ETV Bharat / state

ହାତୀ ସୁରକ୍ଷା ଓ ଜଙ୍ଗଲ ନିଆଁରୁ ରକ୍ଷା ପାଇଁ ନିଆଯାଉଛି ପଦକ୍ଷେପ: ମନ୍ତ୍ରୀ - ହାତୀ ସୁରକ୍ଷା

ହାତୀ ସୁରକ୍ଷା ଓ ବଢ଼ୁଥିବା ଜଙ୍ଗଲ ନିଆଁକୁ ନେଇ ପ୍ରତିକ୍ରିୟା ରଖିଲେ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ । ସମସ୍ତ ପଶୁପକ୍ଷୀଙ୍କ ସୁରକ୍ଷା ଏବଂ ଜଙ୍ଗଲ ନିଆଁ ଲିଭାଇବାକୁ ମଧ୍ୟ ପ୍ରାଥମିକତା ଦିଆଯାଉବା କହିଛନ୍ତି ମନ୍ତ୍ରୀ । ଅଧିକ ପଢ଼ନ୍ତୁ

ହାତୀ ସୁରକ୍ଷା ଓ ବଢ଼ୁଥିବା ଜଙ୍ଗଲ ନିଆଁକୁ ନେଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା

author img

By

Published : Apr 18, 2023, 10:16 PM IST

ହାତୀ ସୁରକ୍ଷା ଓ ବଢ଼ୁଥିବା ଜଙ୍ଗଲ ନିଆଁକୁ ନେଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ରାଜ୍ୟରେ ତାପମାତ୍ରା ହୁ ହୁ ହୋଇ ବଢ଼ୁଥିବା ବେଳେ ବ୍ୟାପୁଥିବା ଜଙ୍ଗଲ ନିଆଁ ଚିନ୍ତା ବଢ଼ାଉଛି । ଅନ୍ୟପଟେ ରାଜ୍ୟରେ ବାରମ୍ବାର ହାତୀ ମୃତ୍ୟୁ ମଧ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ନିଦ ହଜାଇଛି । ଏହି ପରିପ୍ରେକ୍ଷୀରେ ଉଭୟ ହାତୀ ମାନଙ୍କ ସୁରକ୍ଷା ଓ ଜଙ୍ଗଲ ନିଆଁକୁ ଆୟତ କରିବାକୁ ପଦକ୍ଷେପ ନିଆଯାଉଥିବା ସ୍ପଷ୍ଟ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । କେବଳ ହାତୀ କାହିଁକି, ଅନ୍ୟ ପଶୁପକ୍ଷୀଙ୍କ ସୁରକ୍ଷା ଏବଂ ଜଙ୍ଗଲ ନିଆଁ ଲିଭାଇବାକୁ ମଧ୍ୟ ପ୍ରାଥମିକତା ଦିଆଯାଉବା କହିଛନ୍ତି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ।

ମନ୍ତ୍ରୀ କହିଛନ୍ତି, "ହାତୀଙ୍କୁ ସୁରକ୍ଷା ଦେବା ପାଇଁ ସରକାର ସବୁ ସମୟରେ ତତ୍ପର ରହିଛନ୍ତି । ମଣିଷ ଓ ହାତୀ ଲଢେଇକୁ ପ୍ରଶମିତ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଯେତେବେଳେ ଯାହା ଘଟଣା ଘଟୁଛି, ସରକାର ତୁରନ୍ତ ତଦନ୍ତ କରି ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । କେବଳ ହାତୀ ନୁହେଁ, ସବୁ ପଶୁପକ୍ଷୀଙ୍କ ସୁରକ୍ଷା ଓ ଖରାଦିନେ ଜଳ ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଉଛି । ଜଙ୍ଗଲ ମଧ୍ୟରେ ପୋଖରୀର ବ୍ୟବସ୍ଥା କରାଯାଉଛି । ଖରାଦିନେ କିଭଳି ଜୀବଜନ୍ତୁ ପାଣି ପାଇବେ, ସେଥିପାଇଁ ଆମେ କାର୍ଯ୍ୟକ୍ରମ ହାତକୁ ନେଇ ସାରିଛୁ । ସେହି କାର୍ଯ୍ୟକ୍ରମ ଜାରି ରହିଛି । ସେହିପରି ସାଟେଲାଇଟ ମାଧ୍ୟମରେ ଯେଉଁଠି ବି ନିଆଁ ଲାଗିବ ତୁରନ୍ତ ଜଣାପଡିବ । ଚାଷ କାମ ପରେ ଚାଷୀମାନେ ପାଳକୁ ପୋଡ଼ି ଦେଉଛନ୍ତି । ସେଥିରେ ମଧ୍ୟ ନିଆଁ ସୃଷ୍ଟି ହେଉଛି । ସେଇଟା ମଧ୍ୟ ସାଟେଲାଇଟକୁ ଯାଉଛି । ସାଟେଲାଇଟ ମାଧ୍ୟମରେ ଆସୁଥିବା ସବୁ ଯେ ଜଙ୍ଗଲ ନିଆଁ ତାହା ଠିକ ନୁହେଁ । ଯେଉଁ ଜାଗାରେ ନିଆଁ ଲାଗୁଛି, ତୁରନ୍ତ ବିଭାଗୀୟ କର୍ମଚାରୀ ଘଟଣାସ୍ଥଳକୁ ଯାଉଛନ୍ତି ।"

ସେହିଭଳି ମନ୍ତ୍ରୀ ଆହୁରି କହିଛନ୍ତି, "ଗ୍ରାମାଞ୍ଚଳରେ ବନ ସୁରକ୍ଷା ସମିତି, ସ୍ବେଚ୍ଛାସେବୀଙ୍କ ସହଯୋଗରେ ନିଆଁ ଲିଭାଇବା କାର୍ଯ୍ୟ ହୁଏ । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶନାମା ଅନୁସାରେ ଅଗ୍ନିଶମ ବିଭାଗର ସହଯୋଗ ନେଉଛୁ । ପ୍ରବଳ ଖରା ଯୋଗୁଁ ଶୁଖି ଯାଉଛି ଜଙ୍ଗଲ ଭିତରେ ଥିବା ପ୍ରାକୃତିକ ଜଳାଶୟ । ଜଙ୍ଗଲ ମଧ୍ୟରେ ଜଳ ସଂରକ୍ଷଣ ଓ ଜଳ ଯୋଗାଣ ପାଇଁ ପଦକ୍ଷେପ ନେବାକୁ ବିଭାଗ ଗୁରୁତ୍ବ ଦେଉଛି । ଜଙ୍ଗଲରେ ଥିବା ଜଳାଶୟକୁ ଗଭୀର କରିବା ସହ ଶୁଖିଲା ଥିବା ପୋଖରୀରେ ଟ୍ୟାଙ୍କର ସାହାଯ୍ୟରେ ପାଣି ପକାଇବାକୁ ବ୍ୟବସ୍ଥା କରାଯାଉଛି । ଜଳାଶୟ ନିକଟରେ ଛାଇ ବ୍ୟବସ୍ଥା ସହ ନିୟମିତ ସ୍ଥିତିର ଅନୁଧ୍ୟାନ ପାଇଁ ବିଭାଗୀୟ ନିର୍ଦ୍ଦେଶ ରହିଛି ।" ଜଙ୍ଗଲରେ ଜଳର ଅଭାବ ଯୋଗୁଁ ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ତେଣୁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.