ଭୁବନେଶ୍ବର: ଏସବିଆଇ ଏଟିଏମରେ ଅଗ୍ନିକାଣ୍ଡ । ଦୁଇ ମାସ ବ୍ୟବଧାନରେ ୨ଟି ଏଟିଏମ ଜଳି ପାଉଁଶ।ତାହା ପୁଣି ସମାନ ଢଙ୍ଗରେ। ସମାନ କମ୍ପାନିର ଏଟିଏମ୍ ରେ ଘଟିଛି ଅଗ୍ନିକାଣ୍ଡ। ଏଭଳି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା ରାଜଧାନୀରେ। ବଡଗଡ ଥାନା ଅଞ୍ଚଳ ବ୍ରହ୍ମେଶ୍ବରପାଟଣା ରୁ ଟଙ୍କପାଣି ରୋଡରେ ଏସବିଆଇ ଏଟିଏମରେ ଘଟିଥିଲା ଏମିତି ଅଗ୍ନିକାଣ୍ଡ । ଦେଖିବାକୁ ମିଳିଥିଲା ଏସବିଆଇ ଏଟିଏମ୍ ଟି ଜଳି ପୋଡି ପାଉଁଶ ହୋଇଯାଇଥିବା ବେଳେ ।
ସେଥିରେ ଥିବା ଟଙ୍କା ମଧ୍ୟ ଜଳି ପାଉଁଶ ହୋଇଯାଇଛି । ତେବେ ଏନେଇ ଖବର ମିଳିବା ପରେ ଅଗ୍ନିଶମ ଓ ନିରାପତ୍ତା ବାହିନୀ ପହଞ୍ଚିଥିଲା। ପରେ ଦମ କଳ ଜରିଆରେ ନିଆଁ କୁ ଲିଭାଇବାକୁ ଚେଷ୍ଟା କରିଥିଲେ ଦମକଳ କରର୍ମଚାରୀ। ପରେ ନିଆଁଟି ଆୟତ ହୋଇଥିଲା। ତେବେ ନିଆଁ ଆୟତ ବେଳକୁ ଏଟିଏମ୍ ଟି ପୋଡ଼ି ନଷ୍ଟ ହୋଇଯାଇଥିବା ବେଳେ କେତେ ପୋଡ଼ି ନଷ୍ଟ ହେଲା । କିପରି କ୍ଷୟକ୍ଷତି ହୋଇଛି । ଏହା ସହିତ କେତେ ଟଙ୍କା ମେସିନ ରେ ଥିଲା ସେ ନେଇ ତଥ୍ୟ ମଧ୍ୟ ଏସବିଆଇ କର୍ତ୍ତୃପକ୍ଷ ଦେଇନହାନ୍ତି ।
ତେବେ ସବୁଠୁ ଆଶ୍ଚର୍ଯ କରିଛି ବିଗତ ଦୁଇ ମାସରେ ଦୁଇ ଦୁଇଟି ଏସବିଆଇ ଏଟିଏମ୍ ପୋଡ଼ିଯିବା । ଅଥଚ ଟଙ୍କା ଥାଇ ମଧ୍ୟ ପୋଡି ପାଉଁଶ ହୋଇଯିବା ସହ ।ଗୋଟିଏ ଥାନାର ଘଟଣା ରେ ପଡୋଶୀ ଥାନା ଅଞ୍ଚଳରେ ଆଉ ଗୋଟିଏ ଘଟଣା ପୋଲିସ ପାଇଁ ସଂଦେହ ବଢ଼ାଇଛି । କାରଣ ଠିକ ଦୁଇ ମାସ ତଳେ ଡିସେମ୍ବର ୫ତାରିଖରେ ଲକ୍ଷ୍ମିସାଗର ଥାନା ଓସ୍କାର ସିଟ ରେ ଏକ ଏସବିଆଇ ରେ ଅଗ୍ନିକାଣ୍ଡ ଘଟିଥିଲା ।
ପରେ ପୁଣି ସାମ୍ନା ଘଟଣା ବଡଗଡ ଥାନା ଅଞ୍ଚଳରେ ପୁଣି ସମାନଢଙ୍ଗରେ ଯାହା ପୋଲିସ ପାଇଁ ସଂଦେହ ବଢ଼ାଇଛି।ଯେହେତୁ ଲକ୍ଷ୍ମିସାଗର ଏଟିଏମ୍ ନିଆଁ ଲାଗିବା ଘଟଣାରେ ମଧ୍ୟ ଦେଖିବାକୁ ମିଳିଥିଲା।ଏଟିଏମ୍ କାଉଣ୍ଟରରେ ସିକୁରିଟ ଗାର୍ଡ ନଥିଲେ।ପରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଲେ ।ପରେ ଏନେଇ ଦମକଳ ଓ ପୋଲିସକୁ ଖବରପରେ ନିଆଙ୍କୁ ଆୟତ୍ତ କରାଯାଇଥିଲା। ତେବେ ପ୍ରକୃତରେ ଏହା ସର୍ଟ ସର୍କିଟ ବା ଆକସ୍ମିକ ଘଟଣା କି।ନା ଏହାକୁ ମନୁଷ୍ୟ କୃତ ଭାବେ ହୋଇଛି।
ତେବେ ଏଟିଏମ୍ ତାଡିବାକୁ ପ୍ରୟାସ କରି ଏଭଳି ଘଟଣା ଘଟିନାହିଁ ତ।କାରଣ ପୁର୍ବରୁ ପଟିଆର ଏକ ଏଟିଏମରୁ ରାଜ୍ୟ ବାହାରର ଲୁଟେରା ଆସି ଏଟିଏମ୍ କୁ ଗ୍ୟାସ କଟରରେ କାଟି ଲୁଟ କରି ପରେ ଧାରାପଡିଥିଲେ। ଠିକ ସେହିପରି ୟୁନିଟ ୮ଡିଏଭି ଛକ ପାଖରେ ମଧ୍ୟ ଏକ ଏଟିଏମ୍ କାଟୁଥିବା ବେଳେ ଧରାପଡିଥିଲେ ଦୁଇଜଣ ବାପ ପୁଅ। ସେହିପରି ଆହୁରି ଅନେକ ଘଟଣା ଘଟଣା ମଧ୍ୟ ନଜିର ରହିଛି।
ଇଟିଭି ଭାରତ, ଭୁବନେଶ୍ବର