ETV Bharat / state

ଟିମ ୱାର୍କ ଦ୍ୱାରା ଓଡ଼ିଆ ଚଳଚ୍ଚିତ୍ରର ବିକାଶ ହୋଇପାରିବ: ଚିତ୍ତରଞ୍ଜନ ତ୍ରିପାଠୀ - ଏନଏସଡି ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ

Director of National School of Drama Chittaranjan Tripathy Visits Odisha: ନ୍ୟାସନାଲ ସ୍କୁଲ ଡ୍ରାମାର ନିର୍ଦ୍ଦେଶକ ହେବାପରେ ପ୍ରଥମ ଥର ଓଡି଼ଶା ଆସିଛନ୍ତି ଓଡ଼ିଆ ପୁଅ ଚିତ୍ତରଞ୍ଜନ ତ୍ରିପାଠୀ । ଓଡ଼ିଶାରେ ଯୁବ କଳକାରଙ୍କ ଅଭିନୟ ପ୍ରତି ପ୍ରୀତିକୁ ନେଇ ଦେଲେ ପ୍ରତିକ୍ରିୟା । ଅଧିକ ପଢ଼ନ୍ତୁ

Director of national school of dram
Director of national school of dram
author img

By ETV Bharat Odisha Team

Published : Dec 20, 2023, 7:31 PM IST

Director of national school of dram

ଭୁବନେଶ୍ବର: ନ୍ୟାସନାଲ ଡ୍ରାମା ସ୍କୁଲର ନିର୍ଦ୍ଦେଶକ ହେବାପରେ ପ୍ରଥମ ଥର ଓଡି଼ଶା ଆସିଛନ୍ତି ଓଡ଼ିଆ ପୁଅ ଚିତ୍ତରଞ୍ଜନ ତ୍ରିପାଠୀ । ଭୁବନେଶ୍ୱରରେ ହେବାକୁ ଥିବା କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମର ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ଚିତ୍ତରଞ୍ଜନ । ତେବେ ଚିତ୍ତରଞ୍ଜନ କେବଳ ଜଣେ ଅଭିନେତା ଭାବରେ ନୁହେଁ ବରଂ ଜଣେ ସିନେ ନିର୍ଦ୍ଦେଶକ, ସଂଗୀତ ନିର୍ଦ୍ଦେଶକ ସହ ଲେଖକ ଭାବରେ ମଧ୍ୟ ବେଶ ସୁନାମ ଅର୍ଜନ କରିଛନ୍ତି । ଓଡ଼ିଆ ଓ ହିନ୍ଦୀ ସିନେମା ସହ ଅନେକ ଗୁଡ଼ିଏ ୱେବ ସିରିଜରେ କାମ କରି ଅଭିନୟର ଯାଦୁରେ ବି ବେଶ ମନ ମୋହିଛନ୍ତି ।

ତେବେ ଓଡିଶା ଗସ୍ତରେ ଆସିଥିବା ବେଳେ ଓଡି଼ଆ ଯୁବ କଳକାରଙ୍କ ଅଭିନୟ ପ୍ରତି ପ୍ରୀତିକୁ ନେଇ କହିଛନ୍ତି, "ଯିଏ ଅଭିନୟ ପ୍ରତି ଉତ୍ସାହିତ ହେବ ସେ ନିଶ୍ଚୟ ଆଗକୁ ଯିବ । ଅଭିନୟ ଜଗତ ଜଟିଳ ଦୁନିଆ ଯିଏ ପରିଶ୍ରମ କରେ ସେ ସଫଳ ହୁଏ । କଳା ହେଉଛି ଏକ ନିଶା, ଯାହା ପକ୍ଷରେ ଏହି ନିଶା ପ୍ରତି ଭଲପାଇବା ଥିବ ସେ ନିଶ୍ଚୟ ସଫଳତାର ସିଡ଼ି ଚଢ଼ିବା ସହ ନିଜର ପ୍ରତିଭାର ପ୍ରଦର୍ଶନ କରି ଲୋକ ଲୋଚନକୁ ଆସିବା ।" ସେହିପରି ଓଡ଼ିଆ ସିନେମା ଶିଳ୍ପର ବିକାଶକୁ ନେଇ ପରାମର୍ଶ ଦେଇ କହିଛନ୍ତି, "ସାଧାରଣ ଲୋକଙ୍କର ଭାଷା ଓ ସାହିତ୍ୟ ପ୍ରତି ଭାଗିଦାରୀତାର ଆବଶ୍ୟକତା ରହିବା ଦରକାର । ସିନେମା ହଲକୁ ଯିବା ସହ ଅନ୍ୟ ପ୍ରାନ୍ତରର ଲୋକମାନଙ୍କ ପ୍ରତି ନିଜ ଭାଷା ପ୍ରତି ଆନ୍ତରିକତା ରହିବ ଦରକାର । ଖାଲି ସମାଲୋଚନା କରି ଘରେ ବସି ରହିଲେ ହେବନି ।"

ଏହା ମଧ୍ୟ ପଢ଼ନ୍ତୁ.....ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନିର୍ଦ୍ଦେଶକ ହେଲେ ଓଡ଼ିଆ ପୁଅ ଚିତ୍ତରଞ୍ଜନ ତ୍ରିପାଠୀ

ଅନ୍ୟପଟେ ବର୍ତ୍ତମାନ ଓଡ଼ିଶାରେ କରାଯାଉଥିବା ସିନେମା ନିର୍ମାଣକୁ ନେଇ କହିଛନ୍ତି, "ଖରାପ ଚଳଚ୍ଚିତ୍ର ନିର୍ମାଣ ହେଉଥିବା କଥାରେ ସମ୍ପୂର୍ଣ୍ଣ ସତ୍ୟତା ନାହିଁ । ଓଡ଼ିଶାରେ ଅନେକ ଭଲ ସିନେମା ତିଆରି ହେଉଛି ଏବଂ ଅଛି ଯାହା ପ୍ରମାଣିତ କରୁଛି ଓଡିଶାର ନିର୍ମାତା ଓ କଳାକାର କେତେ ପ୍ରତିଭାବାନ । ଅନେକ ପୁରୁଣା କଳାକାର ଅଛନ୍ତି ଯେଉଁମାନେ ଭଲ ଅଭିନୟ କରୁଛନ୍ତି । ଏହାସହ ଅନେକ ନୂଆ କଳାକାର ଆସୁଛନ୍ତି ସେମାନେ ମଧ୍ୟ ଭଲ ଆକ୍ଟିଂ କରୁଛନ୍ତି । ସବୁବେଳେ ଭୁଲ ବାହାର କଲେ ହେବନାହିଁ । ଦର୍ଶକ, ସମାଜ, ନିର୍ଦ୍ଦେଶକ, ପ୍ରଯୋଜକ ଓ କଳକାର ସର୍ବ ଶେଷରେ ଟିମ ୱାର୍କ ଦ୍ୱାରା ଓଡ଼ିଆ ଚଳଚ୍ଚିତ୍ର ବିକାଶ ହୋଇପାରିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.