ଖୋର୍ଦ୍ଧା : ଚିଲିକାରେ କମୁନି ପକ୍ଷୀ ଶିକାର। ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବାବେଳେ ସାତ ଗୋଟି ମୃତ ବିଦେଶୀ ପକ୍ଷୀ ଜବତ କରାଯାଇଛି । ଏହାସହ ଅଧିକ ତଦନ୍ତ ଆରମ୍ଭ ହୋଇଛି । ସୂଚନା ଅନୁସାରେ, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ଅବାଧ ପକ୍ଷୀ ଶିକାର ନେଇ ଖବର ପାଇଥିଲା ବନ୍ୟପ୍ରାଣୀ ବିଭାଗ । ପରେ ସେଠାରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ଏକ ଟିମ ଚଢାଉ କରିଥିଲେ ।
ଦୁଇ ଶିକାରୀ ଗିରଫଙ୍କୁ ଗିରଫ କରିବା ସହ ସାତଟି ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ କରିଛି । ଗିରଫ ଶିକାରୀ ଦୁଇ ଜଣ ହେଲେ ପୁରୀ ଜିଲ୍ଲା ଜାଗୁଳେଇପଦର ଗାଁର ଦୁଷ୍ମନ୍ତ ବେହେରା ଓ ସୁରେନ୍ଦ୍ର ବେହେରା । ବିଗତ ପନ୍ଦର ଦିନ ମଧ୍ୟରେ ଚିଲିକା ହ୍ରଦରୁ ପକ୍ଷୀ ଶିକାର କରି ଏକାଧିକ ଶିକାରୀ ଗିରଫ ହୋଇଛନ୍ତି ବୋଲି ଜଣାପଡିଛି ।
ଖୋର୍ଦ୍ଧା ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