ETV Bharat / state

ଅବକାରୀ ବିଭାଗର ଚଢ଼ାଉ: ୯୯ ଲିଟର ମଦ ଜବତ, 4 ଗିରଫ

ଭୁବନେଶ୍ବର ମୋବାଇଲ ଅବକାରୀ ସ୍କ୍ବାର୍ଡ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୯୯ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରି ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ..

author img

By

Published : Apr 17, 2020, 3:01 PM IST

exicese-department-raid
exicese-department-raid

ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ଏବଂ ଭୁବନେଶ୍ବର ମୋବାଇଲ ଅବକାରୀ ସ୍କ୍ବାର୍ଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୯୯ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରି ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ସେମାନେ ବ୍ୟବହାର କରୁଥିବା ଦୁଇଟି ମୋଟର ସାଇକେଲକୁ ମଧ୍ୟ ଜବତ କରିଛି ।

ଦେଶରେ ଲକଡାଉନ ପାଇଁ ସରକାର ମଦ ଦୋକାନ ଖୋଲିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ତା ସତ୍ବେ ଖୋର୍ଦ୍ଧା ଅଞ୍ଚଳରେ ବ୍ୟାପକ ଦେଶୀ ଓ ବିଦେଶୀ ମଦ ଚଢା ଦରରେ ବିକ୍ରି ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରି ୬୦ଲିଟର ଦେଶୀ ମଦ ଏବଂ ୩୯ ଲିଟର ବିଅର ସିଜ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.