ETV Bharat / state

ଧାନ ସଂଗ୍ରହ ନେଇ ସମସ୍ୟା, ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

author img

By

Published : Jan 20, 2022, 2:07 PM IST

Updated : Jan 20, 2022, 3:23 PM IST

ରାଜ୍ୟରେ ଧାନ ବିକ୍ରିକୁ ନେଇ ଲାଗି ରହିଛି ଅଚଳାବସ୍ଥା । ଶେଷରେ ରାଜରାସ୍ତାକୁ ଅବରୋଧ କରି ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ଧାନ ସଂଗ୍ରହ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ନିଆଳି: ସମସ୍ୟା ଯେମିତି ଚାଷୀର ପିଛା ଛାଡୁନି । ମଣ୍ଡି ଅବ୍ୟବସ୍ଥା ଓ କଟନୀଛଟନୀକୁ ଚିନ୍ତାରେ ଚାଷୀ। ସେପଟେ ଅଦିନିଆ ବର୍ଷା ଯୋଗୁଁ ଭୟଭୀତ ଅବସ୍ଥାରେ ରହିଛନ୍ତି ଚାଷୀକୂଳ । ଶେଷରେ ଭୁବନେଶ୍ବରର ଓ ବନମାଳିପୁର ରାସ୍ତାର ବାଲିପାଟଣା ଛକ ଠାରେ ରାଜରାସ୍ତାକୁ ଅବରୋଧ କରି ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସେବା ସମିତି ଧାନ ନ କିଣିବା ଏବଂ ଆର୍.ଏମ.ସି ଧାନର ମାନ ନିରୂପଣ କରି କଟନୀଛଟନୀ କରୁଥିବା କାରଣରୁ ରାଜରାସ୍ତାକୁ ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର ଧାନ ଚାଷୀ । ଚାଷୀଙ୍କ ଠାରୁ ଧାନ କ୍ରୟ ନ କରି ହଇରାଣ ହରକତ କରିବା ସହ ଧାନର ମାନ ନିରୂପଣ ଓ ଏଫଏକ୍ଯୁ ଧାନ କ୍ରୟ ପାଇଁ ବାଧ୍ୟ କରୁଥିବାରୁ ଚାଷୀମାନେ ସେମାନଙ୍କ ଧାନ ବିକ୍ରି କରିପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି।

ଏହି ଖବର ଦୁଇଦିନ ହେବ ଈଟିଭି ଭାରତ ମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉଥିବା କାରଣରୁ ବାଧ୍ୟ ହୋଇ ଚାଷୀ ମାନେ ବାଲିପାଟଣା ଛକଠାରେ ରାସ୍ତାରୋକ କରି ପ୍ରତିବାଦ କରିଛନ୍ତି।

ସେପଟେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ଖୋଲା ଆକାଶ ତଳେ ଧାନ ମଣ୍ଡିରେ ପଡି ରହିଥିବା ସମ୍ପର୍କିତ ଖବର ଇଟିଭି ଭାରତରେ ପ୍ରସାରଣ ପରେ ସେବା ସମବାୟ ସମିତି, ଚାଷୀ ଓ ମିଲର ଏକ ବୈଠକ ମାଧ୍ୟମରେ ଆଲୋଚନା ହୋଇଥିଲା ଏବଂ ଚାଷୀ ମାନଙ୍କ ଧାନ ସେବା ସମବାୟ ସମିତି କ୍ରୟ କରି ମିଲର୍ସଙ୍କୁ ଦେବା ପାଇଁ ନିଷ୍ପତ୍ତି ହୋଇଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ରହିଛି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

Last Updated : Jan 20, 2022, 3:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.