ETV Bharat / state

ଆଚରଣବିଧି ନେଇ 5T ସଚିବ ନିଜ ଭିତରେ ସଂଯମତା ଆଣିବା ଦରକାର: ପୂର୍ବତନ ମୁଖ୍ୟ ସଚିବ

author img

By

Published : Jul 5, 2023, 5:00 PM IST

Updated : Jul 5, 2023, 6:13 PM IST

ରାଜ୍ୟରେ ଜାରି ରହିଛି 5T ସଚିବ ଭିକେ ପାଣ୍ଡିଆନଙ୍କୁ ନେଇ ବିବାଦ । ମୁଖ୍ଯମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରାଜ୍ୟରେ ନିରଙ୍କୁଶ କ୍ଷମତା ଉପଭୋଗ କରୁଥିବା ବିରୋଧୀ ଅଭିଯୋଗ କରୁଛନ୍ତି । ସେପଟେ ଆଚରଣବିଧିକୁ ନେଇ 5T ସଚିବ ନିଜ ଭିତରେ ସଂଯମତା ଆଣିବା ଦରକାର ବୋଲି କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ଓ ବିଜୟ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

5T ସଚିବ ବିବାଦରେ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ସୋନପୁରସ୍ଥିତ ପାତାଳି ଶ୍ରୀକ୍ଷେତ୍ର ଗସ୍ତ ସମୟରେ 5T ସଚିବଙ୍କ କାର୍‌କେଡ୍‌ ଉପରକୁ ଅଣ୍ଡାମାଡ଼ ହୋଇଥିଲା । ଆମ୍‌ ଆଦ୍‌ମି ପାର୍ଟିର କିଛି କର୍ମୀ ପାଣ୍ଡିଆନଙ୍କ କାର୍‌କେଡ୍‌ ଉପରକୁ ଅଣ୍ଡା ମାଡ଼ କରିଥିଲେ । ସେପଟେ ବିଜେପି ମଧ୍ୟ ବିଭିନ୍ନ ସ୍ଥାନରେ 5T ସଚିବଙ୍କ ଗସ୍ତକୁ ବିରୋଧ କରି କଳାପତାକା ପ୍ରଦର୍ଶନ କରୁଛି । ଆଉ ଦିନକୁ ଦିନ ବିରୋଧ ଉଗ୍ର ହେବାରେ ଲାଗିଛି । ବିରୋଧୀ ଦଳ ଗୁଡିକ ଏହି ପ୍ରସଙ୍ଗକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଛନ୍ତି । ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ଓ ବିଜୟ ପଟ୍ଟନାୟକ ।

ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଛନ୍ତି, "ପାଣ୍ଡିଆନଙ୍କ ଦେହରେ ମୁଖ୍ୟମନ୍ତ୍ରୀଙ୍କ କାଳେସି ଲାଗିଛି । ତେଣୁ ସେ ଯେଉଁ ସ୍ଥାନକୁ ଯାଉଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପରି ବ୍ୟବହାର କରୁଛନ୍ତି । ଜଣେ ଆଇଏଏସ୍‌ର ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି 5T ସଚିବ । ଆଚରଣ ବିଧିକୁ ତଦାରଖ କରିବାର ଦାୟିତ୍ବ ମୁଖ୍ୟମନ୍ତ୍ରୀଙ୍କର । କିନ୍ତୁ ଏଠି ତ ମୁଖ୍ୟମନ୍ତ୍ରୀ ନିଜେ ଅନୁମତି ଦେଇଛନ୍ତି 5T ସଚିବଙ୍କୁ ଗସ୍ତ କରିବା ପାଇଁ । ତେଣୁ କେହି କିଛି କରିପାରିବେନି । କିନ୍ତୁ ଜଣେ ଆଇଏଏସ୍‌ ହିସାବରେ ନିଜ ଭିତରେ ସଂଯମତା ଆସିବା ଦରକାର । ଆଚରଣବିଧିକୁ ନେଇ 5T ସଚିବ ନିଜ ଭିତରେ ସଂଯମତା ଆଣିବା ଦରକାର । କେଉଁ ସୀମା ଭିତରେ ରହି କାମ କରିବେ, ସେ ନିଜେ ନିର୍ଦ୍ଧାରଣ କରିବା ଉଚିତ । ନଚେତ କେହି କିଛି କରିପାରିବେ ନାହିଁ ।"

