ETV Bharat / state

ଧାନ ନଉଠିବା ପ୍ରତିବାଦରେ ଚାଷୀଙ୍କ ଧାରଣା - khurda mandi problem

ଚାଷୀ ତା’ର ଉତ୍ପାଦିତ ଧାନକୁ ସରକାରୀ ମଣ୍ଡିରେ ବିକ୍ରି କରି ଲାଭ ପାଇପାରିବ ସେନେଇ ଖୋଲାଯାଇଛି ମଣ୍ଡି ।  ମାତ୍ର ଖୋର୍ଦ୍ଧା ଜିଲ୍ଲ‍ା ବୋଲଗଡ ବ୍ଳକ ବୋଲଗଡ ପଞ୍ଚାୟତରେ ଧାନ ମଣ୍ଡିରେ ଅବ୍ୟବସ୍ଥା ଦେଖାଦେଉଛି । ଫଳରେ ବୁଧବାର ଚାଷୀମାନେ ସମବାୟ ସମିତି ଆଗରେ ଧାରଣା  ଦେଇଛନ୍ତି । ଅଧିକ ଖବର ପଢନ୍ତୁ...

farmer strike in khurda
ଧାନ ନଉଠିବା ପ୍ରତିବାଦରେ ଚାଷୀଙ୍କ ଧାରଣା
author img

By

Published : Jan 29, 2020, 5:51 PM IST

ଖୋର୍ଦ୍ଧା: କୃଷି ଓ କୃଷକଙ୍କ ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଥିବା କଥା କହୁଛନ୍ତି । ବିଶେଷ କରି ଚାଷୀ ତା’ର ଉତ୍ପାଦିତ ଧାନକୁ ସରକାରୀ ମଣ୍ଡିରେ ବିକ୍ରି କରି ଲାଭ ପାଇପାରିବ ସେନେଇ ଖୋଲାଯାଇଛି ମଣ୍ଡି । ମାତ୍ର ଖୋର୍ଦ୍ଧା ଜିଲ୍ଲ‍ା ବୋଲଗଡ ବ୍ଳକ ବୋଲଗଡ ପଞ୍ଚାୟତରେ ଧାନ ମଣ୍ଡିରେ ଅବ୍ୟବସ୍ଥା ଦେଖାଦେଉଛି । ଯାହାଫଳରେ ମିଲରଙ୍କ ମନଇଚ୍ଛା କାମ ଯୋଗୁ ହଇରାଣ ହେଉଛନ୍ତି ଚାଷୀ । ଫଳରେ ବୁଧବାର ଚାଷୀମାନେ ସମବାୟ ସମିତି ଆଗରେ ଧାରଣା ଦେଇଛନ୍ତି ।

ଧାନ ନଉଠିବା ପ୍ରତିବାଦରେ ଚାଷୀଙ୍କ ଧାରଣା

ତେବେ ଖୋର୍ଦ୍ଧା ଜିଲ୍ଲ‍ା ବୋଲଗଡ ବ୍ଳକ ବୋଲଗଡ ପଞ୍ଚାୟତରେ ଚଳିତ ବର୍ଷ ଭଲ ଧାନ ଅମଳ ହୋଇଛି । ଏହି ଅଞ୍ଚଳରେ ବହୁ ପୂର୍ବରୁ ମଣ୍ଡି ଖୋଲାଯାଇଛି । ମଣ୍ଡିରେ ଧାନ ବିକ୍ରି କରିବାକୁ ବିଭିନ୍ନ ସ୍ଥାନରୁ ଚାଷୀ ମଧ୍ୟ ଆସୁଛନ୍ତି । ହେଲେ ମିଲରଙ୍କ ମନଇଚ୍ଛା କାରବାର ଯୋଗୁ ଚାଷୀ ହଇରାଣ ହେଉଛନ୍ତି । ସଠିକ ଭାବେ ମିଲର ପ୍ୟାକ୍ସକୁ ଗାଡି ଯୋଗାଉନଥିବା ଅଭିଯୋଗ ହେଉଛି । ଫଳରେ ଧାନ ସବୁ ବାହାରେ ପଡିରହୁଛି । ଏଥିସହ ଧାନ ଗାଈ ଖାଇ ଦେଉଥିବା ଅଭିଯୋଗ ହୋଇଛି ।

ସୂଚନାନୁସାରେ, ବୋଲଗଡ ସମବାୟର ୨୮୭ ଜଣ ଚାଷୀ ଧାନବିକ୍ରି ପାଇଁ ରେଜିଷ୍ଟ୍ରେସନ୍ କରିଛନ୍ତି । ସମୁଦାୟ ୧୬ହଜାର କୁଇଣ୍ଟାଲ ଟ୍ୟାଗେଟ ଆସିଛି । କିନ୍ତୁ ବର୍ତ୍ତମାନ ତିନି ପାଳିରେ ମାତ୍ର ୨୪୦୦ କୁଇଣ୍ଟାଲ ଧାନ ବିକ୍ରି ହୋଇଥିବା ବେଳେ ବାକି ଧାନ ତୁରନ୍ତ ଉଠାଇବା ଦାବିରେ ବୋଲଗଡ ପଞ୍ଚାୟତ ଚାଷୀମାନେ ଏକତ୍ରୀତ ହୋଇ ସମବାୟ ସମିତି ଆଗରେ ଧାରଣା ଦେଇଥିଲେ ।

