ETV Bharat / state

ବାପପୁଅଙ୍କ ନିର୍ଯାତନା ଭିଡିଓ ଭାଇରାଲ ଘଟଣା, ମାମଲା ରୁଜୁ କଲା ପୁଅ ଆନନ୍ଦ

author img

By

Published : Aug 29, 2021, 10:45 PM IST

ବେଗୁନିଆ ଅଞ୍ଚଳରେ ବାପ ପୁଅଙ୍କୁ ମାଡ ଭିଡିଓ ଭାଇରାଲ ଘଟଣାରେ ପୁଅ ଆନନ୍ଦ ନାୟକ ବର୍ତ୍ତମାନ ଥାନାରେ ଅଭିଯୋଗ କରିଛି । ବିଭିନ୍ନ ମହଲରୁ ମାନସ ଦାସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦାବି ହେଉଛି। ଅଧିକ ପଢନ୍ତୁ...

ବାପ ପୁଅଙ୍କ ନିର୍ଯାତନା ଭିଡିଓ ଭାଇରାଲ ଘଟଣା: ପୁଅ ଆନନ୍ଦ ନ୍ୟାୟ ପାଇଁ ବେଗୁନିଆ ଥାନାର ଦ୍ୱାରସ୍ଥ

ଖୋର୍ଦ୍ଧା: ବେଗୁନିଆ ଅଞ୍ଚଳରେ ବାପ ପୁଅଙ୍କୁ ଯେଉଁ ଭଳି ଭାବେ ଅକଥନୀୟ ନିର୍ଯ୍ୟାତନା ଦିଆଯାଇଛି। ତାହାର ଭିଡିଓ କ୍ଲିପ ଭାଇରାଲ ହେବା ପରେ ପ୍ରଥମେ ବାପା ମାଗୁଣି ନାୟକ ବେଗୁନିଆ ଥାନାକୁ ଆସି ଅଭିଯୋଗ କରିଥିଲେ। ବର୍ତ୍ତମାନ ପୁଅ ଆନନ୍ଦ ନାୟକ ନ୍ୟାୟ ପାଇଁ ବେଗୁନିଆ ଥାନାର ଦ୍ୱାରସ୍ଥ ହୋଇଛି। ଆନନ୍ଦର ଶରୀର ଦେଖିଲେ ଜଣାପଡୁଛି କିଭଳି ଥିଲା ସେଦିନର ବର୍ବରୋଚିତ ଆକ୍ରମଣ। ଆନନ୍ଦଙ୍କ ପିଠି, ପଞ୍ଜରାହାଡ, ହାତ ସବୁଆଡ଼େ ଭୀଷଣ ଦାଗ ରହିଛି। ଦୀର୍ଘ ଦେଢ଼ ମାସ ଧରି ଆନନ୍ଦ ଘରେ ରହିବା ପରେ ଏବେ ଟିକେ ସୁସ୍ଥ ହୋଇ ନ୍ୟାୟ ପାଇଁ ବେଗୁନିଆ ଥାନାର ଦ୍ୱାରସ୍ଥ ହୋଇଛି।

ମାଗୁଣି ନାୟକ ମଧ୍ୟ ଅନୁରୂପ ଭାବେ ସଂଗଠନର ମୁଖ୍ୟ ମାନସ ଦାସଙ୍କୁ ଗିରଫ କରିବା ଲାଗି ଦାବି କରିବା ସଙ୍ଗେ ସଙ୍ଗେ ତାଙ୍କୁ ଧମକ ମିଳୁଛି ବୋଲି କହିଛି । ପୂର୍ବରୁ ମାଗୁଣି ଦେଇଥିବା ଏତଲାରେ ୭ ଜଣଙ୍କ ମଧ୍ୟରୁ ୬ ଜଣ ମାସକ ତଳେ ହୋଇଥିବା ଏକ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇ ଜେଲ ଯାଇଛନ୍ତି। ହେଲେ ଏହି ସମସ୍ତ ଘଟଣା ମାନବବାଦୀ ସଂଗଠନ ବୋଲାଉଥିବା ଏକ ସଂଗଠନର ମୁଖ୍ୟ ମାନସ ଦାସଙ୍କ ନିର୍ଦ୍ଦେଶରେ ଚାଲିଛି। ଧୀରେ ଧୀରେ ସମସ୍ତ ଘଟଣା ଉପରୁ ପରଦା ହଟୁଛି। ଅତୀତରେ ମାନସ ଦାସଙ୍କ ପାଖରେ ଅନେକ ରାଜନେତା ସରଣାପନ୍ନ ହୋଇଛନ୍ତି। ବର୍ତ୍ତମାନ ମାନସ ଦାସଙ୍କ ଅସଲ ଚରିତ୍ର ପଦାକୁ ଆସିଛି ଏବଂ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଛି।

ଏହି ଘଟଣା ପରେ ଭାଇରାଲ ଭିଡିଓକୁ ନେଇ ପୋଲିସର ତଦନ୍ତରେ ବର୍ତ୍ତମାନ ଆଉ କେଉଁମାନେ ପରିସରଭୁକ୍ତ ହେଉଛନ୍ତି ତାହା ଆଗାମୀ ସମୟରେ ଜଣାପଡିବ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.