ETV Bharat / state

ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି - fire accident

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଗ୍ୟାସ ଲିକ ହୋଇ ଅଗ୍ନିକାଣ୍ଡ ଘଟି ଦଶ ବଖରା ଜଳି ପୋଡି ପାଉଁଶ ହୋଇଯାଇଛି । ଅଧିକ ପଢନ୍ତୁ...

ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ
author img

By

Published : Mar 8, 2021, 8:13 AM IST

Updated : Mar 8, 2021, 8:23 AM IST

ଖୋର୍ଦ୍ଧା: ଆଖିରେ ଆଖିଏ ଲୁହ ଆଉ ଛାତିରେ କୋହ । ବର୍ଷ ବର୍ଷ ପରିଶ୍ରମ କରି ସାଇତି ଥିବା ସମ୍ପତ୍ତି ଏବେ ଜଳି ପୋଡି ପାଉଁଶ । ନିଆଁ ପାଉଁଶ ଭିତରୁ ଖୋଜିଲେ ବି କିଛି ମିଳୁନାହିଁ । ଏଦୃଶ୍ୟ ହେଉଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସାନନଇରୀର ଦଣ୍ଡା ସାହିର ଦୃଶ୍ୟ । ଗ୍ୟାସ ଲିକ୍‌ କରି ଭୟଙ୍କର ଅଗ୍ନିକାଣ୍ଡ ଘଟି 10 ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି ।

ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ

ରୋଷେଇ ଘରୁ ଗ୍ୟାସ ଲିକ ହେବାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଦ୍ରୁତ ଗତିରେ ମାଡି ଯିବାରୁ 10 ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି । ଘର ସହିତ ଲକ୍ଷାଧିକ ସମ୍ପତ୍ତି ପୋଡିଜଳି ପାଉଁଶ ହୋଇଯାଇଛି । ଅନ୍ୟ ଛଅଟି ଘର ଆଶିଂକ ଭାବରେ କ୍ଷତି ହୋଇଛି ।

ଅଗ୍ନିକାଣ୍ଡର ଖବର ପାଇ ଗଙ୍ଗାଧର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦୁଇଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ପ୍ରଭାବିତ ହୋଇଥିବା ପରିବାରଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Mar 8, 2021, 8:23 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.