ETV Bharat / state

ପ୍ରଥମ ଥର ଦିଲ୍ଲୀ ବାହାରେ ବସିଲା AIIMS CIB ବୈଠକ, ଅଧ୍ୟକ୍ଷତା କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ - କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ

ଦିଲ୍ଲୀ ବାହାରେ ପ୍ରଥମ ଥର ବସିଲା ଏମ୍ସ ସିଆଇବି ବୈଠକ ( AIIMS central institute body meeting )। ବିଶ୍ବସ୍ତରୀୟ ଉତ୍କର୍ଷ ସଂସ୍ଥାନ ହୋଇପାରିବ ସବୁ ଏମ୍ସ କହିଲେ କେନ୍ଦ୍ର ସ୍ବାସ୍ଥମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ଅଧିକ ପଢନ୍ତୁ

central institute body meeting
ପ୍ରଥମ ଥର ଦିଲ୍ଲୀ ବାହାରେ ବସିଲା AIIMS ସିଆଇବି ବୈଠକ
author img

By

Published : Jan 9, 2023, 8:36 AM IST

ଭୁବନେଶ୍ବର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସର ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ବଡି (ସିଆଇବି)ର ୬ତମ ବୈଠକ ଭୁବନେଶ୍ବର ଏମ୍ସରେ ଅନୁଷ୍ଠିତ ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି ( AIIMS central institute body meeting ) । ସବୁ ଏମ୍ସକୁ ପାଣ୍ଠି ଯୋଗାଣ, ଭିତ୍ତିଭୂମି, ପଦ ସୃଷ୍ଟି, ନିଯୁକ୍ତି, ନୀତି କାର୍ଯ୍ୟକାରିତା, ସମସ୍ୟା ସମାଧାନ ଏବଂ ବିଭିନ୍ନ କ୍ରୟ ପାଇଁ ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ଭାବେ ସିଆଇବି କାର୍ଯ୍ୟ କରିଥାଏ । ସିଆଇବି ବୈଠକରେ ମୁଖ୍ୟତଃ ପୂର୍ବ ସିଆଇବି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିର ଅନୁପାଳନ ନେଇ ସମୀକ୍ଷା କରାଯାଇଥିଲା ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭୀୟ ବୈଠକରେ ଅଧକ୍ଷତା କରି କହିଛନ୍ତି ଯେ, ''ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସିଆଇବି ବୈଠକ ଆୟୋଜନ କରାଯାଉଛି । ସିଆଇବି ବୈଠକରେ କେବଳ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିର ଅନୁପାଳନ ସମୀକ୍ଷା କରାଯାଇନଥାଏ ବରଂ ଭିନ୍ନ ଦୃଷ୍ଟିକୋଣ, ନୂତନ ଉପାୟ, ଅଭିନବ ସମାଧାନ ଓ ପରାମର୍ଶ ଉପସ୍ଥାପନ କରିବା ଲାଗି ଏହା ଏକ ଚିନ୍ତନ ଶିବିର । ଦେଶର ସବୁ ଏମ୍ସ ଗୁଡ଼ିକ ଜଟିଳ ରୋଗ ଚିକିତ୍ସା ପାଇଁ ଗୁରୁତ୍ବପୂର୍ଣ୍ଣ ଜାତୀୟ ସଂସ୍ଥାନ ଭାବେ କାର୍ଯ୍ୟ କରିଥାନ୍ତି । ଏହି ସଂସ୍ଥାନଗୁଡ଼ିକୁ ବିଶ୍ବସ୍ତରୀୟ ଉତ୍କର୍ଷ ସଂସ୍ଥାନରେ ପରିଣତ କରିବା ଲାଗି ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି । ଉନ୍ନତ ଗୁଣବତ୍ତା, କ୍ଲିନିକାଲ ଚିକିତ୍ସା, ଡାକ୍ତରୀ ଶିକ୍ଷାର ଉଚ୍ଚତମ ମାନକ ଏବଂ ଆଧୁନିକ ଗବେଷଣା ସହିତ ଏମ୍ସଗୁଡ଼ିକର ଉନ୍ନତିକରଣ ଉପରେ ଗୁରୁତ୍ବାରୋପ କରିଛନ୍ତି କେନ୍ଦ୍ର ସ୍ବାସ୍ଥମନ୍ତ୍ରୀ ।

ଏହା ବି ପଢନ୍ତୁ...ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାବାସୀ ଲାଭବାନ ହେବେ: ମନସୁଖ ମାଣ୍ଡଭୀୟ

