ETV Bharat / state

ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ଦେହାନ୍ତ - ଅବସର ବେଉରିଆଙ୍କ ଦେହାନ୍ତ

ପରଲୋକରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ । ହୃଦଘାତରେ ୮୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ଦେହାନ୍ତ

author img

By

Published : Nov 17, 2022, 9:20 AM IST

Updated : Nov 17, 2022, 9:37 AM IST

ଭୁବନେଶ୍ବର: ପରଲୋକରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି(Former Indian ambassador Abasar Beuria passes away) । ହୃଦଘାତ ଯୋଗୁଁ ପୂର୍ବତନ ରାଷ୍ଟ୍ରଦୂତ ବେଉରିଆଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।

ସୂଚନାଯୋଗ୍ୟ, ଗତକାଲି ରାତିରେ ଅବସର ବେଉରିଆ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବର ସହିଦନଗର ସ୍ଥିତ ବାସଭବନରୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ପ୍ରାୟ ରାତି ୧ଟା ସମୟରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ପୂର୍ବତନ ରାଷ୍ଟ୍ରଦୂତ, ଅନେକ ବିରଳ ସମ୍ମାନର ଅଧିକାରୀ, ସ୍ବାଭିମାନୀ ଓଡ଼ିଆ, ବିଦେଶ ନୀତି ବିଶେଷଜ୍ଞ, ଦେଶପ୍ରେମୀ ତଥା ରାଷ୍ଟ୍ରବାଦୀ, ଜଣାଶୁଣା ସ୍ତମ୍ଭକାର, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିଜକୁ ସମର୍ପିତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 17, 2022, 9:37 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.