ETV Bharat / state

ଲାଞ୍ଚ ମାମଲାରେ ପୋଲିସ ASIଙ୍କୁ ୫ ବର୍ଷ ଜେଲ୍

ଭିଜିଲାନ୍ସ ମାମଲାରେ ଖୋର୍ଦ୍ଧା ଟାଉନ ଥାନାର ତତ୍କାଳୀନ ଏଏସ୍ଆଇ ଲକ୍ଷ୍ମୀଧର ପଣ୍ଡାଙ୍କୁ ୫ ବର୍ଷ ଜେଲ୍ । ଜେଲ ଦଣ୍ଡ ସହ ୧୦ ହଜାର ଜରିମାନା କଲେ ଭିଜିଲାନ୍ସ କୋର୍ଟ । ଅଧିକ ପଢନ୍ତୁ

ଲାଞ୍ଚ ମାମଲାରେ ପୋଲିସ ASIଙ୍କୁ ୫ ବର୍ଷ ଜେଲ୍
ଲାଞ୍ଚ ମାମଲାରେ ପୋଲିସ ASIଙ୍କୁ ୫ ବର୍ଷ ଜେଲ୍
author img

By

Published : Apr 11, 2023, 8:40 AM IST

ଖୋର୍ଦ୍ଧା: ଲାଞ୍ଚ ମାମଲାରେ ପୋଲିସ ଏଏସଆଇଙ୍କୁ ୫ ବର୍ଷ ଜେଲ୍ । ଖୋର୍ଦ୍ଧା ଟାଉନ ଥାନାର ତତ୍କାଳୀନ ଏଏସଆଇ ଲକ୍ଷ୍ମୀଧର ପଣ୍ଡାଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ ସହ ୧୦ ଜରିମାନା ନିର୍ଦ୍ଦେଶ ହୋଇଛି । ଗତକାଲି(ସୋମବାର) ଏହି ମାମଲାର ବିଚାର କରି ଭୁବନେଶ୍ୱର ଦୁର୍ନୀତି ନିବାରଣ କୋର୍ଟ ଦୁଇଟି ପୃଥକ ମାମଲାରେ ତାଙ୍କୁ ଜେଲ୍ ଓ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ୨୦୧୩ରେ ଏକ ମାମଲାରେ ଚାର୍ଜସିଟ୍ ଦାଖଲ କରିବା ଓ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ ଏଏସ୍ଆଇ ଲକ୍ଷ୍ମୀଧର ପଣ୍ଡା ।

ଏହାମଧ୍ୟ ପଢନ୍ତୁ: ସାଇନିଂ କଳାହାଣ୍ଡିକୁ ମହଙ୍ଗା ପଡିଲା ମାଇନିଂ ଦାବି, ଦଳରୁ ବିଦା ହେଲେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ

ସୂଚନାନୁସାରେ, ଖୋର୍ଦ୍ଧା ଟାଉନ୍ ଥାନାର ତତ୍କାଳୀନ ଏଏସ୍ଆଇ ତଥା ବର୍ତ୍ତମାନ ବାଣପୁର ଥାନାରେ କାର୍ଯ୍ୟରତ ଲକ୍ଷ୍ମୀଧର ପଣ୍ଡା ୨୬୦/୨୦୧୩ ମାମଲାର ଅନୁସନ୍ଧାନ ଅଧିକାରୀ ଥିଲେ । ଅଭିଯୋଗକାରୀ ତ୍ରିଲୋଚନ ରଣସିଂହଙ୍କଠାରୁ ମାମଲାର ଚାର୍ଜସିଟ୍ ଦାଖଲ କରିବା ଓ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଲକ୍ଷ୍ମୀଧର ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ତ୍ରିଲୋଚନ ୧୨ ଅଗଷ୍ଟ ୨୦୧୩ରେ ଭୁବନେଶ୍ୱର ଭିଜିଲାନ୍ସ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ପରେ ଖୋର୍ଦ୍ଧା ଶକୁନ୍ତଳା ମାର୍କେଟ୍ କମ୍ପ୍ଲେକ୍ସ ନିକଟରେ ଲକ୍ଷ୍ମୀଧର ତ୍ରିଲୋଚନଙ୍କଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରିବା ବେଳେ ଭିଜିଲାନ୍ସ ଇନ୍ସପେକ୍ଟର ସୁଶୀଲ ଏକ୍କାଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ ଚଢାଉ କରିଥିଲା ।

ଏହାମଧ୍ୟ ପଢନ୍ତୁ: ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା ଘଟଣା: ବିଫଳ ପ୍ରେମ କାହାଣୀରେ ରକ୍ତ ଛିଟା ଦେଇଥିଲା ପ୍ରେମିକ

ଏହି ଲାଞ୍ଚ ମାମଲାରେ ୯ ଜଣ ସାକ୍ଷୀଙ୍କ ବୟାନ, ଉଭୟ ପକ୍ଷର ଦଲିଲ ଶୁଣିବା ପରେ ସ୍ୱତନ୍ତ୍ର ଦୁର୍ନୀତି ନିବାରଣ ମାଜିଷ୍ଟ୍ରେଟ୍ ସତ୍ୟନାରାୟଣ ଷଡ଼ଙ୍ଗୀ ଲକ୍ଷ୍ମୀଧରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୩(୨)ରେ ତାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଓ ଦୁର୍ନୀତି ନିବାରଣ ଆଇନର ଧାରା ୭ରେ ୨ବର୍ଷ ଜେଲ୍ ଓ ୫ହଜାର ଟଙ୍କା ଜରିମାନା ଦଣ୍ଡ ଶୁଣାଇଛନ୍ତି । ଜରିମାନା ଅନାଦେୟରେ ଅତିରିକ୍ତ ୩ ମାସ ଲେଖାଏଁ ମୋଟ ୬ ମାସ ଜେଲ୍ ଦଣ୍ଡରେ ଦଣ୍ଡିତ ହେବେ । ଏହି ମାମଲାକୁ ଦୁର୍ନୀତି ନିବାରଣ ବିଭାଗ ସରକାରୀ ଓକିଲ ହେମନ୍ତ କୁମାର ସ୍ୱାଇଁ ପରିଚାଳନା କରୁଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.