ସେହିପରି ଜାତୀୟ ଗୁରୁତ୍ବ ବହନ କରୁଥିବା ଆଇଆଇଟି ଓ ଆଇଆଇଏମ ଭଳି ପ୍ରତିଷ୍ଠାନ ଠାରୁ ଶିକ୍ଷାଲାଭ କରିବା ନିମନ୍ତେ ସେ ପ୍ରତିନିଧିଙ୍କୁ ଆହ୍ଵାନ କରିଛନ୍ତି । ପୂର୍ବ ସିଆଇବି ବୈଠକରେ କରାଯାଇଥିବା ସୁପାରିସ ଆଧାରରେ ସବୁ ଏମ୍ସ କାର୍ଯ୍ୟକୁ ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭୀୟ ପ୍ରଶଂସା କରିଛନ୍ତି । ସୁଧାର ପାଇଁ ରହିଥିବା ସୁଯୋଗକୁ ଚିହ୍ନଟ କରିବା ଲାଗି ସହଭାଗିତା ଭିତ୍ତିରେ କାର୍ଯ୍ୟ କରିବା ଏବଂ ସେଗୁଡ଼ିକ ଉପରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବା ନିମନ୍ତେ ସେ ସବୁ ଅଂଶଗ୍ରହଣକାରୀଙ୍କୁ ଅନୁରୋଧ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାୱାର କହିଛନ୍ତି ଯେ, ଏମ୍ସ ବ୍ରାଣ୍ଡକୁ ଅଧିକ ଉଚ୍ଚସ୍ତରକୁ ନେଇଯିବା ସରକାରଙ୍କ ଲକ୍ଷ୍ୟ । ବିଶ୍ବସ୍ତରରେ ସଫଳ ହୋଇଥିବା ଡାକ୍ତରୀ ପ୍ରତିଷ୍ଠାନଗୁଡ଼ିକର ପରିଚାଳନା ମଡେଲ ଅନୁଧ୍ୟାନ କରିବା ଏବଂ ଶ୍ରେଷ୍ଠ ପଦ୍ଧତିକୁ ଆପଣାଇବା ନିମନ୍ତେ ସେ ପରାମର୍ଶ ଦେଇଛନ୍ତି । ଆଭା ଆଇଡି ଏବଂ ସରକାରଙ୍କ ଅନ୍ୟ ଯୋଜନା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ନିମନ୍ତେ ସେ କହିଛନ୍ତି ।

ଏହି ବୈଠକରେ ବିଭିନ୍ନ ଏଜେଣ୍ଡା ଉପରେ ବିଚାରବିମର୍ଶ କରାଯାଇଥିଲା । ପିଏମଏସଏସୱାଇ ଅଧୀନରେ ନୂଆ ଏମ୍ସର ନିରୀକ୍ଷଣ, ଦୀର୍ଘସ୍ଥାୟୀ ଆର୍ଥିକ ମଡେଲ, ରୋଗୀଙ୍କ ସନ୍ତୋଷ ବୃଦ୍ଧି, ପରିଚାଳନା ଓ ପ୍ରଶାସନିକ ଢାଞ୍ଚା ଏବଂ ମାନବ ସମ୍ବଳ ପରିଚାଳନା, କ୍ରୟ କ୍ଷେତ୍ରରେ ଅର୍ଥବ୍ୟବସ୍ଥାର ଉପଯୋଗ, ଭିଜନ୍ ୨୦୩୦ ଆଦି ବିଷୟରେ ବୈଠକରେ ଆଲୋଚନା କରାଯାଇଛି ।

ଏହି ଗୁରୁତ୍ବପୂର୍ଣ୍ଣ ଦିନିକିଆ ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାୱାର, ସାଂସଦ ରମେଶ ଭିଦୁରି, ଡ. ଅନିଲ ଜୈନ, ନିତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ. ଭିକେ ପଲ, ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ, ସ୍ବାସ୍ଥ୍ୟ ଗବେଷଣା ବିଭାଗ ସଚିବ ଡ. ରାଜୀବ ବାହାଲ ଏବଂ ସ୍ବାସ୍ଥ୍ୟ ବିଜ୍ଞାନ ମହାନିର୍ଦେଶକ ଡ. ଅତୁଲ ଗୋୟଲ ଉପସ୍ଥିତ ରହିଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମନୋହର ଲୋହାନୀ, ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଜୟଦୀପ କୁମାର ମିଶ୍ରା, ଏମ୍ସ ଦେଓଘରର ଅଧ୍ୟକ୍ଷ ଡା. ଏନ.କେ. ଆରୋରା, ଅୱନ୍ତିପୁରା ଏମ୍ସ ଅଧ୍ୟକ୍ଷ ଡାକ୍ତର ପ୍ରମୋଦ ଗର୍ଗ, କଲ୍ୟାଣୀ ଏମ୍ସର ଅଧ୍ୟକ୍ଷ ଡକ୍ଟର ଚିତ୍ରା ସରକାର, ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର କୁଳପତି ତଥା କୁଳସଚିବ ପ୍ରଫେସର ବିଜୟ କୁମାର ଶୁକ୍ଳାଙ୍କ ସମେତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ନୀତି ଆୟୋଗ, ଏମ୍ସ, ନିମହାନ୍ସ ଏବଂ ଆଇସିଏମଆରର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.