ETV Bharat / state

କୋରୋନା କଟକଣା କଡାକଡି, ଅମାନିଆଙ୍କ ଠାରୁ ତିନି ହଜାର ତିନିଶହ ଟଙ୍କା ଜୋରିମାନା ଆଦାୟ - ଅମାନିଆଙ୍କ ଠାରୁ 33 ସହ ଟଙ୍କା ଜୋରିମାନା ଆଦାୟ

ବେଗୁନିଆ ଅଞ୍ଚଳରେ କରୋନା କଟକଣା ପାଳନକୁ ନେଇ ବେଗୁନିଆ ତହସିଲ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରିବା ସହ କରୋନା କଟକଣା ପାଳନ ପାଇଁ ପରାମର୍ଶ ଦେଇଛନ୍ତି ଅତିରିକ୍ତ ତହସିଲଦାର ସନାତନ ଆଚାର୍ଯ୍ୟ । ଅଧିକ ପଢନ୍ତୁ...

କରୋନା କଟକଣା କଡାକଡି: ଅମାନିଆଙ୍କ ଠାରୁ 33 ସହ ଟଙ୍କା ଜୋରିମାନା ଆଦାୟ

author img

By

Published : Apr 30, 2021, 9:53 PM IST

ଖୋର୍ଦ୍ଧା: ବେଗୁନିଆ ଅଞ୍ଚଳରେ କୋରୋନା କଟକଣା ପାଳନକୁ ନେଇ ବେଗୁନିଆ ତହସିଲ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରିବା ସହ କରୋନା କଟକଣା ପାଳନ ପାଇଁ ପରାମର୍ଶ ଦେଇଛନ୍ତି ଅତିରିକ୍ତ ତହସିଲଦାର ସନାତନ ଆଚାର୍ଯ୍ୟ । ବର୍ତ୍ତମାନ କରୋନା ଦ୍ବିତୀୟ ଲହର କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ସରକାର ବିଭିନ୍ନ କଟକଣାରେ ଜାରି କରିଛନ୍ତି ।

କରୋନା କଟକଣା କଡାକଡି: ଅମାନିଆଙ୍କ ଠାରୁ 33 ସହ ଟଙ୍କା ଜୋରିମାନା ଆଦାୟ

ଏହି କଟକଣାକୁ ପାଳନ କରିବା ପାଇଁ ଆଜି 48ନଂ ରାଜ୍ୟ ରାଜପଥର ଗୋବିନ୍ଦପୁର ବଜାରରେ ବସ କର୍ମଚାରୀ ମାନେ ଆବଶ୍ୟକ ଠାରୁ ଅଧିକ ଯାତ୍ରୀ ପରିଵହନ କରୁଥିବାରୁ ବସ କର୍ମଚାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯିଵା ସହିତ ମାସ୍କ ପିନ୍ଧିନଥିବା ଅମାନିଆଙ୍କ ଠାରୁ 33 ସହ ଟଙ୍କା ଆଦାୟ କରିଛନ୍ତି । ସେହିପରି ସମସ୍ତ ଦୋକାନୀ ମାଲିକ ସହ କର୍ମଚାରୀ କିପରି ବାଧ୍ୟତାମୂଳକ ମାସ୍କ ପରିଧାନ କରି ସମାଜିକ ଦୂରତା ବଜାୟ ରଖିବେ ସେଥିପାଇଁ ବେଗୁନିଆ ଅତିରିକ୍ତ ତହସିଲଦାର ପରାମର୍ଶ ଦେଇଛନ୍ତି । ଆଗକୁ ଏହି କୋଭିଡ କଟକଣାକୁ ଆହୁରି କଡାକଡି କରାଯିବ ବୋଲି ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.