ETV Bharat / state

ଅର୍ଚ୍ଚନା ନାଗ ଅର୍ଥ ହେରଫେର ମାମଲା: ଇଡି ନିକଟରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ । ଗତ ୨୦୧୭ରେ ପ୍ରମୋଦ ସ୍ବାଇଁଙ୍କ ନାମରେ ଅଭିଯୋଗ ଆଣିଥିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଅଧିକ ପଢ଼ନ୍ତୁ

film producer Pramod Swain arrived at ED office for questioning in Archana Nag case
ଅର୍ଚ୍ଚନା ନାଗ ଅର୍ଥ ହେରଫେର ମାମଲା: ଇଡି ନିକଟରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ
author img

By

Published : Nov 29, 2022, 1:53 PM IST

ଭୁବନେଶ୍ବର: ଅର୍ଚ୍ଚନା ନାଗ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ । ଗତ ୨୦୧୭ରେ ପ୍ରମୋଦ ସ୍ବାଇଁଙ୍କ ନାମରେ ଅଭିଯୋଗ ଆଣିଥିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ସିନେମାରେ ସୁଯୋଗ ଦେବାକୁ କହି ପ୍ରମୋଦ ଅର୍ଚ୍ଚନାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ଆଣିଥିଲେ ଅର୍ଚ୍ଚନା ।

film producer Pramod Swain arrived at ED office for questioning in Archana Nag case
ଅର୍ଚ୍ଚନା ନାଗ ଅର୍ଥ ହେରଫେର ମାମଲା: ଇଡି ନିକଟରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ

ଖାଲି ସେତିକି ନୁହେଁ ଘରଭଡ଼ା ଓ ମାସକୁ ୫ ହଜାର ଟଙ୍କା ଦେବାକୁ କହି ପ୍ରମୋଦ ଆପତ୍ତିଜନକ ଫଟୋ ଉଠାଇଥିବା ଅଭିଯୋଗ କରିଥିଲେ ଅର୍ଚ୍ଚନା । ଏହାକୁ ନେଇ ଅର୍ଚ୍ଚନାଙ୍କୁ ବ୍ଲାକ୍‌ କରୁଥିଲେ । ଶାରୀରିକ ସମ୍ପର୍କ ନରଖିଲେ ସ୍ବାମୀଙ୍କୁ କହି ଦେବାକୁ ଧମକ ଦେଉଥିବା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଅର୍ଚ୍ଚନାଙ୍କୁ ଘରେ ରହିବାକୁ କହିଥିଲେ ପ୍ରମୋଦ । ଅର୍ଚ୍ଚନା ମଧ୍ୟ ପ୍ରୋମୋଦ ସ୍ବାଇଁଙ୍କ ଘରେ ରହିଥିଲେ । ତେବେ କିଛି ଦିନ ବିତିବା ପରେ ତାଙ୍କୁ ବାଉନ୍ସ ଲଗାଇ ଘରୁ ତଡ଼ିଦେବାକୁ ଧମକ ଦେଇଥିଲେ । ସେତେବେଳେ ଅର୍ଚ୍ଚନା ୭ ମାସର ଗର୍ଭବତୀ ଥିଲେ ବୋଲି ଏତଲା ଦେଇଥିଲେ ।

୨୦୧୭ ମସିହା ନଭେମ୍ବର ୧୬ ତାରିଖରେ ରାଜଧାନୀର ମହିଳା ଥାନାରେ ଏହି ଅଭିଯୋଗ ଆଣିଥିଲେ । ପୋଲିସ ଧାରା ୪୧୭, ୩୨୩, ୩୫୪c, ୫୦୬, ୫୦୯ରେ ମାମଲା ରୁଜୁ କରି ପ୍ରମୋଦଙ୍କୁ ଥାନାକୁ ମଧ୍ୟ ଡାକିଥିଲା । ହେଲେ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା । ପ୍ରମୋଦ ସ୍ବାଇଁ ଆଜି ଇଡି ନିକଟରେ ହାଜର ହୋଇଛନ୍ତି । ସେ ବାହାରିବା ପରେ ୨୦୧୭ ମସିହା ଅଭିଯୋଗକୁ ନେଇ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଆଶା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.