ETV Bharat / state

ଫନି ବିପନ୍ନଙ୍କୁ ମିଳିନି ସହାୟତା, 5 ପରିବାର ଜିଲ୍ଲାପାଳଙ୍କ ଦ୍ବାରସ୍ଥ

author img

By

Published : Jun 22, 2019, 11:05 AM IST

Updated : Jun 22, 2019, 12:58 PM IST

ଆଜି ବି ସହାୟତା ଖୋଜୁଛନ୍ତି ବାତ୍ୟା ବିପନ୍ନ । ଫନିର ଦେଢ ମାସ ପରେ ବି ସ୍କୁଲ ଘରେ ଆଶ୍ରୟ ନେଉଛନ୍ତି । ନା ଉଜୁଡା ଘରକୁ ସଜାଡି ପାରୁଛନ୍ତି ନା ସରକାରୀ ସହାୟତା ମିଳୁଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ନିଜିଗଡ଼ ତାପଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଣ୍ଡା ଗାଁର 5 ପରିବାର ଲୋକେ ଶେଷରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ବାତ୍ୟା ଫନି ଯିବାର ଦେଢ ମାସ ପରେ ମଧ୍ୟ ସ୍କୁଲ ଘରେ ଆଶ୍ରୟ ନେଉଥିବାବେଳେ ସହାୟତା ମିଳିପାରିନାହିଁ । ଯାହାକୁ ନେଇ ସେମାନେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ଫନି ଯିବାର ଦେଢ ମାସ ପରେ ମଧ୍ୟ ଉଜୁଡା ଘରୁକୁ ସଜାଡି ପାରିନାହାଁନ୍ତି ବାତ୍ୟା ବିପନ୍ନ । ସରକାରୀ ସହାୟତାର ପ୍ରତିଶୃତି ବାଣ କେବଳ ଯେ 50 କେଜି ଚାଉଳ ଓ 2 ହଜାର ଟଙ୍କା । ତେବେ ଦୀର୍ଘ ଦିନରେ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟର ଆଶ୍ରୟ ନେଉଛନ୍ତି ଏମାନେ । ଫଳରେ ନିଜ ଘରକୁ ପୁନଃ ଗଢିତୋଳିବା ସାତ ସ୍ବପ୍ନ ପାଲଟିଛି ।

ତେଣୁ ତୁରନ୍ତ ଭଙ୍ଗା ଘର ପାଇଁ ଟଙ୍କା ପ୍ରଦାନ କରିବା ନେଇ ଏହି 5ଟି ପରିବାରର ଲୋକେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ମିଳିନି ଫନି ସହାୟତା : ସ୍କୁଲ ପାଲଟିଛି ଆଶ୍ରୟ ସ୍ଥଳି

Body:ଖୋର୍ଦ୍ଧା ବ୍ଲକ ନିଜଗଡ଼ ତାପଙ୍ଗ ଗ୍ରାମପଞ୍ଚାୟତ ଅଣ୍ଡା ଗ୍ରାମର 5ଟି ପରିବାରର ଲୋକ ଫୋନି ବାତ୍ୟାରେ ଘର ଭାଙ୍ଗି ଯାଇଥିବାରୁ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି । କିନ୍ତୁ ବାତ୍ୟାକୁ ଦେଢ଼ ମାସରୁ ଉର୍ଦ୍ଧ୍ବ ଦିନ ବିତିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେମାନଙ୍କ ଉଜୁଡ଼ା ଘରକୁ ସଜାଡ଼ିବା ପାଇଁ କୌଣସି ସହାୟତା ପ୍ରଦାନ କରାଯାଇନାହିଁ । କେବଳ 50କେଜି ଚାଉଳ ଓ ଦୁଇ ହଜାର ଟଙ୍କା ଦେଇ ପ୍ରଶାସନ ନିଜ କର୍ଯ୍ୟ ସାରିଥିବା ବେଳେ ନିରାଶ୍ରୟ ହୋଇ 5ଟି ପରିବାର ଲୋକେ ଏବେ ମଧ୍ୟ ଅଣ୍ଡା ଗ୍ରାମର ପ୍ରଥମିକ ବିଦ୍ୟାଳୟରେ ରହୁଛନ୍ତି । Conclusion:ତୁରନ୍ତ ଘର ଭଙ୍ଗା ଟଙ୍କା ପ୍ରଦାନ କରିବା ନେଇ ପାଞ୍ଚଟି ପରିବାର ଲୋକେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
Last Updated : Jun 22, 2019, 12:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.