ETV Bharat / state

Mission Sun: ସୂର୍ଯ୍ୟ ତାପମାତ୍ରା ତାରତମ୍ୟର ରହସ୍ୟ ଖୋଲିବ ଆଦିତ୍ୟ ଏଲ-1

author img

By ETV Bharat Odisha Team

Published : Aug 29, 2023, 3:52 PM IST

Updated : Aug 29, 2023, 4:50 PM IST

ଆସନ୍ତା ସେପ୍ଟେମ୍ବରରେ ଇସ୍ରୋର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ । ସୂର୍ଯ୍ୟ ତାପମାତ୍ରା ତାରତମ୍ୟର ରହସ୍ୟ ଖୋଲିବ ଏହି ମିଶନ । ଅଧିକ ପଢନ୍ତୁ

Etv Bharat
Etv Bharat
Mission Sun: ସୂର୍ଯ୍ୟ ତାପମାତ୍ରା ତାରତମ୍ୟର ରହସ୍ୟ ଖୋଲିବ ଆଦିତ୍ୟ ଏଲ-1

ଭୁବନେଶ୍ବର: ଚନ୍ଦ୍ରଯାନ-୩ର ଚନ୍ଦ୍ରପୃଷ୍ଠରେ ସଫଳ ଲ୍ୟାଣ୍ଡିଂ ପରେ ଏବେ ସାରା ବିଶ୍ବର ନଜର ରହିଛି ଭାରତର ମହାକାଶ ଗବେଷଣା ଉପରେ । କାରଣ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡ କରିବାରେ ଭାରତ ହେଉଛି ପ୍ରଥମ ରାଷ୍ଟ୍ର । ମିଶନ ମୁନ ପରେ ଏବେ ଇସ୍ରୋର ମିଶନ ସନ 'ଆଦିତ୍ୟ ଏଲ -1' । ଇସ୍ରୋର ପୂର୍ବତନ ବୈଜ୍ଞାନିକ ଅଶୋକ କୁମାର ରଥ କହିଛନ୍ତି ଆଦିତ୍ୟ ଏଳ-1 ମିଶନ ହେଉଛି ସୂର୍ଯ୍ୟ ଉପରେ ବୈଜ୍ଞାନିକ ଗବେଷଣା । ସୂର୍ଯ୍ୟ ତାପମାତ୍ରା ତାରତମ୍ୟର ରହସ୍ୟ ଖୋଲିବ ଆଦିତ୍ୟ ଏଲ-1 ।

ଏନେଇ ଇସ୍ରୋ ପୂର୍ବତନ ବୈଜ୍ଞାନିକ ଅଶୋକ କୁମାର ରଥ କହିଛନ୍ତି, "ଆଦିତ୍ୟ ଏଲ-1 ଅନ୍ୟାନ୍ୟ ଗବେଷଣା କରିବା ସହିତ ମୁଖ୍ୟତଃ କରୋନା ଡିସଚାର୍ଜ (Corona Discharge)ର ରହସ୍ୟ ଉନ୍ମୋଚନ କରିବ । କାହିଁକି ଏହାର ତାପମାତ୍ରାରେ ତାରତମ୍ୟ ଦେଖାଯାଉଛି ତାର ରହସ୍ୟ ଖୋଲିବ ଆଦିତ୍ୟ ଏଲ-1 । ବିଶେଷ କରି କରୋନାର ତାପମାତ୍ରା 2 ମିଲିୟନ ଡିଗ୍ରୀ ଫାରେନାଇଟ ରହିଥିବା ବେଳେ ସୂର୍ଯ୍ୟ ଆଡକୁ 1000 କିଲୋମିଟରକୁ ଭିତରକୁ ଗଲେ ଏହାର ତାପମାତ୍ରା 10,000 ଡିଗ୍ରୀ ଫାଇନହାଇଟ ହୋଇଯାଉଛି । ଏହି ତାପମାତ୍ରାର ତାରତମ୍ୟ କାହିଁକି ଆସୁଛି ତାର ଅଧ୍ୟୟନ କରିବ ଏଲ-1 ।"

ଏହା ବି ପଢନ୍ତୁ- Aditya-L1 Solar Mission: ସୂର୍ଯ୍ୟ ମିଶନ ନେଇ ଆରମ୍ଭ ହୋଇଛି କାଉଣ୍ଟଡାଉନ, ଜାଣନ୍ତୁ L1 ପଏଣ୍ଟ କଣ?

