ETV Bharat / state

ବିପର୍ଯ୍ୟସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଗ୍ନି ନିରାପତ୍ତା ବ୍ୟବସ୍ଥା !

author img

By

Published : Mar 8, 2022, 3:52 PM IST

ବିପର୍ଯ୍ୟସ୍ତ ହୋଇପଡ଼ିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଗ୍ନି ନିରାପତ୍ତା ବ୍ୟବସ୍ଥା । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନି ନିର୍ବାବକ ବ୍ୟବସ୍ଥା ନେଇ ଅସନ୍ତୋଷ ଦେଖାଦେଇଛି। ଅଧିକ ପଢ଼ନ୍ତୁ

fire safety system problem in khordha district hospital
ବିପର୍ଯ୍ୟସ୍ତ ହୋଇପଡ଼ିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଗ୍ନି ନିରାପତ୍ତା ବ୍ୟବସ୍ଥା

ଖୋର୍ଦ୍ଧା: ବିପର୍ଯ୍ୟସ୍ତ ହୋଇପଡ଼ିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଗ୍ନି ନିରାପତ୍ତା ବ୍ୟବସ୍ଥା । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନେଇ ଅସନ୍ତୋଷ ଦେଖାଦେଇଛି । ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହାକୁ ପୁନଃ ନବୀକରଣ କରାଯାଉନଥିବା ନେଇ ଅଭିଯୋଗ ହୋଇଛି ।

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି ହଜାର ହଜାର ସଂଖ୍ୟାରେ ରୋଗୀ । କିନ୍ତୁ ରୋଗୀଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଲାଗିଥିବା ଅଗ୍ନି ନିରାପତ୍ତା ସରଞ୍ଜାମର ଅବଧି ସାରିଥିଲେ ମଧ୍ୟ ଏହାର ନବୀକରଣ କରାଯାଇନାହିଁ। ଯାହା ରୋଗୀଙ୍କ ଜୀବନ ସହ ଖେଳ ଖେଳାଯାଉଥିବା ଦେଖିବାକୁ ମିଳିଛି । କିଛିଦିନ ତଳେ ଅଗ୍ନି ନିରାପତ୍ତା ନଥିବା କାରଣରୁ ଏକ ଘରୋଇ ହସ୍ପିଟାଲରେ ଏକାଧିକ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ସମସ୍ତ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଇଥିଲା । ସେହିପରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଲଗାଯାଇଥିବା ଅଗ୍ନି ନିର୍ବାପକ ଯନ୍ତ୍ରର ଅବଧି ଶେଷ ହୋଇଯାଇଥିବା ବେଳେ ଏହାର ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନବୀକରଣ କରାଯାଇନାହିଁ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଖୋର୍ଦ୍ଧା ବାସିନ୍ଦା । ସେପଟେ ଶୀଘ୍ର ଏହାର ନବୀକରଣ କରାଯିବ ବୋଲି ଜିଲ୍ଲା ଚିକିତ୍ସା ଅଧିକାରୀ ମତ ପ୍ରକାଶ କରିଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.