ଖୋର୍ଦ୍ଧା: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟାଜଳ ପ୍ରବାହିତ ହେଉଛି । ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ବାଘମାରି ସାରୁଅ ମଧ୍ୟରେ 3 ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଏହି କାରଣରୁ 57ନଂ ଜାତୀୟ ରାଜପଥକୁ ବନ୍ଦ କରାଯାଇଛି ।
ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ 57ନଂ ଜାତୀୟ ରାଜପଥକୁ ବନ୍ଦ କରିଛି । ଯାହାଫଳରେ ଏହି ରାସ୍ତା ଦେଇ ଆସୁଥିବା ହଜାର ହଜାର ଗାଡିକୁ ଉଭୟ ବାଘମାରି ଏବଂ ସାରୁଅ ପଟରୁ ଫେରାଇ ଦିଆଯାଉଛି ।
ସୂଚନା ଯୋଗ୍ୟ, ମହାନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ମହାନଦୀର ଶାଖା ରଣନଦୀରେ ବନ୍ୟା ଆସିଛି । ଏହି ବନ୍ୟାଜଳ 57ନଂ ଜାତୀୟ ରାଜପଥ ଉପରେ ପ୍ରବାହିତ ହେଉଛି । ଯାହାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