ଗବେଷଣାରେ ଆଦିତ୍ୟ L-1କୁ ହେବନି କୌଣସି ଅସୁବିଧା:- ବଡ଼ କଥା ହେଲା ଏଲ-1 ପଏଣ୍ଟ ବା ଲାଗ୍ରାଜିଆନ ପଏଣ୍ଟରେ ମାଧ୍ୟାକର୍ଷଣ ଶକ୍ତି ବାଲାନ୍ସ ହେଉଛି । ଅର୍ଥାତ ପୃଥିବୀର ଯେତିକି ସୂର୍ଯ୍ୟଙ୍କର ସେତିକି । ଧୀରେ ଧୀରେ ସୂର୍ଯ୍ୟଙ୍କର ମାଧ୍ୟାକର୍ଷଣ ଶକ୍ତି ଏହି ପଏଣ୍ଟରେ ହ୍ରାସ ପାଇବ । ତେଣୁ ଏଲ-1କୁ ଅଧ୍ୟୟନ କରିବାରେ କୌଣସି ପରାଗ ବା ଏକଲିପ୍ସ ବାଧା ସୃଷ୍ଟି କରିପାରିବେନି । ଏହା ଏକ ଗୋଲାକାର ପଥରେ ସୂର୍ଯ୍ୟ ଚାରିପଟେ ଏକ ରିଙ୍ଗ ପରି ବୁଲିବ । ଯାହାକି ସୂର୍ଯ୍ୟକୁ ଅଧ୍ୟୟନ କରିବାରେ ସହାୟକ ହେବ ।

ଏହା ବି ପଢନ୍ତୁ- Launch of Aditya-L1: ଚନ୍ଦ୍ର ପରେ ସୂର୍ଯ୍ୟ ମିଶନ, ସେପ୍ଟେମ୍ବର 2ରେ ଲଞ୍ଚ ହେବ Aditya-L1

ସୂର୍ଯ୍ୟଙ୍କ ବିଭିନ୍ନ ରଶ୍ମି ଉପରେ ହେବ ଗବେଷଣା:- ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି ଆଦିତ୍ୟ ଏଲ-1 ସୂର୍ଯ୍ୟଙ୍କଠାରୁ ନିର୍ଗତ ହେଉଥିବା ବିଭିନ୍ନ ରଶ୍ମି ଏବଂ ଏହାର ପ୍ରଭାବ ଉପରେ ଗବେଷଣା କରିବ । ସୂର୍ଯ୍ୟରେ ପ୍ରତି ମୁହୂର୍ତ୍ତରେ ହାଇଡ୍ରୋଜେନ ବର୍ଣ୍ଣ କରୁଛି ଏବଂ ଏହା ହିଲିୟମକୁ କନଭର୍ଟ ହୋଇ ଆମ ପାଖକୁ ଆସୁଛି । ତେବେ ବଡ ପ୍ରଶ୍ନ ହେଲା ଏତେ ଉତ୍ତାପ କେମିତି ସୃଷ୍ଟି ହେଉଛି ? ଇଲକ୍ରୋମାଗ୍ନେଟିକ ଓ୍ବେଭକୁ ଏହା କେମିତି ପ୍ରଭାବିତ କରୁଛି ? ଓଜନ ଲେୟାରକୁ କେମିତି ପ୍ରୋଟେକ୍ଟ କରୁଛି ? ମାଗ୍ନେଟିକ ଆଫେକ୍ଟ କଣ ଏବଂ ବିଶେଷ କରି କରୋନା ଡିସଚାର୍ଜର ରହସ୍ୟ ଭେଦ କରିବ ଆଦିତ୍ୟ ଏଲ-1 ।

ଆଦିତ୍ୟ ଏଲ-1ରେ ରହିବ 7ଟି ପେଲୋଡ:- ଆଦିତ୍ୟ ଏଲ-1ରେ ୭ଟି ପେଲୋଡ ମଧ୍ୟରୁ ୪ଟି ରିମୋଟ ସେନ୍ସିଂ ପେଲୋଡ ରହୁଛି । ଏଥିସହ ସେନସର ମଧ୍ୟ ରହିଛି । ଯାହା ଏହାକୁ ଅଧିକ କାର୍ଯ୍ୟକ୍ଷମ କରିବା ସହିତ ବୈଷୟିକ ଉପଯୋଗୀ ବନେଇବ । ପିଏନଏଲଡି ଏକ୍ସ ଏଲ ରକେଟ ମାଧ୍ୟମରେ ଆଦିତ୍ୟ ଏଲ-1କୁ ଉତକ୍ଷେପଣ କରାଯିବ । ଏବେ ସମସ୍ତଙ୍କ ନଜର ଅଟକିଛି ସେପ୍ଟେମ୍ବର 2 ତାରିଖ ଉପରେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 29, 2023, 4:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.