ସୂଚନା ପାଇଁ ବୋଲଗଡ ବ୍ଳକ ଯୋଗାଣ ନିରୀକ୍ଷକ ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଧାରଣା ଦେଇଥିବା ଚାଷୀମାନଙ୍କ ସହ ଆଲୋଚନା କରି ପ୍ରତ୍ୟେକ ବୁଧବାର ୧୨୦୦ କୁଇଣ୍ଟାଲ ଧାନ ବିକ୍ରି କରିବାକୁ ପ୍ରତିଶୃତି ଦେବା ପରେ ଚାଷୀମାନେ ଧାରଣାରୁ ହଟିଥିଲେ ।

ଏପଟେ ଆଗାମୀ ଦିନରେ ଯଦି ଏଭଳି ଅବ୍ୟବସ୍ଥା ପୁଣି ଦେଖାଦେବ ତେବେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ବୋଲଗଡ ସମବାୟ ଧାନ ନଉଠିବା ପ୍ରତିବାଦରେ ଚାଷୀଙ୍କ ଧାରଣା

Body:ଖୋର୍ଦ୍ଧା : କୃଷି ଓ କୃଷକଙ୍କ ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଥିବା କଥା କହୁଛନ୍ତି । ବିଶେଷ କରି ଚାଷୀ ତା’ର ଉତ୍ପାଦିତ ଧାନକୁ ସରକାରୀ ମଣ୍ଡିରେ ବିକ୍ରି କରି ଲାଭ ପାଇପାରିବ ସେନେଇ ଖୋଲାଯାଇଛି ମଣ୍ଡି । ହେଲେ ଅନେକ ପଞ୍ଚାୟତରେ ଧାନ ମଣ୍ଡିରେ ଅବ୍ୟବସ୍ଥା ଦେଖାଦେଉଛି । ମିଲରଙ୍କ ମନଇଚ୍ଛା କାମ ଯୋଗୁ ହଇରାଣ ହେଉଛନ୍ତି ଚାଷୀ ।ଖୋର୍ଦ୍ଧା ଜିଲ୍ଲ‍ା ବୋଲଗଡ ବ୍ଳକ ବୋଲଗଡ ପଞ୍ଚାୟତରେ ଚଳିତ ବର୍ଷ ଭଲ ଧାନ ଅମଳ ହୋଇଛି । ଏହି ଅଞ୍ଚଳରେ ବହୁ ପୂର୍ବରୁ ମଣ୍ଡି ଖୋଲାଯାଇଛି । ମଣ୍ଡିରେ ଧାନ ବିକ୍ରି କରିବାକୁ ବିଭିନ୍ନ ସ୍ଥାନରୁ ଚାଷୀ ଆସୁଛନ୍ତି । ହେଲେ ମିଲରଙ୍କ ମନଇଚ୍ଛା କାରବାର ଯୋଗୁ ଚାଷୀ ହଇରାଣ ହେଉଛନ୍ତି ।ସଠିକ ଭାବେ ମିଲର ପ୍ୟାକ୍ସକୁ ଗାଡି ଯୋଗାଉନଥିବା ଅଭିଯୋଗ ହେଉଛି । ଧାନ ସବୁ ବାହାରେ ପଡିରହୁଛି । ଫଳରେ ଧାନ ଗାଈ ଖାଇ ଦେଉଥିବା ଅଭିଯୋଗ ହୋଇଛି ।ସୂଚନାନୁସାରେ ବୋଲଗଡ ସମବାୟ ର ୨୮୭ ଜଣ ଚାଷୀ ଧାନବିକ୍ରି ପାଇଁ ରେଜିଷ୍ଟ୍ରେସନ୍ କରିଛନ୍ତି । ସମୁଦାୟ ୧୬ହଜାର କୁଇଣ୍ଟାଲ ଟ୍ୟାଗେଟ ଆସିଛି କିନ୍ତୁ ବର୍ତ୍ତମାନ ତିନି ପାଳିରେ ମାତ୍ର ୨୪୦୦ କୁଇଣ୍ଟାଲ ଉଠିଛି ବାକି ଧାନ ତୁରନ୍ତ ଉଠାଇବା ପ୍ରତିବାଦରେ ବୋଲଗଡ ପଞ୍ଚାୟତ ଚାଷୀମାନେ ଏକତ୍ରୀତ ହୋଇ ସମବାୟ ସମିତି ଆଗରେ ଧାରଣା ଦେଇଥିଲେ ।ସୂଚନା ପାଇଁ ବୋଲଗଡ ବ୍ଳକ ଯୋଗାଣ ନିରୀକ୍ଷକ ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଧାରଣା ଦେଇଥିବା ଚାଷୀମାନଙ୍କ ସହ ଆଲୋଚନା କରି ପ୍ରତ୍ୟେକ ବୁଧବାର ୧୨୦୦ କୁଇଣ୍ଟାଲ ଉଠାଇବାକୁ ପ୍ରତିଶୃତି ପରେ ଧାରଣାରୁ ଚାଷୀମାନେ ହଟିଥିଲେ । ତାହାସହ ଯଦି ଆଗାମୀ ଦିନରେ ଏଭଳି ଅବ୍ୟବସ୍ଥା ହେବ ଚାଷୀ ମାନେ ରାଜରାସ୍ତା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.