ETV Bharat / state

ଗଜା ଧାନ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଷୀ, ମାଗିଲେ କ୍ଷତିପୂରଣ

author img

By

Published : Nov 17, 2021, 7:18 PM IST

Updated : Nov 17, 2021, 7:59 PM IST

ମୁଣ୍ଡ ଝାଳ ତୁଣ୍ଡେ ମାରି ନିଜ କ୍ଷେତରେ ସୁନାର ଫସଲ ଫଳାଇଥିଲେ ଚାଷୀ । କିନ୍ତୁ ଅଦିନିଆ ବର୍ଷା ଫସଲକୁ ଧୋଇଦେଇଛି । ବିଲରେ ଧାନ ଗଜା ହୋଇ ଚାଷୀର ଚିନ୍ତା ବଢାଇଛି । ଅଧିକ ପଢନ୍ତୁ

farmer meet additional collector for harvesting corp in khurdha
କ୍ଷତିପୂରଣ ପାଇଁ ଗଜା ଧାନକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ

ଖୋର୍ଦ୍ଧା: କ୍ଷତି ପୂରଣ ପାଇଁ ଗଜା ଧାନକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ । ଚଳିତବର୍ଷ ମୁଣ୍ଡ ଝାଳ ତୁଣ୍ଡେ ମାରି ନିଜ କ୍ଷେତରେ ସୁନାର ଫସଲ ଫଳାଇଥିଲେ ଚାଷୀ । କିନ୍ତୁ ଅଦିନିଆ ବର୍ଷା ଫସଲକୁ ଧୋଇଦେଇଛି । ବିଲରେ ଧାନ ଗଜା ହୋଇ ଚାଷୀର ଚିନ୍ତା ବଢାଇଛି । ବୁଧବାର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ଚାଷୀ ଗଜା ଧାନ ଆଣି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ।

ଅଦିନିଆ ବର୍ଷା ଯୋଗୁଁ ନଷ୍ଟ ହୋଇଛି ବର୍ଷକର ଫସଲ । ଫଳରେ ଏକର ଏକର ଚାଷ ଜମି ପାଣିରେ ପଚି ନଷ୍ଟ ହୋଇଛି ଧାନ ଫସଲ । ଚାଷ ଜମିରେ ଗଜା ହେଉଛି ଧାନ । ତେବେ ଚାଷୀ କ୍ଷତିର ଶିକାର ହୋଇଛି । ଆଉ ଏହାରି ଭିତରେ ଚାଷୀର ବର୍ଷକର ଅମଳ ଗଜା ହୋଇ ନଷ୍ଟ ହୋଇଯାଇଛି । ପ୍ରଥମେ ଚକଡ଼ା ପୋକ ଆଉ ଏବେ ଲଘୁଚାପଜନିତ ବର୍ଷା କାରଣରୁ ଚାଷୀ ଆଖି ଆଗରେ ନଷ୍ଟ ହେଉଛି ଫସଲ । ଅମଳ ସମୟରେ ଏଭଳି ବର୍ଷା କାରଣରୁ ବିଲରେ ଧାନ ଗଜା ହୋଇ ନଷ୍ଟ ହୋଇଛି ।

ଗଜା ଧାନ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଷୀ

ବିଭିନ୍ନ ବ୍ୟାଙ୍କ ଓ ହାତ ଉଧାରୀ କରି ଧାନ ଫସଲ କରିଥିବା ଚାଷୀ ଏବେ କ୍ଷତିପୂରଣ ଦାବି କରିଛି ନଚେତ ଆତ୍ମହତ୍ୟାର ଧମକ ଦେଇଛନ୍ତି । ସେପଟେ କୃଷି ବିଭାଗ ଚାଷୀର ଏ ଅସମୟରେ ଦେଖା ଦେଉନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Nov 17, 2021, 7:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.