ETV Bharat / state

ନାବାଳିକା ନିଖୋଜ ଘଟଣାକୁ ବିତିଲା ଅଢେଇ ମାସ, ଏସପିଙ୍କ ଦ୍ୱାରସ୍ଥ ହେଲେ ବାପା ମା’ - ବୋଲଗଡ ଥାନା ଅନ୍ତର୍ଗତ ବାଙ୍କୋଇ ଗ୍ରାମ

ଅଢେଇ ମାସ ଧରି ଜଣେ ନାବାଳିକା କଲେଜ ଯାଇ ଆଉ ଫେରି ନାହାନ୍ତି ଘରକୁ । ଏନେଇ ବାପାମାଆ ବାରମ୍ବାର ଥାନାରେ ଅଭିଯୋଗ କରି ନିରାଶ ହୋଇଥିବା ବେଳେ ପରେ ଏସପିଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ

minor girl missing case
minor girl missing case
author img

By

Published : Jan 18, 2023, 11:29 AM IST

minor girl missing case

ଖୋର୍ଦ୍ଧା: ରାଜ୍ୟରେ ବଢି ଚାଲିଛି ନାବାଳିକାଙ୍କ ଅପହରଣ ଓ ନିଖୋଜ ମାମଲା । ଏବେ ପୁଣି ଏକ ଘଟଣା ବୋଲଗଡ ଅଞ୍ଚଳରେ ଦେଖିବାକୁ ମିଳିଛି । ଅଢେଇ ମାସ ଧରି ଜଣେ ନାବାଳିକା କଲେଜ ଯାଇ ଫେରି ନ ଥିବା ବେଳେ ବାପା ମାଆ ବାରମ୍ବାର ଥାନାରେ ଅଭିଯୋଗ କରି ନିରାଶ ହୋଇଥିଲେ । ନ୍ୟାୟ ଆଶାରେ ଗତକାଲି ବାପା ମାଆ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନା ଅନୁଯାୟୀ ବୋଲଗଡ ଥାନା ଅନ୍ତର୍ଗତ ବାଙ୍କୋଇ ଗ୍ରାମର ନାବାଳିକା ଜଣକ ଗତ ନଭେମ୍ବର ମାସ ୨ ତାରିଖରେ ବିନୋଦପଡା ସ୍ଥିତ କଲେଜକୁ ପାଠ ପଢିବାକୁ ଆସି ଆଉ ଘରକୁ ଫେରି ନଥିଲେ । ଘର ଲୋକେ ବିଭିନ୍ନ ସମ୍ପର୍କୀୟ ଘର ଖୋଜା ଖୋଜି କରି ନିରାଶ ହେବା ପରେ ୩ ତାରିଖ ଦିନ ବାଙ୍କୋଇ ଫାଣ୍ଡି ସହ ବୋଲଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ବୋଲଗଡ ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।

ବୋଲଗଡ଼ ପୋଲିସ ଘଟଣାକୁ ଗୁରୁତର ସହ ନେଉ ନଥିବା ଅଭିଯୋଗରେ ଗତ 6 ତାରିଖରେ ବୋଲଗଡ଼ ଥାନା ଆଗରେ ଧାରଣା ଦେଇଥିଲେ ବାପା ମାଆ । ନିଖୋଜ ଝିଅକୁ ଖୋଜି ଆଣି ଦେବାକୁ ପୋଲିସ ପ୍ରତିଶୃତି ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ଫଳରେ ଆଜି ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଭେଟି ଝିଅକୁ ଖୋଜି ଆଣିବାକୁ ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-୨ ମାସ ବିତିଲା ମିଳୁନି ନାବାଳିକା ଝିଅର ପତ୍ତା, ଥାନା ଆଗରେ ବାପାମାଆଙ୍କ ଧାରଣା

ଅନ୍ୟପଟେ ଅଭିଯୋଗକୁ ଦୀର୍ଘ ଅଢେଇ ମାସ ବିତି ଯାଇଥିଲେ ବି ନାବାଳିକାଙ୍କ କୌଣସି ପତ୍ତା ଏ ପର୍ଯ୍ୟନ୍ତ ପୋଲିସ ହାତରେ ଲାଗିପାରିଲା ନାହିଁ । ତେବେ ବାପା ମାଆ ଝିଅର ଫେରିବା ବାଟକୁ ଚାହିଁ ବସିଥିବା ବେଳେ ପୋଲିସର ନିଷ୍କ୍ରିୟତା ଏଥିପାଇଁ ଦାୟୀ ବୋଲି କହିଛନ୍ତି ନବାଳିକାଙ୍କ ବାପା ମା । ଏ ସମ୍ପର୍କରେ ବାପା ମାଆ ବାରମ୍ବାର ମହିଳା କମିଶନ, ଶିଶୁ ସୁରକ୍ଷା ଅଧିକାରଙ୍କ ଦ୍ୱାରସ୍ଥ ହୋଇଥିଲେ ବି ନିରାଶ ହୋଇଛନ୍ତି । ସେପଟେ ଅନ୍ୟ ଉପାୟ ନ ପାଇ ବାପା ମାଆ ଗତକାଲି ଏସ୍ପିଙ୍କୁ ଭେଟି 25 ତାରିଖ ସୁଦ୍ଧା ଝିଅକୁ ଖୋଜି ନ ଆଣିଲେ 26 ତାରିଖ ଠାରୁ ଏସ୍ପିଙ୍କ କାର୍ଯ୍ୟାଳୟରେ ଧରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଘଟଣା ସମ୍ପର୍କରେ ଜିଲ୍ଲା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.