ETV Bharat / state

କମିସନରେଟ ପୋଲିସକୁ ବନ୍ଧୁକ ଡର ! ପୁରୁଣା କେସର କ୍ରିମିନାଲକୁ ଖୋଜୁଛି ପୋଲିସ

author img

By

Published : Feb 23, 2023, 1:40 PM IST

କମିଶନରେଟ ପୋଲିସ ତରଫରୁ ସ୍ବତନ୍ତ୍ର ଅଭିଯାନ କରାଯାଇ ପୁରୁଣା କେସର ଫେରାର କ୍ରିମିନାଲକୁ ଗିରଫ କରାଯାଉଛି । ତେବେ ଅନେକ ଦିନ ପରେ ପୁରୁଣା କେସକୁ ଓଲଟାଇ କ୍ରିମିନାଲକୁ ଗିରଫ କରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନବଦାସ ହତ୍ୟା ଘଟଣା ପରେ ପୋଲିସକୁ ବନ୍ଧୁକ ଡର ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ

କମିସନରେଟ ପୋଲିସକୁ ବନ୍ଧୁକ ଡର
କମିସନରେଟ ପୋଲିସକୁ ବନ୍ଧୁକ ଡର
କମିସନରେଟ ପୋଲିସକୁ ବନ୍ଧୁକ ଡର

ଭୁବନେଶ୍ବର: ନବଦାସ ହତ୍ୟା ଘଟଣା ପରେ ଏବେ ପୋଲିସକୁ ବନ୍ଧୁକ ଡର । ରାଜଧାନୀର ଚୋରା ବନ୍ଧୁକଧାରୀଙ୍କୁ ଖୋଜି ବାହାର କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଅପରେସନ ଆରମ୍ଭ କରାଯାଇଛି । ଧିରେ ଧିରେ ପୁରୁଣା କେସର ଫେରାର ଅପରାଧୀଙ୍କୁ ଏବେ ଖୋଜି ଖୋଜି ବାହାର କରୁଛି ପୋଲିସ । ଏହି କ୍ରମରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଏକ ଫାୟାରିଂ କେସର ଜଣେ ଅପରାଧୀକୁ ଗିରଫ କରିଛି ପୋଲିସ୍ । ଗିରଫ ଅପରାଧିର ନାମ ମନୋଜ ବେହେରା ହୋଇଥିବା ବେଳେ ଘର ପଶ୍ଚିମ ଓଡ଼ିଶା ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଗାନ୍ଧିନଗର ଅଞ୍ଚଳରେ ବୋଲି ଜଣାପଡିଛି ।

ତେବେ କମିସନରେଟ ପୋଲିସ ମନୋଜଙ୍କୁ ଗିରଫ କରିବା ସହ ତା ନିକଟରୁ ଗୋଟିଏ ୭.୬୫ ଏମଏମ ସେମି ଅଟୋମେଟେଡ ପିସ୍ତଲ ସହ ୯ରାଉଣ୍ଡ ଅଫୁଟା ଗୁଳି ଓ ଗୋଟିଏ ମାଗାଜିନ୍ ଜବତ ହୋଇଛି । ପ୍ରକାଶଥାଉକି, ଏହି ଅଭିଯୁକ୍ତ ଜଣକ ୨୮ମାର୍ଚ୍ଚ ୨୦୨୨ରେ ଲକ୍ଷ୍ମିସାଗର ଥାନା ଅଞ୍ଚଳର ପେଟ୍ରୋଲ ପମ୍ପରେ ଗୁଳିମାଡ଼ କରିଥିଲା। ସେହିଦିନ ପେଟ୍ରୋଲ ପମ୍ପରେ ଅଭିଯୁକ୍ତର ଦୁଇଜଣ ସହଯୋଗୀ ପେଟ୍ରୋଲ ଭରିବାକୁ ଯାଇଥିଲେ। ସେତେବେଳେ ଟଙ୍କା ନେଣ ଦେଣକୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏନେଇ ସେମାନେ ଅଭିଯୁକ୍ତ ମନୋଜଙ୍କୁ ଡାକିଥିଲେ । ପରେ ସେ ଆସି ଭୟଭୀତ କରାଇବା ପାଇଁ ବ୍ଲାଙ୍କକୁ ଫାୟାରିଂ କରି ଫେରାର ଥିଲା। ବର୍ତ୍ତମାନ ଅପରାଧୀକୁ ଗିରଫ କରିବାରେ ସଫଳ ହୋଇଥିବା କଥା କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ।

