ETV Bharat / state

ନିର୍ମାଣ ଆରମ୍ଭ କରି ଠିକାଦାର ଛୁ: ରାସ୍ତା ଉପରେ ଆଣ୍ଠୁଏ ପାଣି

author img

By

Published : Jun 27, 2023, 9:43 AM IST

Updated : Jun 27, 2023, 11:19 AM IST

ଖୋର୍ଦ୍ଧା ଜିଲ୍ଲାର ସିମୋର-ବାଙ୍କି ରାସ୍ତା ନିର୍ମାଣ ଅଧାପନ୍ତରିଆ ହୋଇ ପଡି ରହିଥିବାରୁ ଲଗାଣ ବର୍ଷା ଯୋଗୁଁ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି । ଅଧିକ ପଢନ୍ତୁ

flood like situation in khordha
flood like situation in khordha
flood like situation in khordha

ଖୋର୍ଦ୍ଧା: ସମଗ୍ର ରାଜ୍ୟକୁ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହାରି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ବର୍ଷା ହେଉଛି । ଜିଲ୍ଲାର ସିମୋର-ବାଙ୍କି ରାସ୍ତା ନିର୍ମାଣ ଅଧାପନ୍ତରିଆ ହୋଇ ପଡି ରହିଥିବାରୁ ଲଗାଣ ବର୍ଷା ଯୋଗୁଁ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଏଥିପାଇଁ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହାକୁ ପ୍ରତିବାଦ କରି ରାସ୍ତା ଉପରେ ପଥର ଥୋଇବା ସହ ତୁରନ୍ତ ଏହି ଅସୁବିଧାର ସମାଧାନ ନ ହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।

ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୂର୍ତ୍ତ ବିଭାଗ ଅଧିନ ସିମୋର-ବାଙ୍କି ୧୦ କିଲୋମିଟର ରାସ୍ତାଟି ଦୀର୍ଘଦିନ ହେଲା ଶୋଚନୀୟ ହୋଇ ପଡିରହିଛି । ଦୈନିକ ଛୋଟ ବଡ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି । ତେବେ ପୂର୍ତ୍ତ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କ ହିତ ଦୃଷ୍ଟିରୁ ଏହି ରାସ୍ତାଟି ପ୍ରଶସ୍ତିକରଣ ପାଇଁ ୮ କୋଟି ଟଙ୍କା ବ୍ୟୟବରାଦ ହେବା ସହିତ ଠିକାଦାର ଚୟନ କରାଯାଇଛି । ଗତ ଏପ୍ରିଲ ମାସରେ ସ୍ଥାନୀୟ ବିଧାୟକଙ୍କ ଦ୍ଵାରା ଏହାର ଭିତ୍ତିପ୍ରସ୍ତର ଦିଆଯିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ସେହିପରି ସିମୋର-ଗଁପୁର ରାସ୍ତା ଢ଼ଲାଇ କାର୍ଯ୍ୟ ଅଧ କିଲୋମିଟର ଚାଲିଥିବା ବେଳେ ସିମୋର ବଜାର ରାସ୍ତାକୁ ଖୋଳି ଦେଇ ଠିକାଦାର ଆଉ ଦେଖା ଦର୍ଶନ ଦେଉନାହାନ୍ତି । ଯାହା ଫଳରେ ଅସରାଏ ବର୍ଷାରେ ସିମୋର ବଜାର ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବା ବେଳେ କୃତ୍ରିମ ବନ୍ୟା ଭ୍ରମ ସୃଷ୍ଟି ହେଉଛି । ଅନ୍ୟପଟେ ସିମୋର ବଜାରର ଉଭୟ ପାର୍ଶ୍ଵରେ କେତେକ ଘର ମାଲିକ ରାସ୍ତାକୁ ଜବରଦଖଲ କରି ରଖିଛନ୍ତି । ଫଳରେ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଏନେଇ ପ୍ରଶାସନ ଜବରଦଖଲ ଉଚ୍ଛେଦ କରିନଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ।ଟ

ଏହା ମଧ୍ୟ ପଢନ୍ତୁ-ଖୋର୍ଦ୍ଧାରେ ଅବିଶ୍ରାନ୍ତ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ତେବେ ରାସ୍ତାରେ ପାଣି ଜମି ରହିବାରୁ ସିମୋର ଦେଇ ବାଙ୍କି ଯିବାରେ ବାଧା ଉପୁଜିଛି । ଗାଡିମଟର ଅନ୍ୟ ରାସ୍ତା ଦେଇ ବାଙ୍କି ଯାଉଛି । ସିମୋର-ବାଙ୍କି ମୁଖ୍ୟ ରାସ୍ତାର ସିମୋର ବଜାରରେ ପାଣି ଜମି ରହିଥିବା ବେଳେ ପାଣି ନିଷ୍କାସନ ପାଇଁ ଠିକାଦାର କିଛି ବ୍ୟବସ୍ଥା କରି ନଥିବା ବେଳେ ପୂର୍ତ୍ତ ବିଭାଗ ଯନ୍ତ୍ରୀ ମଧ୍ୟ ଚୁପ ରହିବା ସମସ୍ତଙ୍କୁ ଚକିତ କରିଛି । ଫଳରେ ଅସରାଏ ବର୍ଷାରେ ପାଣି ଜମି ରହିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Jun 27, 2023, 11:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.