ETV Bharat / state

ଭାର୍ଗବୀ ଓ ଧନୁଆ ନଦୀର ବନ୍ୟା, ୮ଟି ପଞ୍ଚାୟତର ଲୋକେ ପାଣି ଘେରରେ - ପାଞ୍ଚ ହଜାର ହେକ୍ଟର ଫସଲ

ଭାର୍ଗବୀ ନଦୀର ବନ୍ୟା ଜଳ ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର‌ ରାଜସ୍ୱ, ଆଳିଶି ଶାସନ, ପମ୍ପାଲୋ, କୁରୁଞ୍ଜିପୁର, ତୁରିନ୍ତିରା ପଞ୍ଚାୟତ ଏବଂ ସେହିପରି ବାଲିଅନ୍ତା ବ୍ଲକର ପୁରୋହିତପୁର ଓ ଝିଣ୍ଟିଶାସନ ପଞ୍ଚାୟତ ଆଦି ୩୦ଟି ଗାଁର ଲୋକେ ପ୍ରଭାବିତ ହୋଇଛନ୍ତି । ଅଧିକ ପଢନ୍ତୁ

ଭାର୍ଗବୀ ଓ ଧନୁଆ ନଦୀର ବନ୍ୟା, ୮ଟି ପଞ୍ଚାୟତର ଲୋକେ ପାଣି ଘେରରେ

author img

By

Published : Aug 16, 2022, 9:37 PM IST

ନିଆଳି: ଲଗାଣ ବର୍ଷା କାରଣରୁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସହିତ ହୀରାକୁଦ ଜଳ ଭଣ୍ଡାରରେ ଗୋଟେ ପରେ ଗୋଟେ ଗେଟ ଖୋଲିବାରେ ଲାଗିଛି । ଏନେଇ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖା ଦେବା ସହିତ ପ୍ରାୟ ତଳିଆ ଅଞ୍ଚଳ ଗୁଡିକ ଜଳ ମଗ୍ନ ଅବସ୍ଥାରେ ରହିଛି । ଭାର୍ଗବୀ ନଦୀର ବନ୍ୟା ଜଳ ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର‌ ରାଜସ୍ୱ, ଆଳିଶି ଶାସନ, ପମ୍ପାଲୋ, କୁରୁଞ୍ଜିପୁର, ତୁରିନ୍ତିରା ପଞ୍ଚାୟତ ଏବଂ ସେହିପରି ବାଲିଅନ୍ତା ବ୍ଲକର ପୁରୋହିତପୁର ଓ ଝିଣ୍ଟିଶାସନ ପଞ୍ଚାୟତ ଆଦି ୩୦ଟି ଗାଁର ଲୋକେ ପ୍ରଭାବିତ ହୋଇଛନ୍ତି । ନଦୀ ଫୁଲିବା କାରଣରୁୁ ପାଞ୍ଚ ହଜାର ହେକ୍ଟର ଧାନ ଫସଲ ଜଳମଗ୍ନ ହୋଇଛି ।

ଭାର୍ଗବୀ ଓ ଧନୁଆ ନଦୀର ବନ୍ୟା, ୮ଟି ପଞ୍ଚାୟତର ଲୋକେ ପାଣି ଘେରରେ

ଭାର୍ଗବୀ ନଦୀର ବନ୍ୟା ପାଣି ଅଚ୍ୟୁତପୁର କାଜ ଦେଇ ଧନୁଆ ନଦୀରେ ପ୍ରବାହିତ ହେଉଛି, ଫଳରେ ବାଲିପାଟଣା ବ୍ଲକର ୬ଟି ପଞ୍ଚାୟତ ଓ ବାଲିଅନ୍ତା ବ୍ଲକ ୨ଟି ପଞ୍ଚାୟତର ବାସିନ୍ଦା କ୍ଷତିଗ୍ରସ୍ତ ହୋଇଛନ୍ତି ।‌ ଖୋର୍ଦ୍ଧା ଉପଜିଲ୍ଲାପାଳ, କଟକ ମୁଣ୍ଡୁଳି ଏନଡିଆରଏଫ ଟିମ ଓ ବାଲିପାଟଣା ତହସିଲଦାର ମୃତୁଞ୍ଜୟ ତ୍ରିପାଠୀ ବନ୍ୟା ଅଞ୍ଚଳ ଗସ୍ତ କରିଛନ୍ତି । ସେହିପରି ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି ମଧ୍ୟ ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ବନ୍ଯା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.