ETV Bharat / state

ପ୍ରତୀକ୍ଷାର ଅନ୍ତ, ମନ୍ଦିର ମାଳିନୀରୁ ରେଶମ ସହରକୁ ଉଡିଲା ବିମାନ - ରଙ୍ଗେଇଲୁଣ୍ଡା ଭୁବନେଶ୍ବର ମଧ୍ୟରେ ବିମାନ

ସରିଲ ଦୀର୍ଘ ବର୍ଷର ଅପେକ୍ଷା । ମନ୍ଦିର ମାଳିନୀରୁ ରେଶମ ସହରକୁ ଯୋଡି ହେଲା ବିମାନ ସେବା । ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Rangeilunda Bhubaneswar Flight Service
Rangeilunda Bhubaneswar Flight Service
author img

By

Published : Mar 5, 2023, 12:36 PM IST

Rangeilunda Bhubaneswar Flight Service

ଭୁବନେଶ୍ବର: ଓଡିଶାର ଦୁଇ ପ୍ରମୁଖ ସହର ମଧ୍ୟରେ ବିମାନ ଚଳାଚଳ କରିବା ନେଇ ଦକ୍ଷିଣ ଓଡିଶାବାସୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି । ରଙ୍ଗେଇଲୁଣ୍ଡା-ଭୁବନେଶ୍ବର ମଧ୍ୟରେ ବିମାନ ଆରମ୍ଭ ନେଇ ଲାଗି ରହିଥିବା ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡିଛି । ଆଜି ପୂର୍ବାହ୍ନ ୯.୩୦ରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପକୁ ବିମାନ ସେବା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାକୁ ଶୁଭାରମ୍ଭ କରିଛନ୍ତି ।

ଆଜିଠାରୁ ଆରମ୍ଭ ହୋଇଛି ଭୁବନେଶ୍ଵରୁ ରଙ୍ଗେଇଲୁଣ୍ଡାକୁ ବିମାନ ସେବା । ସିଧାସଳଖ ଭାବରେ ଭୁବନେଶ୍ଵରରୁ ରଙ୍ଗେଇଲୁଣ୍ଡାକୁ ଉଡ଼ିଲା ବିମାନ । ସକାଳ ୯.୩୦ ଟା ସମୟରେ ଉଡାଣ ଭରିଛି ବିମାନ । ପ୍ରାଥମିକ ପର୍ଯ୍ୟାୟରେ ରଙ୍ଗେଇଲୁଣ୍ଡା ବିମାନ ଘାଟିକୁ 9 ସିଟର ବିଶିଷ୍ଟ ବିମାନ ଉଡ଼ାଣ ଆରମ୍ଭ କରିଛି । ପ୍ରତି ସପ୍ତାହରେ ଦୁଇ ଥର ଲେଖାଏଁ ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ବିମାନ ଚଳାଚଳ କରିବ । ଲୋକଙ୍କ ଚାହିଦା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ବିମାନ ଷ୍ଟ୍ରିପର ଭିତ୍ତିଭୂମି ବୃଦ୍ଧି କରାଯିବୀ ନେଇ ସୂୂଚନା ଦିଆଯାଇଛି ।

ଏହାପରେ ଅଧିକ ବିମାନ ଚଳାଚଳ ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି କରାଯାଇଛି । ତେବେ ଆଜି ସକାଳ ୯ଟା୩୦ ମିନିଟରେ ଭୁବନେଶ୍ଵର ବିମାନ ବନ୍ଦରରୁ ବିମାନ ଉଡାଣ ଆରମ୍ଭ କରିଥିବା ବେଳେ ରଙ୍ଗେଇଲୁଣ୍ଡରେ ୧୦ ଟା ୨୦ ମିନିଟରେ ପହଞ୍ଚିଛି । ସେହିପରି ରଙ୍ଗେଇଲୁଣ୍ଡାରୁ ୧୦ ଟା ୪୦ ମିନିଟରେ ଉଡାଣ ଆରମ୍ଭ କରିଥିବା ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ୧୧.୩୦ରେ ପହଞ୍ଚିଛି । ଅନ୍ୟପଟେ ୮ ତାରିଖରେ ଭୁବନେଶ୍ଵରରୁ ସକାଳ ୯ ଟା ସମୟରେ ଉଡାଣ ଆରମ୍ଭ କରି ରଙ୍ଗେଇଲୁଣ୍ଡାରେ ୧୦ଟାରେ ପହଞ୍ଚିବ । ଏହାସହ ରଙ୍ଗେଇଲୁଣ୍ଡାରୁ ୧୦ ଟା ୨୦ ମିନିଟରେ ଉଡାଣ ଭରି ୧୧.୨୦ରେ ଭୁବନେଶ୍ବର ବିମାନ ପହଞ୍ଚିବ ।

ସୂଚନା ଅନୁଯାୟୀ, ରଙ୍ଗେଇଲୁଣ୍ଡାକୁ ବିମାନ ଚଳାଚଳ ପାଇଁ ଦୀର୍ଘ ଦିନର ଦାବି ପୂରଣ ହୋଇଛି । ଚିଲିକା ହ୍ରଦ, ତାମ୍ପରା ହ୍ରଦ, ଗୋପାଳପୁର ବିଚ୍, ଋଷିକୁଲ୍ୟା ନଦୀ, ତାରା ତାରିଣୀ ମନ୍ଦିର ଇତ୍ୟାଦି ଆକର୍ଷଣୀୟ ସ୍ଥାନ ଏବଂ ପର୍ଯ୍ୟଟନ ସ୍ଥଳର ଉପସ୍ଥିତି ରଙ୍ଗେଇଲୁଣ୍ଡାରେ ବିମାନ ସଂଯୋଗ ପରେ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ବରିଷ୍ଠ ଡାକ୍ତର, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ବ୍ରହ୍ମପୁରର ପ୍ରଫେସର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଆଇଆରଇଏଲ, ଆଇଆଇଏସଇଆର ଏବଂ ସହରର ବ୍ୟବସାୟୀମାନେ ବାରମ୍ବାର ବିମାନରେ ଯିବେ ।

ପୂର୍ବରୁ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପକୁ କେବଳ ଅତିଥିମାନଙ୍କ ଆଗମନ ସମୟରେ ବିମାନ ଚଳାଚଳ ପାଇଁ ବ୍ୟବହାର କରାଯାଉଥିଲା। M / s ଇଣ୍ଡିଆ ୱାନ ଏୟାରର ୯ ସିଟର ବିଶିଷ୍ଟ ବିମାନକୁ ବ୍ୟବହାର କରି ଏହି ମାର୍ଗରେ ବିମାନ ଚଳାଚଳ କରିବ। ମୁଖ୍ୟମନ୍ତ୍ରୀ ସବୁବେଳେ ଓଡ଼ିଶାର ପ୍ରତିଟି କୋଣ ଅନୁକୋଣର ପରିବର୍ତ୍ତନ ଓ ବିକାଶ ଉପରେ ଗୁରୁତ୍ୱ ଦେଇଆସିଛନ୍ତି । ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଗଣିତ ହେଉଥିବା ବେଳେ ଏହାର ଜନସଂଖ୍ୟା ଓ ଶିଳ୍ପ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟିଛି। ଏହି ମାର୍ଗରେ ବିମାନ ଚଳାଚଳ ଦ୍ୱାରା ଉଦ୍ୟୋଗ ଏବଂ ପର୍ୟ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ। ରଙ୍ଗେଇଲୁଣ୍ଡାରେ ବିମାନ ଚଳାଚଳ ପାଇଁ ବହୁତ ଦିନରୁ ଦାବି କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.