ସଚିବଙ୍କ କାର୍‌କେଡ୍‌କୁ ଅଣ୍ଡା ମାଡ଼ ଘଟଣାରେ ସହଦେବ କହିଛନ୍ତି, "ଏହା ଲୋକଙ୍କ ବିରୋଧ ନୁହେଁ, ଆପ୍‌ ଦଳ ପକ୍ଷରୁ ବିରୋଧ କରାଯାଇଛି । ନିର୍ଦ୍ଦିଷ୍ଟ ଦଳର ବିରୋଧ । ବିରୋଧି ଦଳ ତ ତାଙ୍କର ବିରୋଧ ଜାରି ରଖିଛନ୍ତି । କିନ୍ତୁ ବିଜେଡି ଦଳ ଭିତରେ ବିଦ୍ରୋହ ସୃଷ୍ଟି ହେବା ଦରକାର । ଯେଉଁ ନେତା, ମନ୍ତ୍ରୀ, ବିଧାୟକମାନେ ଏପରି ଗସ୍ତକୁ ଗ୍ରହଣ କରିପାରୁନାହାନ୍ତି, ସେମାନେ ଦଳ ଭିତରେ ବିଦ୍ରୋହ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ନଚେତ 5T ସଚିବଙ୍କ ଗସ୍ତ ଉପରେ ଅଙ୍କୁଶ ଲଗାଇବା ମୁସ୍‌କିଲ ହେବ । କେନ୍ଦ୍ର ସରକାର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କାର୍ଯ୍ୟାନୁଷ୍ଠାନ ପାଇଁ । କିନ୍ତୁ ମୁଖ୍ୟ ଶାସନ ସଚିବ କିଛି କରିପାରୁନାହାନ୍ତି । କରିବେ ବା କେମିତି । ତାଙ୍କୁ ମଧ୍ୟ କିଛି କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ନେବାକୁ ପଡିବ । 5T ସଚିବ ମୁଖ୍ୟମନ୍ତ୍ରୀଙ୍କ ପରି କାମ କରନ୍ତୁ, କିନ୍ତୁ ନିଜକୁ ମୁଖ୍ୟମନ୍ତ୍ରୀ ନ ଭାବନ୍ତୁ । ସେ ଯୁଆଡେ ଯାଉଛନ୍ତି ତାଙ୍କ ସହିତ କାର୍‌କେଡ୍‌ ଯିବା, ପୋଲିସର ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ଏସବୁକୁ ଦେଖିଲେ ଲାଗୁଛି ପାଣ୍ଡିଆନ ନିଜକୁ ମୁଖ୍ୟମନ୍ତ୍ରୀ ବୋଲି ଭାବି ସାରିଲେଣି । ଆଚରଣ ଏବଂ ଉଚାରଣରେ ଆଚରଣବିଧି ମାନିବା ଦରକାର । ନଚେତ ୨୦୨୪ ନିର୍ବାଚନ ବେଳକୁ ଦଳରେ ଅନେକ ବିଦ୍ରୋହୀ ପ୍ରାର୍ଥୀ ବାହାରିବେ ।" ସେତବେଳକୁ ଦଳକୁ ସମ୍ଭାଳିବା କଷ୍ଟକର ବ୍ୟାପାର ହୋଇପାରେ ବୋଲି କହିଛନ୍ତି ସହଦେବ ସାହୁ ।

ସେପଟେ ଏହି ପ୍ରସଙ୍ଗରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ ମଧ୍ୟ ସମାନ କଥା କହିଛନ୍ତି । ସେ କହିଛନ୍ତି, "ଜଣେ ସରକାରୀ ଅଧିକାରୀଙ୍କ ପ୍ରତି ଅଶାଳୀନ ବ୍ୟବହାର କରିବା ଉଚିତ ନୁହେଁ । ହେଲେ ପାଣ୍ଡିଆନ ମଧ୍ୟ ଜଣେ ସରକାରୀ ଅଧିକାରୀଙ୍କ ପରି ବ୍ୟବହାର କରିବା ଉଚିତ ।" ଗତ କିଛିଦିନ ଧରି 5T ସଚିବ ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ଉନ୍ନୟନ ମୂଳକ କାମର ସମୀକ୍ଷା କରୁଛନ୍ତି । ଯୋଜନାରେ ଅର୍ଥରାଶି ଘୋଷଣା କରୁଛନ୍ତି । ଘଟଣାସ୍ଥଳରେ ଆସୁଥିବା ବିଭିନ୍ନ ସମସ୍ୟାର ସମାଧାନର ବାଟ ବାହାର କରୁଛନ୍ତି । ତେବେ ଏହା ଆଇଏଏସ୍‌ ଆଚରଣବିଧିର ଉଲ୍ଲଙ୍ଘନ ବୋଲି ବିରୋଧି ଅଭିଯୋଗ କରିଆସୁଛନ୍ତି । ଗତକାଲି ସୋନପୁରର ପାତାଳି ଶ୍ରୀକ୍ଷେତ୍ର ଗସ୍ତ ସମୟରେ ଆପ ଦଳ ପକ୍ଷରୁ ଅଣ୍ଡା ମାଡ଼ କରାଯାଇଥିଲା ପାଣ୍ଡିଆନଙ୍କ କାରକେଡ ଉପରକୁ । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ବିରୋଧୀ କଂଗ୍ରେସ ଏବଂ ବିଜେପି ଏହାକୁ କଡା ଭାଷାରେ ସମାଲୋଚନା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 5, 2023, 6:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.