ETV Bharat / state

ବାହାନଗା ଟ୍ରେନ ଦୁର୍ଘଟଣାକୁ ମାସେ, ଏବେ ବି ପରିଚିତଙ୍କୁ ଖୋଜୁଛି ମୃତଦେହ - ପରିଚିତଙ୍କୁ ଖୋଜୁଛି ସମ୍ପର୍କୀୟ

ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣାକୁ ବିତିଛି ଏକ ମାସ । ଏବେ ବି ପରିଚିତଙ୍କୁ ଖୋଜୁଛି ମୃତଦେହ । ଅଧିକ ପଢନ୍ତୁ

Bahanaga Train accident
Bahanaga Train accident
author img

By

Published : Jul 1, 2023, 7:57 PM IST

Updated : Jul 1, 2023, 8:24 PM IST

ବାହାନଗା ଟ୍ରେନ ଦୁର୍ଘଟଣାକୁ ମାସେ, ଏବେ ବି ପରିଚିତଙ୍କୁ ଖୋଜୁଛି ମୃତଦେହ

ଭୁବନେଶ୍ବର: ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣାକୁ ବିତିଛି ଏକ ମାସ । ଗତ ଜୁନ ୨ ତାରିଖରେ ହୋଇଥିଲା ତିନି ଟ୍ରେନ ମଧ୍ୟରେ ଦୁର୍ଘଟଣା । ୩୦ ଦିନ ପରେ ମଧ୍ୟ ଏବେ ବି ଏମ୍ସ ଭୁବନେଶ୍ବରରେ ମୃତଦେହ ତାର ପରିଚୟ ଖୋଜୁଛି । ମୃତଦେହ ନେବା ପାଇଁ ଅନେକ ଦାବିଦାର ରହିଥିବା ବେଳେ ଏବେ ବି ଡିଏନଏ ନମୁନା ସଂଗ୍ରହ କରାଯାଉଛି । ମୃତଦେହ ନେବା ଲାଗି ୯୦ଜଣ ଡିଏନଏ ନମୁନା ଦେଇସାରିଥିବା ବେଳେ ଚିହ୍ନଟ ହୋଇପାରିନାହିଁ । ଫଳରେ ହସ୍ପିଟାଲରେ ପଡ଼ି ରହିଛି ମୃତକଙ୍କ ମର ଶରୀର ।

ମୃତଦେହ ଚିହ୍ନଟ ହୋଇନଥିବା ବେଳେ ବାଟ ଚାହିଁ ରହିଛନ୍ତି ସମ୍ପର୍କୀୟ । ଘରେ ମୃତଦେହ ପହଞ୍ଚିଲେ ଅନ୍ତିମ ସଂସ୍କାର ହେବ। ଏହାରି ଭିତରେ ବିତିଯାଇଛି ଗୋଟିଏ ମାସ । ବାହାନଗା ଅଘଟଣର ଏତେ ଦିନ ପରେ ବି କେବେ ମୃତଦେହ ନେଇ ଘରକୁ ଯିବେ ସେ କଥା ବି ଜାଣିନାହାନ୍ତି ମୃତକଙ୍କ ସମ୍ପର୍କୀୟ । ଏଭଳି ସ୍ଥିତିରେ ହସ୍ପିଟାଲରେ ପଡ଼ି ରହିଛନ୍ତି ମୃତକଙ୍କ ସମ୍ପର୍କୀୟ । ଏସବୁ ଭିତରେ ଗତକାଲି ୬ ମୃତକଙ୍କ ସମ୍ପର୍କୀୟଙ୍କୁ ମର ଶରୀର ହସ୍ତାନ୍ତର କରାଯାଇଥିବା ବେଳେ ଆଜି ମଧ୍ୟ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ହେଲେ ଏମ୍ସ ଭୁବନେଶ୍ଵରକୁ ସିବିଆଇ ଫରେନ୍ସିକ ଲ୍ୟାବରୁ ୨୯ଟି ଡିଏନଏ ରିପୋର୍ଟ ଆସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୨ଟି ମୃତ ଶରୀର ଏମ୍ସରେ ରହିଛି ।

