ETV Bharat / state

ଶ୍ରାବଣର ପ୍ରଥମ ସୋମବାର, ବିନା ଭକ୍ତରେ ଜଳାଭିଷେକ ନୀତି ସମ୍ପନ୍ନ - ଶ୍ରାବଣ ମାସର ପ୍ରଥମ ସୋମବାର

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥିବା ବେଳେ ଖୋର୍ଦ୍ଧାର ପ୍ରତ୍ୟେକ ଶୈବପୀଠ ଖାଁ ଖାଁ ଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଶ୍ରାବଣର ପ୍ରଥମ ସୋମବାର, ବିନା ଭକ୍ତରେ ସମ୍ପନ୍ନ ଜଳାଭିଷେକ ନୀତି

author img

By

Published : Jul 26, 2021, 5:54 PM IST

ଖୋର୍ଦ୍ଧା: ଗତକାଲିଠାରୁ ଓଡିଆ ଶ୍ରାବଣ ମାସ ଆରମ୍ଭ ହୋଇଥିବା ବେଳେ ଆଜି ଥିଲା ପ୍ରଥମ ସୋମବାର । କୋରୋନା କଟକଣା ଯୋଗୁଁ ବିନା ଭକ୍ତରେ ପ୍ରତ୍ୟେକ ଶୈବପୀଠରେ ଜଳାଭିଷେକ ସମ୍ପନ୍ନ ହୋଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତି ଧର୍ମାନୁଷ୍ଠାନରେ ୧୪୪ ଧାରା ଲଗାଇଛନ୍ତି ।

ଶ୍ରାବଣର ପ୍ରଥମ ସୋମବାର, ବିନା ଭକ୍ତରେ ସମ୍ପନ୍ନ ଜଳାଭିଷେକ ନୀତି

ପୂର୍ବରୁ ଶ୍ରାବଣ ମାସର ପ୍ରତି ସୋମବାର ଶୈବପୀଠଗୁଡିକରେ ଜଳାଭିଷେକ ପାଇଁ ଲମ୍ବା ଲାଇନ ଲାଗିଥାଏ । କିନ୍ତୁ ଚଳିତ ବର୍ଷ କୋରୋନା ମହାମାରୀ ଏଥିରେ ସାଜିଛି ପ୍ରତିବନ୍ଧକ । କେବଳ ହାତଗଣତି କିଛି ସେବାୟତଙ୍କୁ ନେଇ ଚାଲିଛି ମହାପ୍ରଭୁଙ୍କ ସେବା ନୀତି । ଜିଲ୍ଲାର ପ୍ରସିଦ୍ଧ ଏକାଦଶ ରୁଦ୍ର ବାବା ହଟକେଶ୍ବରଙ୍କ ପୀଠ ମଧ୍ୟ ଜନଶୂନ୍ୟ ଦେଖିବାକୁ ମିଳିଛି । ଶୈବପୀଠରେ କାଉଡିଆଙ୍କ ଲମ୍ବାଲାଇନ ନଥିଲା କି ବୋଲବମ ହରହରବମ ଧ୍ବନି ମଧ୍ୟ ଶୁଣିବାକୁ ମିଳୁନଥିଲା । ମହାମାରୀ ପାଇଁ ଶୈବପୀଠଗୁଡିକ ଏକଦମ ଖାଁ ଖାଁ ରହିଥିଲା ।

କେବଳ ହାତଗଣତି କେତେଜଣ ସେବାୟତଙ୍କୁ ନେଇ ଚାଲିଥିଲା ମହାପ୍ରଭୁଙ୍କ ଜଳାଭିଷେକ । ଜିଲ୍ଲାର ସମସ୍ତ ପ୍ରସିଦ୍ଧ ଶୈବ କ୍ଷେତ୍ରରେ ଥିଲା ଏଭଳି ସମାନ ଅବସ୍ଥା । ଶ୍ରାବଣ ମାସ ମହାଦେବଙ୍କର ପ୍ରିୟ ମାସ ହୋଇଥିବାରୁ ଏହି ମାସର ପ୍ରତି ସୋମବାର କାଉଡ଼ିଆ ଭକ୍ତମାନେ ମନସ୍କାମନା ପୂର୍ଣ୍ଣ ପାଇଁ ମହାଦେବଙ୍କୁ ଜଳାଭିଷେକ କରିଥାନ୍ତି । କିନ୍ତୁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବାଧକ ସାଜିଛି କୋରୋନା । ଅନ୍ୟପଟେ ମନ୍ଦିରକୁ ବନ୍ଦ ଥିବାରୁ ଭକ୍ତମାନେ ଆସୁନାହାନ୍ତି ଏବଂ ଦାନ ଦକ୍ଷିଣା ନେଇ ଚଳୁଥିବା ସେବାୟତ ମାନେ ଏ ନେଇ ଚିନ୍ତାପ୍ରକଟ କରିଛନ୍ତି ।

ସରକାର ଯଦି ସମସ୍ତ ଦୋକାନ ସହ ବିଭିନ୍ନ ସ୍ଥାନ ଖୋଲିଲେଣି ତେବେ କାହିଁକି ମନ୍ଦିର ଖୋଲୁନାହାନ୍ତି ବୋଲି ସେବାୟତମାନେ ପ୍ରଶ୍ନ କରିଛନ୍ତି । ତେବେ ତୁରନ୍ତ ସରକାର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.