ETV Bharat / state

ବାପ ପୁଅଙ୍କୁ ମାନବବାଦ ସଂଗଠନର ମାଡ଼ ଘଟଣା: ପୀଡି଼ତଙ୍କ ପରିବାରଙ୍କୁ ଭେଟିଲା ବିଜେପି

author img

By

Published : Aug 31, 2021, 7:18 PM IST

ଖୋର୍ଦ୍ଧାରେ ଆଦିବାସୀ ବାପ ପୁଅଙ୍କୁ ମାଡ଼ ମାରିବା ଘଟଣା । ପୀଡ଼ିତ ପରିବାରଙ୍କୁ ବିଜେପିର ୮ ଜଣିଆ ପ୍ରତିନିଧି ଭେଟିଛନ୍ତି । ଅଧିକ ପଢନ୍ତୁ...

ବାପ ପୁଅଙ୍କୁ ମାଡ଼ ଘଟଣା: ପୀଡି଼ତ ପରିବାରଙ୍କୁ ଭେଟିଲା ବିଜେପି
ବାପ ପୁଅଙ୍କୁ ମାଡ଼ ଘଟଣା: ପୀଡି଼ତ ପରିବାରଙ୍କୁ ଭେଟିଲା ବିଜେପିବାପ ପୁଅଙ୍କୁ ମାଡ଼ ଘଟଣା: ପୀଡି଼ତ ପରିବାରଙ୍କୁ ଭେଟିଲା ବିଜେପି

ଖୋର୍ଦ୍ଧା: ଅମାନବୀୟ ତାଲିବାନ ଶାସନ କରୁଥିବା ମାନବବାଦ ସଂଗଠନର ମୁଖ୍ୟ ଆତ୍ମଘୋଷିତ ଗୁରୁଜୀ ମାନସ ଦାସ ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି । ଏହାରି ମଧ୍ୟରେ ଆଜି(ମଙ୍ଗଳବାର) ବିଜେପିର ଅନୁସୂଚିତ ଜାତି ରାଜ୍ୟ ସଭାପତି ବିଭୂତରାଇଙ୍କ ସମେତ ୮ ଜଣିଆ ପ୍ରତିନିଧି ପୀଡ଼ିତ ପରିବାରଙ୍କୁ ଭେଟିଛନ୍ତି । ବିଜେପିର ୮ଜଣିଆ ପ୍ରତିନିଧି ଦଳ ମାନବବାଦ ସଂଗଠନ ଆକ୍ରମଣରେ ମୃତ୍ୟୁ ଘଟିଥିବା ଅଭିମାନପୁରର ସତ୍ୟବ୍ରତ ପରିବାର ଓ ମାଡ଼ ଖାଇଥିବା ମାଗୁଣୀ ନାୟକଙ୍କ ପରିବାରଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସହ ମୁଖ୍ୟ ଅଭିଯୁକ୍ତ ମାନସ ଦାସଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।

ବାପ ପୁଅଙ୍କୁ ମାଡ଼ ଘଟଣା: ପୀଡି଼ତ ପରିବାରଙ୍କୁ ଭେଟିଲା ବିଜେପି

ଏହି ପ୍ରତିନିଧି ଦଳରେ ଖୋର୍ଦ୍ଧା ଜିଲ୍ଲାର ସଭାପତି ରଶ୍ମି ରଞ୍ଜନ ମହାପାତ୍ର କୃଷକ ମୋର୍ଚ୍ଚା ବିଶୁ ସ୍ବାଇଁ ରଞ୍ଜନ ମଙ୍ଗରାଜ ଅନୁସୂଚିତ ଜାତି ମୋର୍ଚ୍ଚାର ସଂଯୋଜକ ରବି ବେହେରା, ଶିବ ମଲ୍ଳିକ, ନିକୁଞ୍ଜ ପଟ୍ଟନାୟକ ଅନୁସୂଚିତ ଜାତିର ଖୋର୍ଦ୍ଧା ଜିଲ୍ଲା ସଭାପତି ରଙ୍ଗନାଥ ବେହେରା ସହ ଅନ୍ୟ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ: ମାନବବାଦ ନାଁରେ ଭୁଲିଗଲେ ମାନବିକତା: ବାପା-ପୁଅଙ୍କୁ ନିର୍ଦ୍ଧୁମ ମାଡ, ଭିଡିଓ ଭାଇରାଲ

ତେବେ ସୂଚନା ଥାଉକି, ଗତ କିଛି ଦିନ ପୂର୍ବରୁ ବେଗୁନିଆ ଥାନା ଅଞ୍ଚଳର କଡବ ଗାଁର ମାଗୁଣି ନାୟକ ଓ ତାଙ୍କ ପୁଅକୁ ମାନବବାଦ ସଂଗଠନର କର୍ମକର୍ତ୍ତା ଘରୁ ଡାକିନେଇ ଗୋଟିଏ ଘରେ ରଖି ନିର୍ଧୁମ ମାଡ ମାରିଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ସଙ୍ଗଠନ କର୍ମକର୍ତ୍ତାଙ୍କ ଭୟରେ ମାଗୁଣି କି ତାଙ୍କ ପୁଅ ଥାନାରେ ଅଭିଯୋଗ କରିନଥିଲେ ।

ଘଟଣା ପଛରେ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ହାତ ଥିବା ନେଇ ଚର୍ଚ୍ଚା ହେଉଛି । କେବଳ ସେତିକିରେ ଥମିନି ମାନବବାଦ ସଂଗଠନ ବର୍ବରତା । ଗତ ୨ ତାରିଖ ରାତିରେ ଅଭିମାନପୁର ଗାଁର ସତ୍ୟବ୍ରତ ନାୟକଙ୍କୁ ପୋଡ଼ି ସଂଗଠନ କର୍ମକର୍ତ୍ତା ହତ୍ୟା କରିଥିବା ମଧ୍ୟ ଅଭିଯୋଗ ଆସିଥିଲା । ଭିଡ଼ିଓଟି ଭାଇରାଲ ହେବା ପରେ ବେଗୁନିଆ ପୋଲିସ ପଦକ୍ଷେପ ନେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.