ଖୋର୍ଦ୍ଧା: ବେଗୁନିଆ ବ୍ଲକ ଡିଙ୍ଗର ସେବା ସମବାୟ ସମିତି ସଂପାଦକଙ୍କ ମନମାନିରେ ଚାଲିଛି ଧାନମଣ୍ଡି । ଚାଷୀଙ୍କ ଦସ୍ତାବିଜକୁ ନିଜେ ହାତେଇ ନିଜ ଆକାଉଣ୍ଟରେ ଧାନ ଟଙ୍କା ଭରୁଥିବା ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଚାଷୀ ।
ସେହିପରି ସମ୍ପାଦକ ନିଜ ଲୋକ ଦେଖି ଟୋକନ ଦେବାସହ ବର୍ଷ ଧରି ଚାଷୀଙ୍କୁ ମଣ୍ଡିରେ ସୁଯୋଗ ଦେଉନାହାନ୍ତି । ଅଭିଯୋଗ କଲେ ନିଜ ସୁରକ୍ଷା ପାଇଁ ରାଜନୈତିକ ବଳ ଯୋଗାଡକରି ଇଛା ମୁତାବକ ମଣ୍ଡି ବନ୍ଦ ଏବଂ ଖୋଲାର କାର୍ଯାନୁଷ୍ଠାନ ନେଉଛନ୍ତି। ଅଭିଯୋଗ କଲେ କେହି ଶୁଣୁନାହାନ୍ତି।
ନଭେମ୍ବର ମାସରୁ ଚାଷୀ କମିଟି ଗଠନ ନକରି ନିଜ କାରାସାଦିରେ ଦପ୍ତର ଚଳାଇଛନ୍ତି । ଏହାର ପ୍ରତିବାଦରେ ଆଜି ସମିତି ସମ୍ମୁଖରେ ଶତାଧିକ ଚାଷୀ ମାନେ ବିକ୍ଷୋଭ ପଦର୍ଶନ କରିବା ସହ ଯଥାଶୀଘ୍ର ଚାଷୀଙ୍କ ସମସ୍ୟାର ସମାଧାନ କରିବାପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