ତେବେ କେବଳ ଏଇ ବନ୍ଧୁକ ଜବତ ଘଟଣା ନୁହେଁ ପୂର୍ବରୁ ମଧ୍ୟ ଜଣେ ବହୁପୁରୁଣା ମୋଷ୍ଟଓ୍ବାଣ୍ଡେଟ ବନ୍ଧୁକଧାରୀକୁ ଗିରଫ କରିଥିଲା ପୋଲିସ । ଗତ ଫେବୃଆରୀ ୧୨ତାରିଖରେ କ୍ୟାପିଟାଲ ଥାନା ଅଞ୍ଚଳରୁ କେଦାର‌ପଲ୍ଲୀ ବସ୍ତିର କୁଖ୍ୟାତ କ୍ରିମିନାଲ ବାଙ୍ଗା ନାୟକକୁ ଗିରଫ କରିଥିଲା ପୋଲିସ୍ । ଦାଦାବଟି ଆଦାୟ କରିବା ସହ ଜାଗା ଜବର ଦଖଲ ପାଇଁ ବାଙ୍ଗା ଭଡାଟିଆ ଗୁଣ୍ଡା ସାଜିଥିବା ବେଳେ ପୋଲିସ ପାଇଁ ମୋଷ୍ଟଓ୍ବାଣ୍ଟେଡ ରହିଥିଲା । ବାଙ୍ଗାକୁ ଧରିବା ପାଇଁ ଡିସିପି ସ୍ପେଶାଲ ୟୁନିଟକୁ ନେଇ ଏକ ଟିମ ଗଠନ କରାଯାଇଥିଲା । ଏହାପରେ ବାଙ୍ଗାକୁ ଗିରଫ କରାଯିବା ସହ ତା ଠାରୁ ଏକ ସିଙ୍ଗଲ ବୋର୍ ପିସ୍ତଲ ସହ ଏକ ଜୀବନ୍ତ ଗୁଳି ମଧ୍ୟ ଜବତ କରିଥିଲା ପୋଲିସ। ତେବେ ବାଙ୍ଗା ପୂର୍ବରୁ ପୂର୍ବତନ ଭୁବନେଶ୍ୱର ଡିସିପିଙ୍କ କ୍ବାଟର ସାମ୍ନାରେ ବୋମାମାଡ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ବ୍ରାଉନସୁଗାର ପରେ ଏବେ ଚୋରା ବନ୍ଧୁକ, ରାଜଧାନୀ ପାଇଁ ଟେନସନ କେଦାରପଲୀ ବସ୍ତି

ସେତେବେଳେ ପୋଲିସ କ୍ରିମିନାଲ ହିଷ୍ଟ୍ରି ଲୁଚାଇ କେବଳ ପୂର୍ବରୁ ବୋମାମାଡ ଘଟଣା ଏବଂ ଦାଦାବଟି ମାମଲାରେ ସମ୍ପୃକ୍ତ ଥିବାରୁ ଗିରଫ କରାଯାଇଥିବା ନେଇ କୁହାଯାଇଥିଲା । କିନ୍ତୁ ବନ୍ଧୁକଧାରୀଙ୍କୁ ଗିରଫ କରିବା ପାଇଁ କମିସନରେଟ ପୋଲିସ ତରଫରୁ ଏର ଅପରେସନ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଉଛି । ନବ ଦାସ ହତ୍ୟାକାଣ୍ଡ ଘଟଣା ପରେ ପରେ ପୋଲିସର ଏପରି ସ୍ପେଶାଲ ଅପରେସନ ଏକ ଭୟ ଆଡକୁ ଇସାରା କରିଲା ଭଳି ମନେହେଉଛି । ପୋଲିସର ଗୁଇନ୍ଦା ତଥ୍ୟ ଆଧାରରେ କିଛି ଥ୍ରେଟ୍ ରହିଛି କି‌ ? ଭୁବନେଶ୍ୱରରେ ଯେହେତୁ ନେତାଙ୍କ କ୍ବାଟର ଓ ସରକାରୀ କାର୍ଯ୍ୟାଳୟ ରହିଛି ସେ ଦୃଷ୍ଟିରୁ ପୋଲିସକୁ ଭିଭିଆଇପିଙ୍କ ସୁରକ୍ଷା ଚିନ୍ତା ରହିଛି କି ? ଯେହେତୁ ବିଧାନସଭା ଚାଲିଛି ସେ ଦୃଷ୍ଟିରୁ ରାଜନୈତିକ ଛକାପଞ୍ଝା ଭିତରେ ସୁରକ୍ଷା ଦୃଷ୍ଟିରୁ ଏଭଳି ଏକ କଡ଼ା ଆଭିମୁଖ୍ୟ ନେଉଛି କି ? ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଉଛି । ନବଦାସ ହତ୍ୟାକାଣ୍ଡ ପରଠୁ ଭିଭିଆଇପି ଓ ସେମାନଙ୍କ ସୁରକ୍ଷା ସମ୍ପର୍କରେ ପୋଲିସ ଅଧିକାରି ମୁହଁ ଖୋଲୁଥିବା ବେଳେ ଏଭଳି କିଛି ବନ୍ଧୁକଧାରୀଙ୍କ ଗିରଫଦାରୀ ଅନେକ ସଂଦେହ ବଢ଼ାଉଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.