ETV Bharat / state

ରାଜ୍ୟର ଶିଳ୍ପକ୍ଷେତ୍ରକୁ ଗୁରୁତ୍ବ, ଓଡ଼ିଶାକୁ ଉତ୍ପାଦନ ହବ୍ କରିବାକୁ ହେବ କହିଲେ ବିଭାଗୀୟ ମନ୍ତ୍ରୀ

author img

By

Published : Feb 11, 2023, 8:26 PM IST

ଓଡ଼ିଶାରେ ଶିଳ୍ପ ସ୍ଥାପନ କରାଯାଇ ରାଜ୍ୟର ଅଗ୍ରଗତି କ୍ଷେତ୍ରରେ ସରକାର ଲକ୍ଷ୍ୟ ରଖିଛନ୍ତି । ଏନେଇ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ ଓଡ଼ିଶାକୁ ମ୍ୟାନୁଫ୍ୟାକ୍ଚରିଂ ହବ କରିବାକୁ ହେବ । ତାହା ଉପରେ ଗୁରୁତ୍ବାରୋପ କରାଯାଉଛି । ଅଧିକ ପଢନ୍ତୁ

MSME Minister Pratap Keshari Deb
MSME Minister Pratap Keshari Deb
ରାଜ୍ୟର ଶିଳ୍ପକ୍ଷେତ୍ରକୁ ଗୁରୁତ୍ବ, ଓଡ଼ିଶାକୁ ମ୍ୟାନୁଫ୍ୟାକ୍ଚରିଂ ହବ କରିବାକୁ ହେବ କହିଲେ ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ବର: ଶିଳ୍ପ କ୍ଷେତ୍ରରେ ରାଜ୍ୟକୁ ସମୃଦ୍ଧଶାଳୀ କରିବା ଲାଗି ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ଶିଳ୍ପ ସ୍ଥାପନ ଉପରେ ବେଶ ଗୁରୁତ୍ବ ଦିଆଯାଉଛି । ଏନେଇ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ ଓଡ଼ିଶାକୁ ମ୍ୟାନୁଫ୍ୟାକ୍ଚରିଂ ହବ୍‌ କରିବାକୁ ହେବ । ଯେପର୍ଯ୍ୟନ୍ତ ରାଜ୍ୟରେ ଶିଳ୍ପ ସ୍ଥାପନ ହୋଇନାହିଁ ସେ ପର୍ଯ୍ୟନ୍ତ ରାଜ୍ୟ ଅଗ୍ରଗତି କରିବ ନାହିଁ । ମେକ ଇନ କନକ୍ଲେଭ ମାଧ୍ୟମରେ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଅନେକ ପୁଞ୍ଜିପତି ଆଗ୍ରହ ପ୍ରକାଶ କରିଛନ୍ତି । ଏନେଇ ଅପରେସନ ଗାଇଡଲାଇନ ଆସିଲେ କାର୍ଯ୍ୟ ତ୍ବରାନ୍ବିତ ହେବ ।

ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ ନେଇ ଶିଳ୍ପମନ୍ତ୍ରୀ କହିଛନ୍ତି, "ମେକ ଇନ ଓଡ଼ିଶା ସରିନାହିଁ । ଏହା ଏକ ନିରନ୍ତର ପ୍ରକ୍ରିୟା । ଏହି ପ୍ରକ୍ରିୟା ବର୍ଷତମାମ ଜାରି ରହିଛି । ମେକ ଇନ ଓଡିଶା କନକ୍ଲେଭରେ ଆସିଥିବା ପୁଞ୍ଜି ନିବେଶ ପ୍ରସ୍ତାବକୁ ତର୍ଜମା କରାଯାଇଛି ଏବଂ ଶିଳ୍ପ ପ୍ରତିଷ୍ଠା ନେଇ ଅନୁମତି ମଧ୍ୟ ପ୍ରଦାନ କରାଯାଇଛି । ନିକଟରେ ଆମେ କୋଲକାତା ଯାଇଥିଲୁ । ଓଡ଼ିଶା ଆସିବା ଲାଗି ନିବେଶକ ଓ ଶିଳ୍ପପତିଙ୍କ ମନରେ ଉତ୍ସାହ ରହିଛି । ଯେତିକିଙ୍କ ସହିତ ଆଲୋଚନା କରିଥିଲୁ ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ନିବେଶକ ଓଡ଼ିଶା ଆସିବାକୁ ଚାହୁଁଛନ୍ତି ।

ଏହା ବି ପଢନ୍ତୁ- ନବଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଲେ ଧର୍ମେନ୍ଦ୍ର

ଆଇପିଆର ୨୨ର ମେକ ଇନ ଓଡ଼ିଶା କନକ୍ଲେଭରେ ଉନ୍ମୋଚନ ହୋଇଥିଲା । ତାହାର ଅପରେସନ ଗାଇଡଲାଇନ(ଓଜି) ଜାରି କରାଯାଉଛି । ତେବେ ଫେବୃଆରୀ ମାସ ସୁଦ୍ଧା ସମସ୍ତ ଓଜି ପ୍ରକାଶ ପାଇଯିବ । ଶିଳ୍ପ ପ୍ରତିଷ୍ଠା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ନିବେଶକଙ୍କୁ ପ୍ରତିଶ୍ରୁତି ଦିଆଯାଇଛି, ତାହା ପଥ ପରିଷ୍କାର ହୋଇଯିବ । ସେ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଅଗ୍ରଗତି କରୁଛନ୍ତି ।" ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ନିକଟରେ କେନ୍ଦ୍ରାପଡା ଓ ଜଗତସିଂହପୁର ଗସ୍ତରେ ଯାଇଥିଲି । ଶିଳ୍ପ ପ୍ରତିଷ୍ଠା ନେଇ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା ହୋଇଛି ।

ଶିଳ୍ପ ଲାଗି ଜମି ସଂଗ୍ରହ ନେଇ ଆଲୋଚନା ହୋଇଛି । ଶିଳ୍ପ ପ୍ରତିଷ୍ଠା ଲାଗି ୧୦ ଲକ୍ଷ ୪୮ ହଜାର କୋଟି ପ୍ରସ୍ତାବ ଆସିଛି । ସେଥି ମଧ୍ୟରୁ ୧ ଲକ୍ଷ ୫୩ ହଜାର ନିବେଶ ପ୍ରସ୍ତାବର ମଞ୍ଜୁରୀ ଦିଆଯାଇଛି । ଅବଶିଷ୍ଟ ପାଇପ ଲାଇନରେ ଅଛି । ଆଗାମୀ ଦିନରେ ଏହାକୁ ହାତକୁ ନିଆଯିବ । ଓଡ଼ିଶାକୁ ମ୍ୟାନୁଫ୍ୟାକ୍ଚରିଂ ହବ କରିବାକୁ ହେବ । ଯେଉଁ ପର୍ଯ୍ୟନ୍ତ ଏଠାରେ ଶିଳ୍ପ ପ୍ରତିଷ୍ଠା ନହେବ, ଆମର ସମୃଦ୍ଧି ସମ୍ଭବ ନୁହେଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.