ କିଛି କରିବାର ଅଛି । ଆମ ଦଳ ସହିତ କଥା ହୋଇ ଲୋକମାନଙ୍କ ସମସ୍ୟାକୁ ସମାଧାନ କରିବି । ମୁଁ ଏବେ ସୁସ୍ଥ ଅନୁଭବ କରୁଛି । ମୋ ମନୋବଳ ଦୃଢ଼ ଥିଲା । ମୁଁ ଭାବୁଥିଲି ମୋର କିଛି ହେବନାହିଁ । ମୁଁ ଲୋକମାନଙ୍କ ସହିତ ସବୁବେଳେ ଅଛି । ମୁଁ ଦିଲ୍ଲୀରେ ଥିଲାବେଳେ ମଧ୍ୟ ମୋ ଅଞ୍ଚଳବାସୀଙ୍କର କଥା ବୁଝିଥିଲି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.