ETV Bharat / state

ପେନ ହସ୍ପିଟାଲରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ - ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ

ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ନିକଟସ୍ଥ ପେନ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇ ଯାଇଥିବା ସୂଚନା । ଅଧିକ ପଢ଼ନ୍ତୁ

fire breaks out at pen hospital
ପେନ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ
author img

By

Published : May 22, 2023, 9:21 PM IST

Updated : May 22, 2023, 10:03 PM IST

ପେନ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ବର: ରାଜଧାନୀ ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ପେନ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇ ଯାଇଥିବା ସୂଚନା । ଏହା ଏକ ଅଫିସ ଷ୍ଟ୍ରେସନାରୀ ଓ ବିଭିନ୍ନ କଲମ ମିଳୁଥିବା ଦୋକାନ । ଘଟଣାସ୍ଥଳରେ ଅଗ୍ବିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବାବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି ।

ସୂଚନା ଅନୁଯାୟୀ, ସନ୍ଧ୍ୟା ସମୟରେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ନିକଟରେ ଥିବା ପେନ ହସ୍ପିଟାଲ କୌଣସି କାରଣ ବସତଃ ନିଆଁ ଲାଗିଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା । ଦୀର୍ଘ ସମୟ ପରେ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ସମ୍ପୂର୍ଣ୍ଣ ଭାବରେ ଆୟତ୍ତ କରାଯାଇଛି । ନିଆଁ ଲିଭା କାର୍ଯ୍ୟରେ ୮ଟି ଅଗ୍ନି ନିର୍ବାପକ ଗାଡି ଏବଂ ୧୫ ଜଣ ଅଗ୍ନିଶମ କର୍ମଚାରୀ ନିୟୋଜିତ ଅଛନ୍ତି । ତେବେ ଅନ୍ୟ କୌଣସି ସ୍ଥାନକୁ ନିଆଁ ବ୍ୟାପି ନଥିବା ଜଣାପଡ଼ିଛି । ପ୍ରବଳ ଧୂଆଁ ଯୋଗୁଁ ଭିତରେ ପଶିବା ସମ୍ଭବ ହୋଇନଥିଲା । ନିବୁଜ ଘର ଥିବାରୁ ଧୂଆଁ ଅଧିକ ରହୁଛି। ଅଗ୍ନି ନିର୍ବାପକ ଯନ୍ତ୍ର ଦ୍ୱାରା ଧୂଆଁ ବାହାର କରାଯାଉଛି । ଉପର ମହଲାଟି ଧୂଆଁମୟ ଥିବାରୁ ତଳ ମହଲାର କାଚ ଭଙ୍ଗା ଯାଉଛି । ଦୋକାନର ଦୁଇ ପାର୍ଶ୍ୱରେ ଦୁଇଟି ସୋ ରୁମ ରହିଛି । ପେନ ହସ୍ପିଟାଲ ନିଆଁକୁ ସମ୍ପୂର୍ଣ ଆୟତ୍ତ କରାଯାଇଥିବାରୁ ଅନ୍ୟ ଦୋକାନ ଗୁଡିକର କୌଣସି କ୍ଷତି ହୋଇନଥିବା ଜଣାପଡ଼ି ।

ଦୋକାନ ମାଲିକ ରବି ଜୈନ କହିଛନ୍ତି ଯେ, "କିଛି ବୁଝିବା ଆଗରୁ ଆଖି ପିଛୁଳାକେ ପୁରା ଦୋକାନ ଧୂଆଁମୟ ହୋଇଯାଇଥିଲା । ସଙ୍ଗେସଙ୍ଗେ ସବୁ କର୍ମଚାରୀ ମାନଙ୍କୁ ବାହାରକୁ ଅଣାଗଲା । କୌଣସି ଲୋକଙ୍କର କିଛି କ୍ଷତି ହୋଇନି । କିନ୍ତୁ ବହୁ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । "

ଏହା ମଧ୍ୟ ପଢ଼ନ୍ତୁ: ପାଇପ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ପାଇପ

ଅନ୍ୟପଟେ ଆଜି ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ ଗୁଣ୍ଡେରପୁର ସ୍ଥିତ ପାଇପ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଗୋଦାମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ପାଇପ ଜଳି ନଷ୍ଟ ହୋଇଯାଇଛି । ଅଗ୍ନିଶମ ବାହିନୀ ପ୍ରାୟ 3 ଘଣ୍ଟା ଆପ୍ରାଣ ଉଦ୍ୟମରେ ନିଆଁକୁ ଆୟତ୍ତ କରିଛି । ତେବେ ଅଗ୍ନିକାଣ୍ଡର କାରଣ କଣ ତାହା ସ୍ପଷ୍ଟ ହୋଇ ନାହିଁ l

ଇଟିଭି ଭାରତ, ଭୁବନେଶ୍ବର

Last Updated : May 22, 2023, 10:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.