ETV Bharat / state

ଏଫଏଲଏନ କାର୍ଯ୍ୟକ୍ରମର ସମୀକ୍ଷା, ପିଲାଙ୍କ ସାକ୍ଷରତା ଓ ସଂଖ୍ୟା ଜ୍ଞାନକୁ ଗୁରୁତ୍ୱ

ଏଫଏଲଏନର ସମୀକ୍ଷା ବୈଠକ ଅନୁଷ୍ଠିତ । ଛାତ୍ରଛାତ୍ରୀଙ୍କର ମୌଳିକ ସାକ୍ଷତରା ଓ ଗାଣିତିକ ଜ୍ଞାନରେ ସୁଦୃଢ କରିବାକୁ ଗୁରୁତ୍ୱ । ଅଧିକ ପଢନ୍ତୁ

author img

By

Published : Jul 1, 2023, 9:01 AM IST

ଏଫଏଲଏନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ
ଏଫଏଲଏନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ

ଭୁବନେଶ୍ବର: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) କାର୍ଯ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ(ଏଫଏଲଏନ)ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ କିଭଳି ଭାବେ ମୌଳିକ ଜ୍ଞାନ ସହ ଗାଣିତିକ ଜ୍ଞାନରେ ସୁଦୃଢ ହୋଇପାରିବେ ସେନେଇ ଗୁରୁତ୍ବ ଦିଆଯାଉଛି । ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପିଲାମାନଙ୍କ ଭାଷା ଓ ଗାଣିତିକ ଜ୍ଞାନକୁ ବୃଦ୍ଧି କରିବା ଏଫଏଲଏନ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ଏନେଇ ଏକ ସ୍ବତନ୍ତ୍ର ପାଠ୍ୟ ଖସଡା ମଧ୍ୟ ପ୍ରସ୍ତୁତ କରାଯାଇଛି ।

ଏଫଏଲଏନ କାର୍ଯ୍ୟକ୍ରମ ଅଧୀନରେ ପ୍ରତ୍ୟେକ ସ୍କୁଲର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ମୌଳିକ ଓ ଗାଣିତିକ ଜ୍ଞାନ ସୁଦୃଢ କରିବା ଉପରେ ଫୋକସ କରାଯାଉଛି । ଏଥିପାଇଁ ନେଇ ସ୍ବତନ୍ତ୍ର ପାଠ୍ୟ ଖସଡା ପ୍ରସ୍ତୁତ କରାଯାଇଛି । ଯାହା ମାଧ୍ୟମରେ ଛାତ୍ରଛାତ୍ରୀ ସହଜ, ସରଳ ଭାବରେ ଶିଖିପାରିବେ । ଶିକ୍ଷକମାନଙ୍କୁ ମଧ୍ୟ ଏନେଇ ପ୍ରଶିକ୍ଷଣ ଦିଆଯାଇଛି । ଆଗାମୀ ୧୦ ମାସ ପାଇଁ କାର୍ଯ୍ୟକ୍ରମର ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି । ଭାଷା ଓ ଗାଣିତିକ ଜ୍ଞାନ କ୍ଷେତ୍ରରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ଦକ୍ଷତା ବୃଦ୍ଧିର ଅଗ୍ରଗତି ନେଇ ଏଣିକି କ୍ଲଷ୍ଟର ସ୍ତରରେ ଶିକ୍ଷକମାନଙ୍କର ବୈଠକ କରିବାକୁ ବିଭାଗୀୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

କ୍ଲଷ୍ଟର ସ୍ତରୀୟ ବୈଠକରେ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ କାର୍ଯ୍ୟକ୍ରମ ଅଗ୍ରଗତିର ସମୀକ୍ଷା କରିବେ । ନିୟମିତ ସ୍କୁଲ ପରିଦର୍ଶନ କରିବା ସହ ମାସର କୌଣସି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟରତ ଶନିବାର ଦିନ କ୍ଲଷ୍ଟର ସ୍ତରରେ ବୈଠକର ଆୟୋଜନ କରିବେ । ପ୍ରତ୍ୟେକ ବୈଠକ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆଧାରିତ ହେବ । କାର୍ଯ୍ୟକ୍ରମର ଅଗ୍ରଗତି ନେଇ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯିବ ।

ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ତଦାରଖ କରିବାକୁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ(ଡିଆଇଇଟି)କୁ ଦାୟିତ୍ବ ଦିଆଯାଇଛି । ଜୁଲାଇରୁ ଡିସେମ୍ବର ମାସ ଓ ଡିସେମ୍ବରରୁ ଆଗାମୀ ଶିକ୍ଷା ବର୍ଷ ପର୍ଯ୍ୟନ୍ତ ଦୁଇଟି ସ୍ତରରେ ଏଫଏଲଏନକୁ କାର୍ଯ୍ୟାନ୍ବିତ କରିବାକୁ ଆଲୋଚନା କରାଯାଇଛି । ତେବେ ଏହି ସମୀକ୍ଷା ବୈଠକରେ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ଏସସିଇଆରଟି ନିର୍ଦ୍ଦେଶକ ମନୋଜ କୁମାର ପାଢୀ, ମୋ ସ୍କୁଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରଜିତ ଜେନାଙ୍କ ସହ ୟୁନିସେଫ, ସିଏସଏଫ, ଏଲଏଲଏଫ ଓ ପିଏଫଇଏଲ ଅନ୍ୟାନ୍ୟ ଅଧିକାରୀ ଏବଂ ଗଣଶିକ୍ଷା ବିଭାଗର ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.