ଏହା ବି ପଢନ୍ତୁ- Train Tragedy: ୨୯ ମୃତକଙ୍କ ଆସିଲା DNA ରିପୋର୍ଟ, ଆଜି ମୃତଦେହ ହସ୍ତାନ୍ତର ହେବ

ଗୋଟିଏ ମୃତଦେହର ଅନେକ ଦାବିଦାର ମଧ୍ୟ ଆସୁଛନ୍ତି । ଦୀର୍ଘ ଏକ ମାସ ବିତିଯାଇଥିଲେ ମଧ୍ୟ ଅନେକ ଆଜି ମଧ୍ୟ ଡିଏନଏ ପାଇଁ ନମୁନା ଦେଉଛନ୍ତି । ସେଥିମଧ୍ୟରୁ ପଶ୍ଚିମବଙ୍ଗର କୁଚ ବିପୁଲ ରଏ । ସେ ଦିନ ଥିଲା ଜୁନ ୨ ତାରିଖ । ଚେନ୍ନାଇରୁ ଫେରୁଥିଲେ ଘରକୁ । ଟ୍ରେନ ଦୁର୍ଘଟଣାରେ ହୋଇଯାଇଥିଲା ବିପୁଳଙ୍କ ମୃତ୍ୟୁ । ତେବେ ପରିବାର ଲୋକ ବାଲେଶ୍ଵର ଆସି ମୃତ ବିପୁଲଙ୍କୁ ଚିହ୍ନଟ କରିଥିଲେ । କିନ୍ତୁ ଏହାରି ମଧ୍ୟରେ ବିପୁଲର ମୃତଦେହକୁ ବିହାରର ଆଉ କିଏ ନେଇଯାଇଛନ୍ତି । ତେବେ ଜୁନ ୫ ତାରିଖରେ ଗୋଟିଏ ମୃତଦେହକୁ ଅନେକ ଦାବିଦାର ହୋଇଥିବାରୁ ଏମ୍ସ ଏବଂ ରେଳ ବିଭାଗର ସହମତିରେ ସମସ୍ତଙ୍କର ଡିଏନଏ ନମୁନା ପରୀକ୍ଷା ପାଇଁ କୁହାଯାଇଥିଲା ।

ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଡିଏନଏ ନମୁନା ଦେଇଥିଲେ ମଧ୍ୟ ନା ମିଳୁଛି ମୃତଦେହ ନା ଯାଇ ପାରୁଛନ୍ତି ଘରକୁ । ପୁଅର ମୃତଦେହକୁ ଅପେକ୍ଷା କରି ଆଜକୁ ୧ ମାସ ବିତିଯାଇଛି । ପୁଅର ବାହାଘର ଜୁନ ୨୩ ତାରିଖରେ ଥିବାରୁ ବିପୁଲ ଆସୁଥିଲେ ଘରକୁ । ଘରେ ସବୁ ବିବାହ ପାଇଁ ପ୍ରସ୍ତୁତି ସାରିଥିବା ବେଳେ ଏବେ ପରିବାର ସହ ସମସ୍ତେ ଅପେକ୍ଷା କରିଛନ୍ତି ବିପୁଲର ମୃତଦେହକୁ । ସୂଚନା ଥାଉକି ଗତ ଜୁନ ୨ ତାରିଖରେ ବାହାନଗା ଷ୍ଟେସନଠାରେ ୩ଟି ଟ୍ରେନ ମଧ୍ୟରେ ହୋଇଥିଲା ଦୁର୍ଘଟଣା । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଥିବା ବେଳେ ଘଟଣାସ୍ଥଳରେ ୨୮୮ ଏବଂ ଏସସିବିରେ ୩ଜଣଙ୍କ ମୃତ୍ୟୁ ଘଟିଛି । ୧ ହଜାରରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ଏହି ଦୁର୍ଘଟଣାର ସିବିଆଇ ତଦନ୍ତ ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 1, 2023, 8:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.