ETV Bharat / state

ଭୁବନେଶ୍ବରରୁ ଜାମସେଦପୁରକୁ ଉଡିଲା ବିମାନ - ଭୁବନେଶ୍ବରରୁ ଜାମସେଦପୁରକୁ ଉଡିଲା ବିମାନ

ଭୁବନେଶ୍ବରରୁ ଜାମସେଦପୁରକୁ ବିମାନ ସେବା ଆରମ୍ଭ ହୋଇଛି । ସକାଳ 7ଟା 30ରେ ପ୍ରଥମ ବିମାନ ଉଡିଛି । ଅଧିକ ପଢନ୍ତୁ

flight service from bhubaneswar to jamshedpur
ଭୁବନେଶ୍ବରରୁ ଜାମସେଦପୁରକୁ ଉଡିଲା ବିମାନ
author img

By

Published : Jan 31, 2023, 1:11 PM IST

ଭୁବନେଶ୍ବରରୁ ଜାମସେଦପୁରକୁ ଉଡିଲା ବିମାନ

ଭୁବନେଶ୍ବର: ଜାମସେଦପୁରକୁ ଆରମ୍ଭ ହେଲା ବିମାନ ସେବା । ଭୁବନେଶ୍ବରରୁ ଜାମସେଦପୁରକୁ ଉଡିଲା ବିମାନ । ସକାଳ 7ଟା 30ରେ ପ୍ରଥମ ବିମାନ ଉଡିଛି । ଉଡାଣ ସ୍କିମରେ ଇଣ୍ଡିଆ ୱାନ୍‌ ଏୟାର ପକ୍ଷରୁ ବିମାନ ଉଡାଣ ଆରମ୍ଭ ହୋଇଛି । ପ୍ରଥମ ବିମାନରେ ଜାମସେଦପୁରକୁ 5 ଜଣ ଜାମସେଦପୁରରୁ କୋଲକାତା 7ଜଣ ଯାତ୍ରୀ ଯାଇଛନ୍ତି ।

ଉଡାଣ ସ୍କିମରେ ଇଣ୍ଡିଆ ୱାନ ଏୟାର ପକ୍ଷରୁ ବିମାନ ଉଡାଣ ଆରମ୍ଭ ହୋଇଛି । 2ଟି ମାର୍ଗକୁ ଯୋଗ କରି ଭୁବନେଶ୍ବରରୁ ଜାମସେଦପୁର ଓ ଜାମସେଦପୁରରୁ କଲିକତାକୁ ଏହି ବିମାନ ଉଡିଛି । ଭୁବନେଶ୍ବର - ଜାମସେଦପୁର - କୋଲକାତା ବୁକିଂ ବର୍ତ୍ତମାନ ଆରମ୍ଭ ହୋଇଯାଇଛି । ସମସ୍ତ ଅନ୍ତର୍ଭୁକ୍ତ ଭଡା, 14 ଫେବୃଆରୀ 2023 ପର୍ଯ୍ୟନ୍ତ ବୈଧ ଅଫର ରହିଛି।

ସୂଚନାଅନୁଯାୟୀ, ଇଣ୍ଡିଆ ୱାନ ଏୟାର ବିମାନ ଯେଉଁ ଦର ଧାର୍ଯ୍ୟ କରିଛି ତାହା ହେଲା, ଭୁବନେଶ୍ବରରୁ ଜାମସେଦପୁରକୁ 2999 । ଜାମସେଦପୁରରୁ କୋଲକତା 1999 । ପୁନର୍ବାର କୋଲକତାରୁ ଜାମସେଦପୁର 1999 ଏବଂ ଜାମସେଦପୁରରୁ ଭୁବନେଶ୍ଵର 2999 ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ଅଫର୍ କେବଳ ଫେବୃଆରୀ 14 ତାରିଖ ପର୍ଯ୍ୟନ୍ତ ଦର ଧାର୍ଯ୍ୟ କରାଯାଇଛି ।

ଆଜି ପ୍ରଥମ ଦିନରେ ବିମାନ 7ଟା 30ରେ ବହାରିଥିବା ବେଳେ ପ୍ରତିଦିନ ଭୁବନେଶ୍ବରରୁ ସକାଳ 6ଟା 30ରେ ବାହାରି ଜାମସେଦପୁରରେ ସକାଳ 7 ଟା 50ରେ ପହଞ୍ଚିବ। ଜାମସେଦପୁରରୁ 8ଟା 15ରେ ଛାଡ଼ିବ କୋଲକତାରେ 9ଟା 20 ମିନିଟରେ ପହଞ୍ଚିବ । ସେହିପରି କୋଲକତାରୁ 10ଟା 10ରେ ବାହାରି ଜାମସେଦପୁରରେ 11ଟା 15ରେ ପହଞ୍ଚିବ । ଜାମସେଦପୁରରୁ ଅପରାହ୍ନ 12ଟା 45ରେ ବାହାରି ଭୁବନେଶ୍ବରରେ ଅପରାହ୍ନ 2ଟା 5ରେ ପହଞ୍ଚିବ ।

ଭୁବନେଶ୍ବରରୁ ଜାମସେଦପୁରକୁ 1 ଘଣ୍ଟା 20 ମିନିଟ ଲାଗୁଥିବା ବେଳେ ଜାମସେଦପୁରରୁ କୋଲକତା 1 ଘଣ୍ଟା 5 ମିନିଟ ଲାଗିବ ବୋଲି ଇଣ୍ଡିଆ ୱାନ ଏୟାର ପକ୍ଷରୁ ସୂଚନା ମିଳିଛି । ଏହା ସହ ପରବର୍ତ୍ତୀ ସମୟରେ ବିଶାଖାପାଟଣା ସମେତ ଉତ୍ତକେଲାକୁ ମଧ୍ୟ ଖୁବଶୀଘ୍ର ଇଣ୍ଡିଆ ଏୟାର ୱାନ ବିମାନ ସେବା ଯୋଡ଼ି ହେବ ବୋଲି ଇଣ୍ଡିଆ ଏୟାର ୱାନ ନିର୍ଦ୍ଦେଶକ ସମ୍ବିତ କୁମାର ନାୟକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.