ଖୋର୍ଦ୍ଧା: ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଅଟ୍ରି ଉଷ୍ମ ପ୍ରସବଣର କୁଣ୍ଡ ଉପରେ ବନ୍ୟା ଜଳ ମାଡିଯାଇଛି । ରଣ ନଦୀରେ ବନ୍ୟାଜଳ ଆସିବାରୁ ଏହି ସ୍ଥାନରେ ବନ୍ୟାଜଳ ପ୍ରବାହିତ ହୋଇଛି । ଫଳରେ ବହୁ ପର୍ଯ୍ୟଟକ ଏଠାରୁ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି ।
ଅଟ୍ରି ଉଷ୍ମ ପ୍ରସବଣ ଜଳରେ ସ୍ନାନ କଲେ ଚର୍ମରୋଗ ଭଲ ହୁଏ ବୋଲି ବିଶ୍ବାସ ରହିଛି । ତେଣୁ ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି ।
ମହାନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ହୀରାକୁଦ ଡ୍ୟାମର ଏକାଧିକ ଗେଟ ଖୋଲିଛି । ଯାହାଫଳରେ ମହାନଦୀ ଫୁଲି ତାର ସବୁ ଶାଖା ନଦୀ ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେଥିପାଇଁ ରଣ ନଦୀରେ ପୁଣିଥରେ ବନ୍ୟାଜଳ ଆସିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