ଖୋର୍ଦ୍ଧା: ସାମ୍ଭାବ୍ୟ ବାତ୍ୟା ଫନି ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଫନିକୁ ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କୁ ଖାଦ୍ୟ ମିଳି ନଥିବା ଅଭିଯୋଗ ହୋଇଛି ।
ଏଭଳି ଅଭିଯୋଗ ଆସିଛି ବେଗୁନିଆ ବ୍ଲକରେ ଥିବା ବଡବେରଣା ଆଶ୍ରୟସ୍ଥଳୀରୁ । ସାମ୍ଭାବ୍ୟ ବାତ୍ୟା ଫନି ପାଇଁ ବଡବେରଣାରେ ଆଶ୍ରୟ ନେଇଥିବା ଲୋକଙ୍କୁ ଗତକାଲି ଠାରୁ ଖାଦ୍ୟ ଦିଆଯାଇ ନଥିବା ସେମାନେ ଅଭିଯୋଗ କରିଛନ୍ତି । ଏନେଇ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ପଚରାଯିବାରୁ ସେ ତୁରନ୍ତ ଖାଦ୍ୟ ଯୋଗାଇ ଦେବାକୁ କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