ETV Bharat / state

ଆଜି ପହିଲି ରଜ, ଦୋଳି ଖେଳି ପିଠା ଖାଇ ରଜ ପାଳୁଛନ୍ତି ରାଜଧାନୀବାସୀ

author img

By

Published : Jun 14, 2023, 8:17 AM IST

ଓଡିଶାର ଗଣ ପର୍ବ ରଜର ଆଜି ପ୍ରଥମ ଦିନ । ସଜବାଜ ହୋଇ ପିଠା ଖାଇ ଦୋଳି ଖେଳି ରଜ ପାଳୁଛନ୍ତି ରାଜଧାନୀର ତରୁଣୀ । ଅଧିକ ପଢନ୍ତୁ

first day of raja festival celebrated
ଆଜି ପହିଲି ରଜ
first day of raja festival celebrated

ଭୁବନେଶ୍ବର: ବନସ୍ତେ ଡାକିଲା ଗଜ...ବରଷକେ ଥରେ ଆସିଛି ରଜ । ଆସିଛି ରଜଲୋ ଘେନି ନୂଆ ସଜବାଜ । ଆଜି ପହିଲି ରଜ । ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଛି ରଜ ମଉଜ । ସଜବାଜ ହୋଇ ଦୋଳି ଖେଳି ପିଠା ମିଠା ଓ ପାନ ଖାଇ ରଜ ପାଳୁଛନ୍ତି ରାଜଧାନୀବାସୀ । ଓଟିଡିସି ପକ୍ଷରୁ ରଜ ମହୋତ୍ସବ ପାଳନ ହୋଇଛି । ଝିଅମାନେ ସଜେଇ ହୋଇ ଦୋଳି ଖେଳି ରଜ ମଉଜ କରିଛନ୍ତି ।

ଓଡ଼ିଶାର ଗଣପର୍ବ ତଥା କୃଷିଭିତ୍ତିକ ଓଡ଼ିଆ ପରମ୍ପରା ରଜର ଆଜି ପ୍ରଥମ ଦିନ । ପ୍ରଥମ ଦିନରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ଆଉ ଏହି ଉତ୍ସବର ମାହୋଲକୁ ନେଇ ଖୁସି କୁମାରୀ ଝିଅ । ରଜ ପର୍ବ ଝିଅ ମାନଙ୍କର ଏକ ସ୍ୱତନ୍ତ୍ର ପର୍ବ ହୋଇଥିବା ବେଳେ ସମସ୍ତେ ଏହାକୁ ଧୁମଧାମରେ ପାଳନ କରିଛନ୍ତି । ଗତକାଲି (ମଙ୍ଗଳବାର) ସଜବାଜରେ ମେହନ୍ଦୀ ଅଳତା ଲଗେଇ ସଜ ହୋଇଥିବା ବେଳେ ଆଜି ନୂଆ ଡ୍ରେସ ପିନ୍ଧି ସଜେଇ ହୋଇ ରଜ ପାଳୁଛନ୍ତି ରଜ ସୁନ୍ଦରୀ । ଏହି କ୍ରମରେ ରାଜଧାନୀ ଭୁବନେଶ୍ୱର ଚାକଚକ୍ୟ ଭିତରେ ଓଟିଡିସିର ଗାଁ ରାଜଦୋଳିର ମଜା ନେଉଛନ୍ତି ରାଜଧାନୀବାସୀ । ଦୋଳିଗୁଡିରେ ଫୁଲରେ ସଜା ଯାଇଛି । ରଜ ମଉଜ ମନାଉଛନ୍ତି ଭୁବନେଶ୍ବରବାସୀ । ଓଟିଡିସି ପକ୍ଷରୁ ପାନ୍ଥ ନିବାସରେ ଲାଗିଥିବା ଦୋଳି ଖେଳି ବହୁତ ଖୁସି ଥିବା ପ୍ରକାଶ କରିଛନ୍ତି ରାଜଧାନୀର ତରୁଣୀ ।

ଏହା ବି ପଢନ୍ତୁ...Raja 2023: ବନସ୍ତେ ଡାକିଲା ଗଜ, ଆଜି ପହିଲି ରଜ

ସଜବାଜ ହୋଇ ପିଠା ମିଠା ଓ ପାନ ଖାଇ ଦୋଳି ଖେଳି ବେଶ ଖୁସିର ସହ ରାଜା ପାଳୁଛନ୍ତି । ପରିବାର, ପ୍ରିୟଜନ ଓ ସାଙ୍ଗମାନଙ୍କ ସହ ଆସି ରଜ ସୁନ୍ଦରୀମାନେ ଉତ୍ସାହ ସହ ଓଡ଼ିଶାର ଏହି ଖୁସିର ପର୍ବକୁ ପାରମ୍ପରିକ ଢଙ୍ଗରେ ପାଳନ କରି ଆନନ୍ଦ ଉପଭୋଗ କରିଛନ୍ତି । ଓଟିଡିସି ବା ଓଡିଶା ପର୍ଯ୍ୟଟନ ଉନ୍ନୟର ନିଗମ ପକ୍ଷରୁ ରଜପିଠା ସହ ରଜ ମହୋତ୍ସବର ଉଦଘାଟନ ହୋଇଛି । ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର, ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି ମହୋତ୍ସବ ଉଦଘାଟନ ସମୟରେ ଉପସ୍ଥିତ ଥିଲେ । ରାଜ୍ୟର ସମସ୍ତ ଓଟିଡିସି ଶାଖାରେ ରଜପିଠା ଉପଲବ୍ଧ ହୋଇଛି । ରଜରେ ସଜବାଜ ହୋଇ ରଜପାନ ଖାଇ ମଜ୍ଜା ନେଇଛନ୍ତି । 16 ତାରିଖ ଯାଏ ଏହି ମହୋତ୍ସବ ଚାଲିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.