ଭୁବନେଶ୍ବର: ପୂର୍ବତନ ପୋଲିସ ଡିଜି କେବି ସିଂଙ୍କୁ ଆଇପିଏସ୍ ସଂଘ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀ ସିଂ ପରିବହନ ନିଗମର ପରିଚାଳନା ନିର୍ଦ୍ଦେଶକ ପଦରେ କାର୍ଯ୍ୟରତ ଥିଲେ । ସେ ନିଜ ପଦବୀରୁ ଗତ ମାସ 31 ତାରିଖରେ ଅବସର ଗ୍ରହଣ କରିଛନ୍ତି ।

ଭୁବନେଶ୍ବର ସ୍ଥିତ ପୋଲିସ ଭବନରେ ଆଇପିଏସ୍ ସଂଘର ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ଶ୍ରୀ ସିଂଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ବିଦାୟକାଳୀନ ସମ୍ବର୍ଦ୍ଧନାରେ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା, ପୋଲିସ କମିଶନର ସତ୍ଯଜିତ ମହାନ୍ତି, ସୁନିଲ ରାୟ, ସଂଜୀବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
୧୯୮୫ ମସିହା ବ୍ଯାଚର ଆଇପିଏସ୍ ଅଫିସର କେବି ସିଂ ପ୍ରଥମେ ବ୍ରହ୍ମପୁରରୁ କାର୍ଯ୍ୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଭିଜିଲାନ୍ସ ନିର୍ଦ୍ଦେଶକ, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ମୁଖ୍ଯ ତଥା ୨୦୧୫ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