ଭୁବନେଶ୍ୱର: ଭୁବନେଶ୍ବର ବିମାନବନ୍ଦରରେ ବିମାନ ଚଳାଚଳ ଏବଂ ଯାତ୍ରୀ ପରିବହନ ବୃଦ୍ଧି ପାଇଛି । 2022 ମସିହା ଜୁଲାଇ ମାସ ତୁଳନାରେ ଚଳିତ ବର୍ଷ ଜୁଲାଇ ମାସ ମଧ୍ୟରେ ଯାତ୍ରୀଙ୍କ ସଂଖ୍ୟା ଓ ବିମାନ ଚଳାଚଳ ସଂଖ୍ୟାରେ ବୃଦ୍ଧି ପାଇଥିବା ଜଣାପଡ଼ିଛି । ଭୁବନେଶ୍ଵର ଦେଇ ରାଜ୍ୟ ତଥା ବିଦେଶକୁ ଅନେକ ଯାତ୍ରୀ ଯିବା ଆସିବା କରୁଛନ୍ତି । ଯାହା ସୁବିଧାରେ ଯାତ୍ରୀମାନେ ଗମନାଗମନ କରିପାରୁଛନ୍ତି ।
ତେବେ ଏଥିରେ 3 ଲକ୍ଷ 63 ହଜାର 576 ଜଣ ଯାତ୍ରୀ ଗମନାଗମନ କରିଥିବା ଜଣାପଡ଼ିଛି । ଏନେଇ ଏୟାରପୋର୍ଟ ଅଥୋରିଟି ସୂଚନା ଦେଇଛନ୍ତି । ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦୈନିକ ବିମାନ ଚଳାଚଳ 90ରୁ 100ଟି ରହୁଥିବାବେଳେ ଯାତ୍ରୀଙ୍କ ସଂଖ୍ୟା ପାଖାପାଖି 12 ହଜାରରୁ ଅଧିକ ରହୁଥିବା ଜଣାପଡିଛି । ତେବେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ରାତିରେ ବିମାନ ଉଡ଼ାଣ ହେବନି ବୋଲି ସୂଚନା ଦିଆଯାଇଛି । ଆସନ୍ତା ଅକ୍ଟୋବର ପହିଲାରୁ ବିମାନବନ୍ଦରର ରନ୍ୱେର ମରାମତି କାମ କରାଯିବ । ଏହି ମରାମତି କାମ 3 ମାସ ପର୍ଯ୍ୟନ୍ତ ଚାଲିବ । ଯାହା ଫଳରେ ରାତିରେ 8 ଘଣ୍ଟା ଧରି ବନ୍ଦ ରହିବ ବିମାନସେବା ।
ଏହା ବି ପଢନ୍ତୁ...ଉତ୍କେଲାରେ ଉତ୍କଣ୍ଠା, ବିମାନ ଉଡାଣ ପରେ କଳାହାଣ୍ଡିରେ ଖୁସିର ଲହରୀ
ବିଶେଷ ଭାବରେ ଏହି କାମ ସଠିକ ପାଣିପାଗ ଦେଖି କରାଯାଇଥାଏ । ଏହି ସମୟରେ କ୍ୟାଟ୍ 2 ଲାଇଟର ଫିଟିଂ ମଧ୍ୟ ରନୱେରେ ଲଗାଯିବ । ସୂଚନା ମୁତାବକ, ରନୱେ ରିକାର୍ପେଟିଂ ପାଇଁ 72 କୋଟି ଓ କ୍ୟାଟ 2 ଲାଇଟ ପାଇଁ 19 କୋଟି ଟଙ୍କା ଖର୍ଚ୍ଚ ହେବ। ଏହି କାର୍ଯ୍ୟ ସମୟରେ ରାତି 10ଟାରୁ ସକାଳ 6ଟା କିମ୍ବା ରାତି 11ଟାରୁ ସକାଳ 7ଟା ପର୍ଯ୍ୟନ୍ତ ଭୁବନେଶ୍ଵର ବିମାନ ବନ୍ଦରରେ ବିମାନ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର