ETV Bharat / state

ଆଉ ପାଦେ ଆଗେଇଲା ବସ୍ତିକୁ ଚାଲ ଅଭିଯାନ, ଖୋଲିଲା ପ୍ରଥମ ପାଠାଗାର

author img

By

Published : Aug 12, 2023, 12:19 PM IST

ବସ୍ତି ପିଲାଙ୍କ ପାଇଁ ଖୋଲିଲା ପ୍ରଥମ ପାଠାଗାର । କମିଶନରେଟ୍ ପୋଲିସ୍ ଏବଂ ବକୁଲ୍ ଫାଉଣ୍ଡେସନ ମିଳିତ ପ୍ରୟାସରେ ଇସାନେଶ୍ୱର ବସ୍ତିରେ ପ୍ରଥମ କରି ଏହି ପାଠାଗାର ଖୋଲାଯାଇଛି । ଅଧିକ ପଢନ୍ତୁ

library opened for slum children
library opened for slum children
library opened for slum children

ଭୁବନେଶ୍ବର: ଭୁବନେଶ୍ବରରେ ଆଉ ପାଦେ ଆଗେଇଲା ବସ୍ତିକୁ ଚାଲ ଅଭିଯାନ । ବସ୍ତି ପିଲାଙ୍କ ପାଇଁ ଖୋଲିଲା ପ୍ରଥମ ପାଠାଗାର । କମିଶନରେଟ୍ ପୋଲିସ୍ ଏବଂ ବକୁଲ୍ ଫାଉଣ୍ଡେସନ ମିଳିତ ପ୍ରୟାସରେ ଇସାନେଶ୍ୱର ବସ୍ତିରେ ପ୍ରଥମ କରି ଏକ ପାଠାଗାର ଖୋଲାଯାଇଛି । ବସ୍ତିରେ ରହୁଥିବା ପିଲାଙ୍କ ପାଠ ପଢ଼ାକୁ ଗୁରୁତ୍ଵ ଦେବା ସହ ସେମାନଙ୍କୁ ଅଧିକ ପାଠ ପଢ଼ିବାକୁ ସୁଯୋଗ ଦେବା ପାଇଁ ଏହି ପାଠଗାରା ଖୋଲାଯାଇଛି ।

ତେବେ ଏହି ପାଠାଗାରାରେ ବିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ତିନି ଶହରୁ ଊର୍ଦ୍ଧ୍ବ ବହି ସହ ଏକ କମ୍ପ୍ୟୁଟର ରହିଛି । ଯାହା ଦ୍ବାରା ଉକ୍ତ ବସ୍ତିରେ ରହୁଥିବା ଛାତ୍ରଛାତ୍ରୀ ମାନେ ଉପକୃତ ହେବା ସହ ଅନ୍ୟ ବସ୍ତିର ପିଲାମାନେ ଆସି ମଧ୍ୟ ପଠା ପଢି ପାରିବେ । ଏହି ପାଠାଗାରକୁ ଦୈତ୍ୟନଗରି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉଦଘାଟନ କରିଥିଲେ । ତେବେ ଏଭଳି ପ୍ରୟାସକୁ ନେଇ ଖୁସିଥିବା ମତବ୍ୟକ୍ତ କରିଛନ୍ତି କୁନି କୁନି ପିଲା ।

ସେହିପରି ବସ୍ତି ପିଲାଙ୍କ ପାଇଁ ଏଭଳି ଏକ ନିଆରା ପ୍ରୟାସ ବସ୍ତିର ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ପାଠ ପଢିବାର ଖୋରାକ ଯୋଗାଇବ । ଏହାଦ୍ୱାରା ପିଲାମାନେ ପାଠ ପଢିବାକୁ ମନ ବଳାଇବା ସହ ଅଭାବକୁ ନେଇ ଅପରାଧ ନୁହେଁ ଉତ୍ତମ ଭବିଷ୍ୟତ ଗଢିବାର ସ୍ୱପ୍ନ ଦେଖିବେ । ଆଉ ଭଲ ମଣିଷଟେ ହୋଇ ବାହାରିବା ସହ ନିଜ ଭିତରେ ଥିବା ପ୍ରତିଭାର ପ୍ରଦର୍ଶନ କରିପାରିବେ ବୋଲି କହିଛନ୍ତି ପୋଲିସ କମିଶନର । ତେଣୁ କମିଶନରେଟ ପୋଲିସର ଏପରି ପଦକ୍ଷେପ ବସ୍ତିରେ ଅପରାଧ ନିୟନ୍ତ୍ରଣ ସହ ଶିକ୍ଷାର ମାନଦଣ୍ଡକୁ ଅଧିକ ସୁଦୃଢ଼ କରିବ ବୋଲି ମତବ୍ୟକ୍ତ କରିଛନ୍ତି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ତେବେ ଏହି ପାଠାଗାର ଉଦଘାଟନ ସହ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିବା ବେଳେ ଏଥିରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ, ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ପ୍ରକାଶ ମାଝୀ, ଜୋନ ଏସିପି ରମେଶ ଚନ୍ଦ୍ର ବିଶୋଇ ସମେତ ବହୁ ବରିଷ୍ଠ ପୋଲିସ୍ ଅଧିକାରୀ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ- First Lappy Lab: ଲ୍ୟାପି ଲ୍ୟାବ.. ବହି ନୁହେଁ ଲ୍ୟାପଟପରେ ପଢିବେ

ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି,"ବସ୍ତିକୁ ଚାଲ ଅଭିଯାନର ମୁଖ୍ୟ ଲକ୍ଷ୍ୟ ଥିଲା ଆମର ଆମେ ଯେତେ ବସ୍ତି ପିଲାଙ୍କ ସହ ସମ୍ପର୍କ କରିବୁ ଏବଂ ତାଙ୍କର ପ୍ରତିଭା ଚିହ୍ନଟ କରିବାରେ ସହାୟତା କରିବୁ ସେଥିରେ ନିଶ୍ଚିତ ଭାବରେ ଆମକୁ ସୁଫଳ ମିଳିବ । ତେଣୁ ସେ ସବୁକୁ ଆଖି ଆଗରେ ରଖି ଆମେ ଏହି ପାଠାଗାର ଖୋଲିବାର ସ୍ଥିର କରିଥିଲୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.