ETV Bharat / state

ଖୋର୍ଦ୍ଧା ଫଳ ଦୋକାନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ - ଫଳ ଦୋକାନରେ ଅଗ୍ନିକାଣ୍ଡ ଖୋର୍ଦ୍ଧା

ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଫଳ ଓ ପନିପରିବା ଦୋକାନରେ ଅଗ୍ନିକାଣ୍ଡ । 5 ଲକ୍ଷର ସମ୍ପତ୍ତି ନଷ୍ଟ ହୋଇଥିୂା ସୂଚନା । ଅଧିକ ପଢନ୍ତୁ...

ଖୋର୍ଦ୍ଧା ଫଳ ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

author img

By

Published : Feb 26, 2021, 5:28 PM IST

Updated : Feb 26, 2021, 10:05 PM IST

ଖୋର୍ଦ୍ଧା: ଜିଲ୍ଲା ସ୍ଥିତ ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଫଳ ଓ ପନିପରିବା ଦୋକାନରେ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ଗ୍ୟାସ ସିଲିଣ୍ଡର ଫାଟି ଏପରି ଦୁର୍ଘଟଣା ଘଟିଥିବା ସୂଚନା । ଅଢେଇ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।

ଖୋର୍ଦ୍ଧା ଫଳ ଦୋକାନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଫଳ ଓ ପରିବା ଦୋକାନରେ ଅଗ୍ନିକାଣ୍ଡ ଘଟି ପ୍ରାୟ ପାଞ୍ଚ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହୋଇଛି । ସୂଚନା ଅନୁଯାୟୀ ଆଜି(ଶୁକ୍ରବାର) ଅପରାହ୍ନ ସମୟରେ ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ପାରିବା ଓ ଫଳ ଦୋକାନ ପଛ ପାଖରେ ଥିବା ଅଳିଆଗଦାରୁ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ନିଆଁ ଦୋକାନକୁ ବ୍ୟାପିଥିଲା ଏବଂ ଦୋକାନ ଭିତରେ ଥିବା ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ଖୋର୍ଦ୍ଧା ଅଗ୍ନିଶମ ବାହିନୀର ତିନୋଟି ଗାଡି ଏବଂ ଜଟଣୀ ଅଗ୍ନିଶମ କେନ୍ଦ୍ରର ଗୋଟିଏ ଗାଡି ଆସି ଦୀର୍ଘ ଅଢେଇ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Feb 26, 2021, 10:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.