ETV Bharat / state

ସପ୍ତାହରେ କୋଶଳାଶୁଣୀ ଜଙ୍ଗଲରେ ଦୁଇଥର ନିଆଁ, ଜଳିଗଲାଣି 7 ଏକର ଜଙ୍ଗଲ

ଖୋର୍ଦ୍ଧା ରେଞ୍ଜ ବୋଲଗଡ ବନପାଳ କାର୍ଯ୍ୟାଳୟ ଅଧିନ କୋଶଳାଶୁଣୀ ଜଙ୍ଗଲରେ ଗୁରୁବାର ଅପରାହ୍ନରେ ପୁଣି ଥରେ ନିଆଁ ଲାଗିଛି । ଅଧିକ ପଢନ୍ତୁ...

କୋଶଳାଶୁଣୀ ଜଙ୍ଗଲରେ ନିଆଁ
କୋଶଳାଶୁଣୀ ଜଙ୍ଗଲରେ ନିଆଁ
author img

By

Published : Mar 19, 2021, 7:16 AM IST

ଖୋର୍ଦ୍ଧା: ପୁଣି କୋଶଳାଶୁଣୀ ଜଙ୍ଗଲରେ ନିଆଁ । ଗୁରୁବାର ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ରେଞ୍ଜ ବୋଲଗଡ ବନପାଳ କାର୍ଯ୍ୟାଳୟ ଅଧିନ କୋଶଳାଶୁଣୀ ଜଙ୍ଗଳରେ ନିଆଁ ଲାଗିଛି । ନିଆଁ ପ୍ରାୟ 3ଏକର ଜଙ୍ଗଲ ଅଞ୍ଚଳକୁ ବ୍ୟାପି ଯାଇଛି ।

କୋଶଳାଶୁଣୀ ଜଙ୍ଗଲରେ ନିଆଁ

ଖବର ପାଇ ବୋଲଗଡ ବନପାଳ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ସମେତ ନିଆଁ ଲିଭା ସ୍ବାର୍ଡ ଓ ଦମକଳ ବାହିନୀ ଜଙ୍ଗଲରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଜଙ୍ଗଲରେ ପ୍ରାୟ ତିନି ଏକର ଅଞ୍ଜଳକୁ ବ୍ୟାପି ଯାଇଛି । ନିଆଁକୁ ଆୟତ୍ତ କରିବା ଫଳରେ ଶାଳ ଜଙ୍ଗଲଟି ରକ୍ଷା ପାଇଛି ।

ଗତ ସପ୍ତାହ ଭିତରେ ଏହି ଜଙ୍ଗଲରେ ଦୁଇଥର ଅଗ୍ନିକାଣ୍ଡ ଘଟିଲାଣି । ପ୍ରାୟ 7ଏକର ଜଙ୍ଗଲ ଜଳିପୋଡି ପାଉଁଶ ହୋଇଯାଇଛି । ତେବେ ଜଙ୍ଗଲରେ ଏପରି ଅଗ୍ନିକାଣ୍ଡ କିପରି ଘଟୁଛି ତାହାର ଅନୁସନ୍ଧାନ କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.